ହାଇକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ବେ ଷ୍ଟଲ ଭାଙ୍ଗିବାକୁ ଉଦ୍ୟମ: ପ୍ରତିବାଦରେ ଏନଏଚ ଅବରୋଧ

ହାଇକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ମହାରାଣୀ କ୍ଲବ ସମ୍ମୁଖ ଷ୍ଟଲ ଭାଙ୍ଗିବାକୁ କ୍ଲବ କର୍ତ୍ତୃପକ୍ଷ ଉଦ୍ୟମ ପ୍ରତିବାଦରେ ଦୋକାନ ମାଲିକ ମାନେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ....

Attempts to demolish stalls despite High Court stay: NH blockade in protest

Attempts to demolish stalls despite High Court stay: NH blockade in protest Photograph: (sambad.in)

ନବରଙ୍ଗପୁର: ହାଇକୋର୍ଟଙ୍କ ସ୍ଥଗିତାଦେଶ ସତ୍ତ୍ୱେ ମହାରାଣୀ କ୍ଲବ ସମ୍ମୁଖ ଷ୍ଟଲ ଭାଙ୍ଗିବାକୁ କ୍ଲବ କର୍ତ୍ତୃପକ୍ଷ  ଉଦ୍ୟମ ପ୍ରତିବାଦରେ ଦୋକାନ ମାଲିକ ମାନେ ୨୬ ନମ୍ବର ଜାତୀୟ ରାଜପଥକୁ  ଅବରୋଧ କରିଥିଲେ। ସୂଚନା ପାଇବା ପରେ ଟାଉନଥାନା ଅଧିକାରୀ ସମ୍ବିତ ବେହେରା ସଦଳବଳ ସହ ଆସି ବୁଝାସୁଝା କରି ଥାନାକୁ ବ୍ୟବସାୟୀଙ୍କୁ ଡାକି ନେଇଥିଲେ।

ଥାନାରେ ଆନ୍ଦୋଳନକାରୀମାନେ ହାଇକୋର୍ଟର ନିର୍ଦ୍ଦେଶକୁ ଅବମାନନା କରି କ୍ଲବ କର୍ତ୍ତୃପକ୍ଷ କିଭଳି ଜେସିବି ଆଣି ଭାଙ୍ଗିବାକୁ ପ୍ରୟାସ କଲେ ତାଙ୍କ ନାଁରେ ମାମଲା ରୁଜୁ କରିବାକୁ ଦାବି କରିଥିଲେ। 

ଥାନାରେ ହୋଇଥିବା ଆଲୋଚନାରେ ଏସଡିପିଓ କୃଷ୍ଣ ଚନ୍ଦ୍ର ଭତରା, ଥାନା ଅଧିକାରୀ ସମ୍ବିତ ବେହେରା, ତହସିଲଦାର କୌଳାଶ ଚନ୍ଦ୍ର ତ୍ରିପାଠୀ , ଆରଆଇ ବିଜୟ କୁମାର ମାଝୀ, ଆରଆଇ , ବ୍ୟବସାୟୀଙ୍କ ପ୍ରତିନିଧି ଭାବେ ସ୍ବେଚ୍ଛାସେବୀ ସିତେଶ ପଟ୍ଟନାୟକ, ସୁଶାନ୍ତ କୁମାର ପ୍ରଧାନ , କାଉନସିଲର ସିଏଚ୍ ମୁରଲୀକ୍ରୀଷ୍ଣା ପ୍ରମୁଖ ଭାଗ ନେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସେ ସୋମବାର ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି।

ସେ ଏ ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି ତହସିଲଦାର। ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାପାଳ ଅବେଦନକାରୀ ଓ ବିପକ୍ଷ ପକ୍ଷଙ୍କୁ ଡାକି ଆଲୋଚନା କରି ୪ସପ୍ତାହ ମଧ୍ୟରେ କୋର୍ଟକୁ ଜଣାଇବେ। ସେ ଯାଏଁ ମହାରାଣୀ କ୍ଲବ କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି କହିଛନ୍ତି ତହସିଲଦାର। ସେ ଯାଏଁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ଓ ପ୍ରଶାସନ ଉକ୍ତ ଅଂଚଳ ଉପରେ ନଜର ରଖିବ ବୋଲି ପ୍ରତିଶ୍ରୃତି ଦେଇଥିଲେ।

