ଭୁବନେଶ୍ବର: ରାଜ୍ୟରେ ଆଗକୁ ସରକାରୀ ଡାକ୍ତରଖାନାରେ ରୋଗୀ ଚିକିତ୍ସା ଆହୁରି ଜଟିଳ ହେବ। ଏବେ ଗୋଟିଏ ଘଣ୍ଟା ବହିର୍ବିଭାଗ ବା ଓପିଡି ବନ୍ଦ ରହୁଥିବା ବେଳେ ଆଗକୁ ୨ଘଣ୍ଟା ‌ବନ୍ଦ ହେବ। ଜାନୁଆରିରୁ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଓପିଡି ବନ୍ଦ ରଖିବା ଲାଗି ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍‌ସା) ନିଷ୍ପତ୍ତି ନେଇଛି। ସଂଘର କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓମ୍‌ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ଆଜିର ବୈଠକରେ ରାଜ୍ୟବ୍ୟାପୀ ଜାରି ରହିଥିବା ଘଣ୍ଟିକିଆ ଓପିଡି ବନ୍ଦ ଆସନ୍ତା ବର୍ଷ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। ୫ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସକାଳେ ୨ ଘଣ୍ଟା ପର୍ଯ୍ୟନ୍ତ ଓପିଡି ବନ୍ଦ କରାଯିବ। ୧୫ ତାରିଖ ସୁଦ୍ଧା ସରକାର ସଂଘର ଦାବି ଉପରେ କୌଣସି ପଦକ୍ଷେପ ନ ନେଲେ ଉଭୟ ସକାଳେ ଓ ଅପରାହ୍‌ଣରେ ଦୁଇ ଘଣ୍ଟାଏ ଲେଖାଏଁ ଓପିଡି ବନ୍ଦ ରହିବ। ଅର୍ଥାତ୍‌ ସଂଧ୍ୟାରେ ଆଉ ଓପିଡି ଖୋଲିବ ନାହିଁ।

Advertisment

Atal Marg:ଭଦ୍ରକ ସହରର ମୁଖ୍ୟ ରାସ୍ତା "ଅଟଳ ମାର୍ଗ" ର ଭିତ୍ତି ପ୍ରସ୍ତର ସ୍ଥାପନ

ଏହି ସମୟରେ ସମସ୍ତ ଜରୁରୀକାଳୀନ ସେବା ଜାରି ରହିବ। ଜାନୁଆରି ୨୫ କିମ୍ବା ୨୭ ତାରିଖରୁ ସଂପୂର୍ଣ୍ଣ ଭାବେ ରୋଗୀ ଚିକିତ୍ସା ବର୍ଜନ କରାଯିବ। ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସରକାର ଡାକ୍ତରଙ୍କ ଦାବିର ତର୍ଜମା ପାଇଁ ଅନ୍ତଃବିଭାଗୀୟ କମିଟି ଗଠନ କରିଛନ୍ତି। ଶୀଘ୍ର କମିଟିର ବୈଠକ ବସିବ। ସରକାର ଡାକ୍ତରଙ୍କ ଦାବିର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୧୦ ଦଫା ଦାବି ନେଇ ଓମ୍‌ସା ପକ୍ଷରୁ ଚଳିତମାସ ୨୬ ତାରିଖରୁ ସକାଳେ ଘଣ୍ଟିକିଆ ଓପିଡି ବନ୍ଦ କରାଯାଉଛି। ଏହାସହ ଏନ୍‌ଏଚ୍‌ଏମ୍‌ କାର୍ଯ୍ୟରେ ଅସହଯୋଗ କରୁଛନ୍ତି ଡାକ୍ତର।

T-20 : ଶ୍ରୀଲଙ୍କାକୁ ୧୫ ରନରେ ହରାଇଲା ଭାରତୀୟ ମହିଳା ଦଳ