ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଦିନକୁ ଦିନ ବୁଲା କୁକୁର, ମାଙ୍କଡ, ବିଲେଇଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଫଳରେ କୁକୁର ଓ ମାଙ୍କଡ଼ଙ୍କର ଆତଙ୍କ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୁକୁର, ମାଙ୍କଡ, ବିଲେଇ ପ୍ରଭୃତି କାମୁଡ଼ିଲେ ସେଥି ନିମନ୍ତେ ଆଣ୍ଟୀ ରେବିଜ୍ ଭେକସିନ (ଏଆରଭି) ମିଳୁ ଅଭିଯୋଗ ହେଉଛି। 

Advertisment

ଉପଖଣ୍ଡର ଗୋରୁମହିଷାଣୀ, ବହଳଦା, ଝରାଡ଼ିହି, ବିଜାତଳା, ବିଶୋଇ, ବାଦାମପାହାଡ଼, ଜାମଦା, ତିରିଂ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଅଧିକାଂଶ ସମୟରେ ଏଆରଭି ମିଳିନଥିବା ଜଣାପଡ଼ିଛି। ଏହାବ୍ୟତୀତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ମଧ୍ୟ ଯଦି କୌଣସି ରୋଗୀ ଏଆରଭି ପାଇଁ ଆସନ୍ତି। ତାହେଲେ ତାଙ୍କୁ ଟିଟାନସ ଇଞ୍ଜେକସନ ଦେଇ ଦିଅନ୍ତି। ଏଆରଭି ପ୍ରତ୍ୟେକ ଦିନ ୧୦ ଟାରୁ ୧୨ ପର୍ଯ୍ୟନ୍ତ ଦିଆଯାଏ ବୋଲି ରୋଗୀଙ୍କୁ କୁହାଯିବା ପରେ ସେଠାରୁ ତାଙ୍କୁ ଫେରାଇ ଦିଆଯାଇଥାଏ।

ଆହୁରି ପଢ଼ନ୍ତୁ: 300 Crore Fine: ବର୍ଷକ ମଧ୍ୟରେ କଟାଗଲା ୩୦୦ କୋଟିରୁ ଅଧିକ ଟଙ୍କାର ଫାଇନ

ରୋଗୀମାନେ ନାହିଁ ନଥିବା ହଇରାଣ

ରୋଗୀମାନେ କଷ୍ଟ ଅନୁଭବ କରି ଜରୁରୀକାଳୀନ ସମୟରେ ଚିକିତ୍ସା ପାଇଁ ଆସୁଥିବା ସମୟରେ ରୋଗୀଙ୍କୁ ନିରାଶ କରି ଫେରାଇ ଦିଆଯାଉଥିବାରୁ ହନ୍ତସନ୍ତ ହୋଇଥାନ୍ତି। ଇଂଜେକସନ ପାଇଁ ରୋଗୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସେମାନଙ୍କ କଥା ଶୁଣିବାକୁ କେହି ନଥାନ୍ତି। ଜିଲ୍ଲାର ପ୍ରମୁଖ ସରକାରୀ ହସ୍ପିଟାଲରେ କାହିଁକି ମିଳୁନି କୁକୁର କାମୁଡା ଇଂଜେକସନ। ତେବେ ସବୁଠାରୁ ବଡ କଥା ହେଉଛି, ସରକାରୀ ହସ୍ପିଟାଲରେ ଯେଉଁ ଇଂଜେକସନ ମାଗଣାରେ ମିଳିବା କଥା ତାହା ମହଜୁଦ ରହୁନାହିଁ। ଯଦିଓ ଉପଖଣ୍ଡ ଚିକିତ୍ସାଳୟରେ ଇଂଜେକସନ ରହୁଛି ତୋ ସବୁ ସମୟରେ ରୋଗୀଙ୍କୁ କାହିଁକି ମିଳୁ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଯଦି ଜଣେ ରୋଗୀ ଚିକିତ୍ସା ପାଇଁ ଆସିବ ସେହିଦିନ ଇଂଜେକସନ ନପାଇ ପୁଣି ଘରକୁ ଫେରି ତା ପରଦିନ ଅଧିକ ଖର୍ଚ୍ଚାନ୍ତ ହୋଇ କାହିଁକି ହସ୍ପିଟାଲ୍ ଯିବ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ଯଦି ସେହି ସମୟ ମଧ୍ୟରେ ରୋଗୀଙ୍କ କୌଣସି ଅସୁବିଧା ହେଲେ ସେଥିପାଇଁ କିଏ ଦାୟୀ ରହିବ?

ଆହୁରି ପଢ଼ନ୍ତୁ: BJP MLA died: କାଲି କଟାହେଲା କେକ, ଆଜି କୋକେଇରେ ଗଲା ବିଜେପି ବିଧାୟକଙ୍କ ମରଶରୀର