ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାକର୍ମୀଙ୍କ ଦ୍ବାରା ନକ୍ସଲ ପ୍ରିଣ୍ଟିଂ ପ୍ରେସ ଉପରେ ଚଢଉ କରାଯାଇଛି। ଲଗାତାର ଯବାନ ସଫଳତା ହାସଲ କରୁଛନ୍ତି।
ସୁକମା ଜିଲ୍ଲାର ଗୋମଗୁଡାଠାରେ ଅବସ୍ଥାପିତ ନୂତନ ପୁଲିସ କ୍ୟାମ୍ପ ଦ୍ବାରା ଜଲେରଗୁଡା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଙ୍ଗଲରୁ ନକ୍ସଲଙ୍କ ପ୍ରିଣ୍ଟିଂ ପ୍ରେସ ଜବତ କରାଯାଇଛି। ଏଥିସହ ମାଓ ଡମ୍ପରୁ ସ୍ପାଇକ ମଧ୍ୟ ଜବତ କରାଯାଇଛି।
ଜିଲ୍ଲା ପୁଲିସ ଏବଂ ସିଆରପିଏଫ ଯବାନ ଏହି ସଫଳତା ହାସଲ କରିଛନ୍ତି।ମାଓ ଡମ୍ପରୁ ଲେଜର ପ୍ରିଣ୍ଟର, ବିଦ୍ୟୁତ ତାର, କାଲକୁଲେଟର, ପ୍ରିଣ୍ଟର କେବଲ, ରିମୋଟ, କମ୍ପାସ, କାଠର ସ୍ପାଇକ, ଲୁହାର ସ୍ପାଇକ, ବ୍ୟାଟେରି ସମେତ ଅନେକ ଦୈନିକ ଜିନିଷ ଜବତ କରାଯାଇଛି।
ଅଧିକ ପଢ଼ନ୍ତୁ: ଆଇସ୍କ୍ରିମରୁ ବାହାରିଲା ସାପ, ଆଶ୍ଚର୍ଯ୍ୟ ହେଲେ ବି କଥାଟି ସତ...
ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଠାରେ ଏତେ ସଂଖ୍ୟାରେ ସ୍ପାଇକ ଲୁଚାଇ ରଖିଥିଲେ। ଏଥିସହ ପ୍ରିଣ୍ଟର ଦ୍ବାରା ନକ୍ସଲଙ୍କ ପକ୍ଷରୁ ବହୁ ସମୟରେ ପ୍ରେସ ବିବୃତି ଦେବା ପାଇଁ କାମ କରାଯାଉଥିଲା। ନକ୍ସଲଙ୍କ ସମସ୍ତ ମାଓ ଡମ୍ପକୁ ସୁରକ୍ଷାକର୍ମୀ ଚଢଉ କରି ନକ୍ସଲ ସଂଗଠନକୁ ଦୁର୍ବଳ କରିସାରିଲେଣି।
ଅଧିକ ପଢ଼ନ୍ତୁ: କର୍ଣ୍ଣାଟକରେ ବିଭାସଙ୍କ ହତ୍ୟା: ଘୁ.ଉଦୟଗିରିରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/03/09/R0qVuqOxgXkPmcmsxOc8.jpg)