Chief Secretary: ଅନୁ ଗର୍ଗ ପ୍ରଥମ ମହିଳା ମୁଖ୍ୟ ସଚିବ: ଜାନୁଆରି ପହିଲାରୁ ନୂଆ ଦାୟିତ୍ବ ସମ୍ଭାଳିବେ

Advertisment

ଓଡ଼ିଶା ପାଇଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ତଥା ଉନ୍ନୟନ କମିସନର ଅନୁ ଗର୍ଗ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଚଳିତମାସ ୩୧ ତାରିଖରେ ଶେଷ ହେଉଛି।

ଓଡ଼ିଶା ପାଇଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ତଥା ଉନ୍ନୟନ କମିସନର ଅନୁ ଗର୍ଗ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଚଳିତମାସ ୩୧ ତାରିଖରେ ଶେଷ ହେଉଛି।

anu garg

ଭୁବନେଶ୍ବର: ଓଡ଼ିଶା ପାଇଲା ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ। ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ତଥା ଉନ୍ନୟନ କମିସନର ଅନୁ ଗର୍ଗ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ଚଳିତମାସ ୩୧ ତାରିଖରେ ଶେଷ ହେଉଛି। ଜାନୁଆରି ପହିଲାରୁ ଶ୍ରୀମତୀ ଗର୍ଗ ନୂଆ ଦାୟିତ୍ବ ସମ୍ଭାଳିବେ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଆଜି ପ୍ରକାଶ ପାଇଛି। ୨୦୨୯ ମାର୍ଚ୍ଚରେ ଶ୍ରୀମତୀ ଗର୍ଗ ଅବସର ନେବେ। ଅବସର ପର୍ଯ୍ୟନ୍ତ ସେ ଯଦି ମୁଖ୍ୟ ସଚିବ ରୁହନ୍ତି, ତେବେ ତାଙ୍କର ଅବଧି ୩ ବର୍ଷ ୩ ମାସ ରହିବ।

How will prison reform be done: କେମିତି ହେବ ଜେଲ୍‌ ସଂସ୍କାର? ଅଭିଯୋଗ ଥିବା ଅଧିକାରୀଙ୍କୁ ପ୍ରୋତ୍ସାହନ

ଶ୍ରୀମତୀ ଗର୍ଗ ଏବେ ଜଳସଂପଦ ଓ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଝାରସୁଗୁଡ଼ା ଉପଜିଲ୍ଲାପାଳ ଭାବେ ସେ ତାଙ୍କର ଚାକିରି ଜୀବନ ଆରମ୍ଭ କରିଥିଲେ। ପରେ ବରଗଡ଼, ସମ୍ବଲପୁର ଜିଲ୍ଲାପାଳ ରହିଥିଲେ। ଏହାସହ ସ୍ବାସ୍ଥ୍ୟ, ଶ୍ରମ ଓ ଅନ୍ୟ ବିଭାଗରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିବାର ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି। ବରିଷ୍ଠତା ଭିତ୍ତିରେ ତାଙ୍କୁ ମୁଖ୍ୟ ଶାସନ ସଚିବ ପଦବିରେ ନିଯୁକ୍ତି ମିଳିଛି। ରାଜ୍ୟର ୪୭ତମ ମୁଖ୍ୟ ସଚିବ ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ରାଜ୍ୟର ପ୍ରଶାସନିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। 

Government Scheme: ସରକାରୀ ଯୋଜନାର ପ୍ରଚାରପ୍ରସାରରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟରେ ପ୍ରଥମ ବିଜେପି ସରକାର ଗଠନ ହେବା ପରେ ମନୋଜ ଆହୁଜାଙ୍କୁ ମୁଖ୍ୟ ସଚିବ ଭାବେ ଦାୟିତ୍ବ ଦିଆଯାଇଥିଲା। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଶ୍ରୀ ଆହୁଜାଙ୍କୁ ଓଡ଼ିଶା ଫେରାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ। ଗତବର୍ଷ ଡିସେମ୍ବର ୩୧ ତାରିଖରେ ଶ୍ରୀ ଆହୁଜାଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ଆହୁରି ବ‌ର୍ଷେ ବଢ଼ାଇଥିଲେ। ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତା ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ପାଇଁ ଅଣଓଡ଼ିଆ ଶ୍ରୀ ଆହୁଜାଙ୍କୁ ନିଯୁକ୍ତି ଦିଆଯିବା ଫଳରେ ସରକାର ସମାଲୋଚନାର ଶିକାର ହୋଇଥି‌ଲେ। ତେବେ ମୁଖ୍ୟ ଶାସନ ସଚିବ ପଦବିରେ ସର୍ବଭାରତୀୟ ସେବା ଅଧିକାରୀ ନିଯୁକ୍ତି ପାଉଥିବାରୁ ଏଭଳି ପ୍ରସଙ୍ଗ ସେତେଟା ଗୁରୁତ୍ବ ରଖେନାହିଁ ବୋଲି ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା। ଏବେ ସମାନ ଢଙ୍ଗରେ ଶ୍ରୀମତୀ ଗର୍ଗଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe