କଟକ: କଟକ ବଡ଼ଡାକ୍ତରଖାନା ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରାଙ୍କୁ ଭିଜିଲାନ୍ସ ଟିମ୍ ରାସ୍ତାରେ ମାଡ଼ିବସିଛି। ଡାକ୍ତର ବେହେରା ଏକ ଘରୋଇ କମ୍ପାନିରୁ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା। ବିଭାଗରେ ଟେଣ୍ଡର ମାଧ୍ୟମରେ ଡାକ୍ତରୀ ଉପକରଣ କିଣାକୁ ନେଇ ଘରୋଇ କମ୍ପାନି ତାଙ୍କୁ ଏହି ଟଙ୍କା ଦେଇଥିବା ଭିଜିଲାନ୍ସ ଟିମ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଅଧିକ ଖୋଳତାଡ଼ ଚାଲିଛି। ଭିଜିଲାନ୍ସ ତାଙ୍କ ସରକାରୀ ବାସଭବନରେ ଚଢ଼ଉ କରିବା ସହ ତାଙ୍କୁ ଗିରଫ କରିଛି।
Ranji Trophy: ରଣଜୀ ଟ୍ରଫି: ସ୍ବସ୍ତିକ ଓ ଗୋବିନ୍ଦଙ୍କ ଅର୍ଦ୍ଧଶତକ, ତୁଫୈଲଙ୍କ ପଦାର୍ପଣ
ହେପାଟୋଲୋଜି ବିଭାଗର ଡାକ୍ତରୀ ଉପକରଣ କିଣିବା ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରରେ ୧୬ ଜଣ ବିଡର୍ ସାମିଲ ହୋଇଥିଲେ। ସେମାନଙ୍କୁ ଯନ୍ତ୍ରାଂଶ ନମୁନା ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଡାକ୍ତର ବେହେରା ଏକ ନିର୍ଦ୍ଦିଷ୍ଟ ସଂସ୍ଥାର ନିମ୍ନମାନର ଯନ୍ତ୍ରାଂଶ ସତ୍ତ୍ବେ ଅନୁକମ୍ପା ଦେଖାଇବାକୁ ଯାଇ ଲାଞ୍ଚ ନେଇଥିବା କୁହାଯାଉଛି। ଏହି ଘଟଣାକୁ ନେଇ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପ୍ରତିଯୋଗୀ ବିଡର୍ମାନେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଡାକ୍ତର ବେହେରା ଆଜି ମଙ୍ଗଳାବାଗ କାଠଗୋଲା ସାହି- ମେଡିକାଲ୍ ରାସ୍ତାରେ ଆକ୍ଟିଭା ସ୍କୁଟି (ଓଡି୦୫ବିଏସ୍-୭୩୦୯)ରେ ସରକାରୀ ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୨ ଲକ୍ଷ ୬୩ ହଜାର ଟଙ୍କା ଜବତ ହୋଇଛି। ଏହି ଟଙ୍କା କେଉଁଠୁ ଆଣିଛନ୍ତି ସେ ସମ୍ପର୍କରେ ଡାକ୍ତର ବେହେରା ସ୍ପଷ୍ଟ ତଥ୍ୟ ଦେଇପାରି ନ ଥିଲେ। ପରେ ଭିଜିଲାନ୍ସ ଟିମ୍ ଡାକ୍ତର ବେହେରାଙ୍କ ସରକାରୀ କ୍ବାର୍ଟର୍ସ, ମଙ୍ଗଳାବାଗରେ ଥିବା କ୍ଲିନିକ୍, ସିଡିଏ ସେକ୍ଟର ୬ରେ ଥିବା ଘରେ ଚଢ଼ଉ କରିଥିଲା।
Mahaprayan vehicle: ମହାପ୍ରୟାଣ ବଦଳରେ ‘୧୦୯ ନମ୍ବର’ ଯାନ: ସ୍ବାସ୍ଥ୍ୟମନ୍ତ୍ରୀ
କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା (କେସ୍ ନଂ ୪) ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଛି। ୫୫ ବର୍ଷୀୟ ଡାକ୍ତର ବେହେରା ୧୯୯୬ରେ ଡାକ୍ତର ଚାକିରିରେ ଯୋଗ ଦେଇଥିଲେ। ୨୦୦୨ରୁ ୨୦୦୯ ଏସ୍ସିବିରେ କାର୍ଯ୍ୟରତ ଥିଲେ। ୨୦୦୯ରୁ ୨୦୧୨ ଦିଲ୍ଲୀ ଏମ୍ସରେ ଡିଏମ୍ କରିଥିଲେ। ୨୦୧୩ରୁ ଏସ୍ସିବିରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ପରବର୍ତ୍ତୀ ସମୟରେ ଆସୋସିଏଟ୍ ପ୍ରଫେସର ପାହ୍ୟାକୁ ପଦୋନ୍ନତି ପାଇଥିଲେ।
Follow Us