ଅନୁଗୁଳରେ ପୁଣି ହାତୀ ମୃତ୍ୟୁ, ସାହାରାଗୁଡ଼ା ଜଙ୍ଗଲରେ ମାଈହାତୀର ମୃତଦେହ ଠାବ

ଅନୁଗୁଳ ବନାଞ୍ଚଳ ସାହାରାଗୁଡ଼ା ଗ୍ରାମ୍ୟ ଜଙ୍ଗଲରୁ ଶନିବାର ଏକ ମାଈହାତୀର ମୃତଦେହ ମିଳିଛି। ଅନୁଗୁଳ ରେଞ୍ଜରଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି...

Another elephant death in Angul, dead body of female elephant found in Saharaguda forest

Another elephant death in Angul, dead body of female elephant found in Saharaguda forest Photograph: (sambad.in)

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ସାହାରାଗୁଡ଼ା ଗ୍ରାମ୍ୟ ଜଙ୍ଗଲରୁ ଶନିବାର ଏକ ମାଈହାତୀର ମୃତଦେହ ମିଳିଛି। ଅନୁଗୁଳ ରେଞ୍ଜରଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ସାହାରାଗୋଡ଼ା ଗାଁ ନିକଟରେ ଶନିବାର ଏକ ମାଈହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ତେବେ ହାତୀର ବୟସ ୧୫ ବର୍ଷ ମଧ୍ୟରେ ହୋଇଥିବା କୁହାଯାଉଥିବା ବେଳେ କୌଣସି ରୋଗରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ହାତୀଟି ରୁଗ୍‌ଣ ଅବସ୍ଥାରେ ଥିବା ବେଳେ ତାର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା କୁହାଯାଉଛି। ସେପଟେ ଗାଁ ନିକଟରେ ହାତୀ ମରି ପଡ଼ିଥିବାରୁ ମୃତ୍ୟୁର କାରଣ ବିଦ୍ୟୁତ୍ କରେଣ୍ଟ କି ଆଉ କ’ଣ ସେନେଇ ତଦନ୍ତ ଚାଲିଛି।

ଅଧିକ ପଢ଼ନ୍ତୁ:ଦଶମ ଶ୍ରେଣୀ ଛାତ୍ର ନିଖୋଜ: ସ୍କୁଲକୁ ଯାଉଛି କହି ଫେରିଲେନି

ଘଟଣାସ୍ଥଳରେ ଅନୁଗୁଳ ରେଞ୍ଜର ହରମୋହନ ପ୍ରଧାନ, ଫରେଷ୍ଟର ରଞ୍ଜନ ପ୍ରଧାନଙ୍କ ସମେତ ଅନ୍ୟ ବନ କର୍ମଚାରୀମାନେ ପହଞ୍ଚିଛନ୍ତି। ବନ ବିଭାଗର ବରିଷ୍ଠ କର୍ମଚାରୀ ଓ ପଶୁ ଚିକିତ୍ସକ ସେଠାରେ ପହଞ୍ଚିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ରେଞ୍ଜର କହିଛନ୍ତି।

ସେପଟେ ଅନୁଗୁଳରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ବେଳେ ଏଥିରେ ରୋକ ଲାଗୁନାହିଁ। ଫଳରେ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: ଜୀବନ ବିକଳରେ ବନ୍ଧୁକ ଛାଡୁଛନ୍ତି ମାଓବାଦୀ, ପୁଣି ଆତ୍ମସମର୍ପଣ କଲେ ୨୨ ମାଓବାଦୀ

angul | Elephant 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe