Advertisment

Babu made a mistake: ଭୁଲ୍‌ କଲେ ବାବୁ, ହକ୍‌ ହରାଇଲେ ଝୋଡ଼ିଆ: ଆଦିବାସୀ ମାନ୍ୟତା ହରାଇ ଦୁର୍ଦ୍ଦିନରେ, ୧୯୯୭ରୁ ନିରନ୍ତର ଚାଲିଛି ଲଢ଼େଇ

Advertisment

୧୯୯୭ ପୂର୍ବରୁ ପାଇଥିଲେ ଆଦିବାସୀ ମାନ୍ୟତା। ମିଳୁଥିଲା ସରକାରୀ ସୁବିଧା। ହେଲେ ରାଜସ୍ବ ସେଟଲ୍‌ମେଣ୍ଟ୍ ସମୟରେ ବିଭାଗୀୟ ଅଧିକାରୀ ପରଜା ବଦଳରେ ଏହି ସମ୍ପ୍ରଦାୟକୁ ଝୋଡ଼ିଆ ବୋଲି ଉଲ୍ଲେଖ କରିଦେଲେ। ଆଉ ସରକାରୀ....

୧୯୯୭ ପୂର୍ବରୁ ପାଇଥିଲେ ଆଦିବାସୀ ମାନ୍ୟତା। ମିଳୁଥିଲା ସରକାରୀ ସୁବିଧା। ହେଲେ ରାଜସ୍ବ ସେଟଲ୍‌ମେଣ୍ଟ୍ ସମୟରେ ବିଭାଗୀୟ ଅଧିକାରୀ ପରଜା ବଦଳରେ ଏହି ସମ୍ପ୍ରଦାୟକୁ ଝୋଡ଼ିଆ ବୋଲି ଉଲ୍ଲେଖ କରିଦେଲେ। ଆଉ ସରକାରୀ....

fdgjdgjbcncbncbn

ନବୀନ ଚନ୍ଦ୍ର ସାହୁ

ଜୟପୁର: ୧୯୯୭ ପୂର୍ବରୁ ପାଇଥିଲେ ଆଦିବାସୀ ମାନ୍ୟତା। ମିଳୁଥିଲା ସରକାରୀ ସୁବିଧା। ହେଲେ ରାଜସ୍ବ ସେଟଲ୍‌ମେଣ୍ଟ୍ ସମୟରେ ବିଭାଗୀୟ ଅଧିକାରୀ ପରଜା ବଦଳରେ ଏହି ସମ୍ପ୍ରଦାୟକୁ ଝୋଡ଼ିଆ ବୋଲି ଉଲ୍ଲେଖ କରିଦେଲେ। ଆଉ ସରକାରୀ ବାବୁଙ୍କ ଏହି ଛୋଟିଆ ଭୁଲ୍‌ ଝୋଡ଼ିଆଙ୍କ ବିକାଶରେ ବଡ଼ କଣ୍ଟା ସାଜିଲା। ସରକାର ଆଦିବାସୀ ମାନ୍ୟତା ପ୍ରତ୍ୟାହୃତ କରିନେବା ପରେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ୨୯ବର୍ଷ ହେଲା ଦୁର୍ଦ୍ଦିନରେ କାଳ କାଟୁଛନ୍ତି ଝୋଡ଼ିଆ ସମ୍ପ୍ରଦାୟ। ପଡ଼ୋଶୀ କଳାହାଣ୍ଡି, କୋରାପୁଟରେ ରହୁଥିବା ପରଜା ସମ୍ପ୍ରଦାୟକୁ ସରକାର ପ୍ରଦାନ କରିଛନ୍ତି ଆଦିବାସୀ ମାନ୍ୟତା। ହେଲେ ରାୟଗଡ଼ା ପାଇଁ ନିୟମ ଅଲଗା ହୋଇଯାଇଛି। ଫଳରେ ଜାତିଗତ ପ୍ରମାଣପତ୍ରଠୁ ଆରମ୍ଭ କରି ସ୍କୁଲ୍, କଲେଜରେ ନାମ ଲେଖାଇବା, ଅଣଆଦିବାସୀଙ୍କ ହାତରେ ଥିବା ଜମିକୁ ଫେରାଇ ଆଣିବାରୁ ବଞ୍ଚିତ ହୋଇଛନ୍ତି ଝୋଡ଼ିଆ। ହକ୍ ହାସଲ ପାଇଁ ୧୯୯୭ରୁ ନିରନ୍ତର ଭାବେ ଲଢ଼େଇ ଜାରି ରଖିବା ସ‌ତ୍ତ୍ବେ ସରକାର କର୍ଣ୍ଣପାତ କରୁନାହାନ୍ତି।

ଆଦିବାସୀ ମାନ୍ୟତା ହରାଇ ଦୁର୍ଦ୍ଦିନରେ
୧୯୯୭ରୁ ନିରନ୍ତର ଚାଲିଛି ଲଢ଼େଇ
୨୦୧୨ରେ ବର୍ଜନ କରିଥିଲେ କାଶୀପୁର ପଞ୍ଚାୟତ ନିର୍ବାଚନ

ସବୁଠୁ ବଡ଼ କଥା ହେଲା ଆଦିବାସୀ ଅଞ୍ଚଳରେ ମଦ ବନ୍ଦ ପାଇଁ ନବେ ଦଶକରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଆଦିବାସୀ ନାରୀ ନେତ୍ରୀ ସୁମନୀ ଝୋଡ଼ିଆଙ୍କୁ ପୁଲିସ କ୍ଷମତା ପ୍ରଦାନ କରିଥିଲେ। ସେହିପରି ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସୁମନୀଙ୍କୁ ରାଜ୍ୟ ଯୋଜନା ବୋର୍ଡରେ ଆଦିବାସୀ ପ୍ରତିନିଧି ଉପଦେଷ୍ଟା ଭାବେ ରଖିଥିଲେ। ୨୦୧୪ରେ ମୋଦୀ ସରକାର ଶାସନକୁ ଆସିବା ପରେ ଆସାମ, ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡର ୧୫ରୁ ଊର୍ଧ୍ବ ସଂପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ କଲେ। କିନ୍ତୁ ଓଡ଼ିଶାର ଦାବିକୁ ବିଚାରକୁ ନେଲେନି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ସୁପାରିସ ସତ୍ତ୍ବେ ଝୋଡ଼ିଆ ସଂପ୍ରଦାୟଙ୍କୁ ଆଦିବାସୀ ତାଲିକାଭୁକ୍ତ କରି‌ବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରି ଚାଲିଛନ୍ତି। ପ୍ରତିବାଦରେ ଝୋଡ଼ିଆ ସଂପ୍ରଦାୟ ୨୦୧୨ରେ କାଶୀପୁର ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିଲେ। ଏହା ପରେ କେନ୍ଦ୍ର ସରକାରଙ୍କ ଏକ ଟିମ୍ କାଶୀପୁର ଗସ୍ତ କରି ସର୍ଭେ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛି। ହେଲେ ଆଜି ସୁଦ୍ଧା ସର୍ଭେ ରିପୋର୍ଟ ନାଲିଫିତାରେ ବନ୍ଧା ହୋଇ ରହିଛି।

PMAY: ସହରାଞ୍ଚଳ ଗୃହନିର୍ମାଣ ମିସନକୁ ସୁଦୃଢ଼ କରିବ ‘ପିଏମଏୱାଇ-ଅର୍ବାନ ବନ୍ଧୁ’

ସୂଚନାଯୋଗ୍ୟ, କାଶୀପୁର ବ୍ଲକର ୧୨ଟି ପଞ୍ଚାୟତରେ ୬୦ ହଜାରରୁ ଊର୍ଧ୍ବ ଝୋଡ଼ିଆ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି। ଆଦିବାସୀ ମାନ୍ୟତା ହରାଇବା ପରେ ଏମାନେ ଅବହେଳିତ ହୋଇ ରହିଛନ୍ତି। ଝୋଡ଼ିଆଙ୍କ ଚାଲିଚଳଣି, ସଂସ୍କୃତି, ପରମ୍ପରା ଆଦିବାସୀ ସମ୍ପ୍ରଦାୟ ଭଳି ସମାନ ଥିବା ବେଳେ ସରକାର କାହିଁକି ଏହି ଜନଜାତିକୁ ଆଦିବାସୀ ମାନ୍ୟତା ପ୍ରଦାନରେ କୁଣ୍ଠାବୋଧ କରୁଛନ୍ତି ତାହା ଅନେକଙ୍କୁ ଚକିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe