Road accident: ସଡ଼କ ଦୁର୍ଘଟଣାରେ କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

Advertisment

୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚିଙ୍ଗୁଡିପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବ ଯାତ୍ରା ହାସ୍ୟାଭିନେତା ଗୁରୁ ପୃଷ୍ଟି(୩୩)ଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଯାତ୍ରା ଜଗତର କଳାକାର ଓ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚିଙ୍ଗୁଡିପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବ ଯାତ୍ରା ହାସ୍ୟାଭିନେତା ଗୁରୁ ପୃଷ୍ଟି(୩୩)ଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଯାତ୍ରା ଜଗତର କଳାକାର ଓ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

ADGDADAGVCZC

ଭଦ୍ରକ/ଅସୁରାଳି: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଚିଙ୍ଗୁଡିପୁର ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବ ଯାତ୍ରା ହାସ୍ୟାଭିନେତା ଗୁରୁ ପୃଷ୍ଟି(୩୩)ଙ୍କର ମୃତ୍ୟୁ ଘଟିଛି।ଏହି ଦୁଃଖଦ ଘଟଣା ଯାତ୍ରା ଜଗତର କଳାକାର ଓ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି। ସୂଚନା ଅନୁଯାୟୀ କଳାକାର ଗୁରୁ ପୃଷ୍ଟି ରବିବାର ରାତି ପାଖାପାଖି ଆଠଟା ବେଳେ ନାଟକରେ ଅଭିନୟ କରିବା ପାଇଁ ଏକ ବାଇକ ଯୋଗେ ଭଦ୍ରକରୁ  ଧାମନଗର ସେଣ୍ଡପୁରକୁ ଆସୁଥିବା ବେଳେ ଜାତୀୟ ରାଜପଥର ଚିଙ୍ଗିଡ଼ିପୁର କେନାଲ ଛକ ନିକଟରେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା।

Bhadrak Politics: ଭାଙ୍ଗିଯାଉଛି ‘ବିଜେଡି’ର ଗଡ଼, ହଜିଗଲଲାଣି ସଂଜୀବଙ୍କ ଆଖିରୁ ନିଦ!

ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ଧାମନଗର ପୁଲିସ ଘଟଣା ସ୍ଥାନରେ ପହଞ୍ଚିବା ସହ ଗୁରୁଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। କିନ୍ତୁ ଏଠାରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ। ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଗୁରୁ ପୃଷ୍ଟି ସମ୍ପ୍ରତି ଇନ୍ଦ୍ର ଭୁବବ ଅପେରାରେ ହାସ୍ୟ ଅଭିନେତା ଭାବେ କାର୍ଯ୍ୟ କରୁଥିଲେ।ଏହି ଖବର ଜଣାପଡିବା ପରେ ଯାତ୍ରା ପାର୍ଟି କତ୍ତୃପକ୍ଷ ଏବଂ ସାଥୀ କଳାକାର ମାନେ ଭଦ୍ରକ ମେଡ଼ିକାଲରେ ପହଁଚିଛନ୍ତି।ଦୁଃଖଦ ଘଟଣା ପରେ ଧାମନଗର ସେଣ୍ଡପୁର ଠାରେ ଆଜି ନାଟକ ପରିବେଷଣ ବନ୍ଦ ରହିଥିବା ଜଣାପଡ଼ିଛି।

Trump Avenue in Hyderabad : ହାଇଦ୍ରାବାଦରେ ଟ୍ରମ୍ପଙ୍କ ନାମରେ ସଡ଼କ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe