ଭୁବନେଶ୍ବର: ଓଡ଼ିଶାକୁ ବିଶ୍ବବ୍ୟାଙ୍କ ସହାୟତା ଜାରି ରଖିବ। ବିଶ୍ବବ୍ୟାଙ୍କ ସଭାପତି ଅଜୟ ବାଙ୍ଗା ଏହି ପ୍ରତିିଶ୍ରୁତି ଦୋହରାଇଛନ୍ତି। ରାଜ୍ୟର ବିକାଶକୁ ତ୍ବରାନ୍ବିତ କରିବା ଲାଗି ଆବଶ୍ୟକ ବୈଷୟିକ ସହାୟତା, ନୀତି ପ୍ରସ୍ତୁତି ପାଇଁ ପରାମର୍ଶ ସେବା ଓ ଆର୍ଥିକ ସହାୟତା ଜାରି ରହିବ ବୋଲି ସେ କହିଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସାକ୍ଷାତ ଆଲୋଚନା ବେଳେ ସେ ଏହା କହିଥିଲେ। ଓଡ଼ିଶାର ବିକାଶ ଉଦ୍ୟମ ଓ ସଂସ୍କାର ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ହେଉଥିବା ଉଦ୍ୟମ ପାଇଁ ସେ ସରକାରଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ସଂସ୍ଥାଗତ ଦକ୍ଷତା ଓ ଘରୋଇ ସରକାରୀ ସହଭାଗିତାକୁ ଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ବୈଠକରେ ରାଜ୍ୟର ଅନ୍ତର୍ଭୁକ୍ତୀକରଣ ଓ ସ୍ଥାୟୀ ବିକାଶକୁ ତ୍ବରାନ୍ବିତ କରିବା, ଘରୋଇ କ୍ଷେତ୍ରରେ ନିଯୁକ୍ତି ପାଇଁ ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ଭିତ୍ତିଭୂମିରେ ଉନ୍ନତି, ସାମାଜିକ କ୍ଷେତ୍ରର ଫଳାଫଳକୁ ଉନ୍ନତ କରିବା ଏବଂ ପ୍ରଯୁକ୍ତି ଆଧାରିତ ଅଭିବୃଦ୍ଧି ଭଳି ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
Digital India: ଡିଜିଟାଲ ନିଶାରେ ଯୁବପିଢ଼ି: ବୟସ ଆଧାରିତ କଟକଣା ପାଇଁ ପ୍ରସ୍ତାବ
ରାଜ୍ୟର ଦୀର୍ଘକାଳୀନ ବିକାଶ ଓ ସଂସ୍କାର ଏଜେଣ୍ଡାକୁ ସୁଦୃଢ଼ କରିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆଇଟିଆଇଗୁଡ଼ିକର ଉନ୍ନତୀକରଣ ପାଇଁ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ସେଣ୍ଟର୍ (ସିଟିଟିସି) ଭୁବନେଶ୍ବର ଆଧାରରେ ଏକ ନୂଆ ବିଶ୍ବବ୍ୟାଙ୍କ ଗ୍ରୁପ୍-ଇଣ୍ଡିଆ ଯୋଜନା ପ୍ରସ୍ତୁତ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। ଉଭୟଙ୍କ ମଧ୍ୟରେ ବିଶ୍ବସ୍ତରୀୟ ଓ ଆଞ୍ଚଳିକ ଅର୍ଥନୈତିକ ଆହ୍ବାନଗୁଡ଼ିକ ସମ୍ପର୍କରେ ଆଲୋଚନା ହୋଇଥିଲା। ଭିତ୍ତିଭୂମି ନିର୍ମାଣ, ଦ୍ରୁତ ସହରୀକରଣର ପରିଚାଳନା ଓ ସ୍ଥାୟୀ ସମ୍ବଳ ପରିଚାଳନା ପାଇଁ ମିଳିତ ସହଯୋଗରେ କାମ କରିବାକୁ ଉଭୟ ସହମତ ହୋଇଥିଲେ। ରାଜ୍ୟର ବିକାଶ ପ୍ରାଥମିକତା ଓ ବିଶ୍ବବ୍ୟାଙ୍କର ଲକ୍ଷ୍ୟ ସହ ସମନ୍ବିତ ଥିବା ନୂଆ କ୍ଷେତ୍ରଗୁଡ଼ିକରେ ସହଯୋଗିତା ବଢ଼ାଇବାକୁ ମଧ୍ୟ ଉଭୟ ରାଜି ହୋଇଥିଲେ।
Problem: ପାଣି ଘେରରେ ଦୁର୍ବିଷହ ଦୟନୀୟ ଜୀବନ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଶ୍ବବ୍ୟାଙ୍କ ସଭାପତିଙ୍କୁ ଓଡ଼ିଶା ଭିଜନ୍ ଡକ୍ୟୁମେଣ୍ଟ ବିଷୟରେ ଅବଗତ କରିଥିଲେ। ଓଡ଼ିଶା ଭିଜନ୍ ୨୦୩୬ ଓ ୨୦୪୭ ଏବଂ ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା ଆଧାରରେ ସହଯୋଗିତାର ନୂଆ ନୂଆ କ୍ଷେତ୍ର ସନ୍ଧାନ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରମୁଖ ବିକାଶମୂଳକ ଓ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ଭିତ୍ତିଭୂମି, ଏମ୍ଏସ୍ଏମ୍ଇ, କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ର ଏବଂ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ପାଉଥିବା ନିବେଶ ଉପରେ ସେ ଆଲୋକପାତ କରିଥିଲେ। ଏହି ପଦକ୍ଷେପଗୁଡ଼ିକ ରାଜ୍ୟର ମହିଳା ଓ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ସେ ବିଶ୍ବବ୍ୟାଙ୍କ ସଭାପତିଙ୍କୁ ଜଣାଇଥିଲେ। ବ୍ୟବସାୟ ଅନୁକୂଳ ନୀତି ପାଇଁ ଓଡ଼ିଶା ପୁଞ୍ଜିନିବେଶ ହାସଲ କରିବାରେ ଆନ୍ଧ୍ରପ୍ରଦେଶ ପଛକୁ ଦ୍ବିତୀୟ ସ୍ଥାନରେ ଥିବା ମୁଖ୍ୟମନ୍ତ୍ରୀ ଜଣାଇଥିଲେ। ଏହି ଅବସରରେ ମୁଖ୍ୟ ସଚିବ ଅନୁ ଗର୍ଗ, ଉନ୍ନୟନ କମିସନର ଡିକେ ସିଂହ, ବିଶ୍ବବ୍ୟାଙ୍କର ପ୍ରତିନିଧି ଓ ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/30/fssffhxvbvbxv-2026-01-30-02-48-30.jpg)