ପ୍ରକାଶଯୋଗ୍ୟ, ବ୍ୟବସାୟିକ ଷ୍ଟଲ ନିର୍ମାଣ କରିବା ପାଇଁ  ନବରଙ୍ଗପୁର ସହର ମଧ୍ୟ ଭାଗ ରେ ତହସିଲଦାର କାର୍ଯ୍ୟାଳୟ ସମ୍ମୁଖରେ ଥିବା ସର୍ବ ପୁରାତନ ମହାରାଣୀ କ୍ଲବ ସମ୍ମୁଖରେ ନାମକୁ ମାତ୍ର ଛୋଟ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ।  

ଏଥିପାଇଁ ମାସିକ ପୂର୍ବ ନିର୍ଦ୍ଧାରିତ ଭଡା କ୍ଲବ ନିକଟରେ ଜମା କରି ବ୍ୟବସାୟ  କରୁଛନ୍ତି। କ୍ଲବ ତରଫରୁ ଏହି ବ୍ୟବସାୟୀକ ସ୍ଥଳରେ ବିନା କୌଣସି ପୂର୍ବ ସୂଚନା ଦେଇ  ଷ୍ଟଲ ନିର୍ମାଣ କରିବା ପାଇଁ ଯୋଜନା କରି  କ୍ଲବ ସମ୍ମୁଖରୁ ସବୁ ଦୋକାନ ଖାଲି କରିବା ପାଇଁ ମୌଖିକ ଭାବେ କୁହାଯାଇଥିଲା । ଯଦି ଏହି ବ୍ୟବସାୟୀ ମାନେ ଷ୍ଟଲର ଭଡା ବାବଦକୁ  ବଡ଼ ଷ୍ଟଲ ପାଇଁ ୨୦ ଲକ୍ଷ ଟଙ୍କା ଓ ଛୋଟ ଷ୍ଟଲ ପାଇଁ ୫ ଲକ୍ଷ ଟଙ୍କା ଅଗ୍ରୀମ ଜମା ଦେବେ ତେବେ ଏମାନଙ୍କୁପ୍ରାଥମିକତା ଭିତ୍ତିରେ ସୁଯୋଗ ଦିଆଯିବ ବୋଲି କର୍ମକର୍ତ୍ତା ମାନେ କହିଥିବା ଦୋକାନୀ ଅଭିଯୋଗ କରିଛନ୍ତି।

ଅଧିକ ପଢ଼ନ୍ତୁ: ଜାତିସଂଘରୁ ସମ୍ମାନଜନକ ସାସାକାୱା ପୁରସ୍କାର ପାଇବା ପରେ ପ୍ରତିକ୍ରିୟା ରଖିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ସ୍ୱଳ୍ପ ରୋଜଗାରରେ ଗୁଜୁରାଣ ମେଣ୍ଟାଉ ଥିବା ବେଳେ ତାଙ୍କ  ପକ୍ଷରେ ଏତେ ପରିମାଣର ଅଗ୍ରୀମ ପ୍ରଦାନ କରିବା ଅସମ୍ଭବ। ଏମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ପରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଛନ୍ତି। କ୍ଲବ ପକ୍ଷରୁ ମୌଖିକ ଭାବେ କୁହାଯାଇଥିଲା। ତେବେ ହାଇକୋର୍ଟର ସ୍ଥଗିତାଦେଶ ତାଙ୍କୁ ମିଳିନି ବୋଲି କ୍ଲବର ସମ୍ପାଦକ ଦାରା ଶିବପ୍ରସାଦ କହିଛନ୍ତି। 

ଅଧିକ ପଢ଼ନ୍ତୁ: ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହିଦ,୨ ଆହତ

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe