ଅନୁଗୁଳ: ଜଣେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି। ଏମିତି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସହରରେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି। ସୂଚନା ଅନୁସାରେ, ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସ୍ପେକ୍ଟର ଖଲେଶ୍ବର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଥାନା କାମ ସାରି ଫେରୁଥିଲେ।
Asia Cup : ପୁଣି ହଟହଟା ହେଲେ ଏସିସି ମୁଖ୍ୟ ମୋହସିନ ନକଭି, ପୁରସ୍କାର ଗ୍ରହଣ କରିବାକୁ ମନାକଲା U-19 ଭାରତୀୟ ଦଳ
ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍ (ଓଡି-୦୫-ଏବି-୧୭୬୫) ତାଙ୍କ ଉପରକୁ ମାଡ଼ି ଆସିଥିଲା। ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଡ୍ରାଇଭର୍ ଉଦ୍ୟମ କରିଥିଲା ବେଳେ ପୁଲିସ ଅଧିକାରୀ ଜଣଙ୍କ ରାସ୍ତାକଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏହା ପରେ ଡ୍ରାଇଭର୍ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗାଡ଼ିରୁ ଓହ୍ଲାଇ ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ଜାତିକୁ ନେଇ ଆକ୍ଷେପ କରିଥିଲେ। ପରେ ଥାନା ଅଧିକାରୀ ଶ୍ରୀ ସେଠୀ ଅନୁଗୁଳ ଥାନାକୁ ଏ ସଂପର୍କରେ ଜଣାଇବାରୁ ଜଣେ ପୁଲିସ ଅଧିକାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ସେ ଗତକାଲି ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
Road Accident: ରାସ୍ତାରେ ମାଡ଼ିଗଲା ମୃତ୍ୟୁ... ଟ୍ରାକ୍ଟର ଦୁର୍ଘଟଣାରେ ୫ ବର୍ଷ ଶିଶୁର ଚାଲିଗଲା ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/cPjhdTfmJzveKdzZ4WfZ.jpeg)