ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବିରୋଧରେ 'ଠେଙ୍ଗା ଅଭିଯାନ' ଆରମ୍ଭ କଲେ ବାବୁ ସିଂ

ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିରୋଧରେ ଏକ 'ଠେଙ୍ଗା ଅଭିଯାନ' ଆରମ୍ଭ କରିଛନ୍ତି। ଏହି ଅଭିଯାନ ଅନ୍ତର୍ଗତ ସେ ମହିଳାଙ୍କର ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ଯାହାକୁ ସେ 'ଠେଙ୍ଗା ବାହିନୀ' ନାମରେ ନାମିତ କରିଛନ୍ତି...

Babu Singh started 'Thenga Abhiyan' against obscene dance in Khadgiri Yatra

Babu Singh started 'Thenga Abhiyan' against obscene dance in Khadgiri Yatra Photograph: (sambad.in)

ଭୁବନେଶ୍ୱର: ଏକାମ୍ର ବିଧାୟକ ବାବୁ ସିଂ ଭୁବନେଶ୍ୱରର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ବିରୋଧରେ ଏକ 'ଠେଙ୍ଗା ଅଭିଯାନ' ଆରମ୍ଭ କରିଛନ୍ତି।

ଏହି ଅଭିଯାନ ଅନ୍ତର୍ଗତ ସେ ମହିଳାଙ୍କର ସ୍ୱତନ୍ତ୍ର ଦଳ ଗଠନ କରିଛନ୍ତି। ଯାହାକୁ ସେ 'ଠେଙ୍ଗା ବାହିନୀ' ନାମରେ ନାମିତ କରିଛନ୍ତି। ଏହି ବାହିନୀ ଯାତ୍ରା ଦଳ ଉପରେ କଡା ନଜର ରଖିବ।

କଳାକାରମାନେ ଯଦି କୌଣସି ପ୍ରକାରର ଅଶ୍ଳୀଳତା ଅବଲମ୍ବନ କରନ୍ତି ତେବେ ଏହି ବାହିନୀ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।  

ଏନେଇ ବିଜେପି ବିଧାୟକ କହିଛନ୍ତି, ଓଡିଆ ସଂସ୍କୃତି ହେଉଛି ବିଶ୍ୱର ସର୍ବୋତ୍ତମ ସଂସ୍କୃତି। ଏହାକୁ କଳାକାରମାନେ ଅଶ୍ଳୀଳ ନୃତ୍ୟ ଦ୍ବାରା ନଷ୍ଟ କରୁଛନ୍ତି। ଫଳରେ ପରିବାର ସଦସ୍ୟଙ୍କ ସହ ଏଭଳି କାର୍ଯ୍ୟକ୍ରମ ଏକାଠି ବସି ଦେଖି ହେଉନାହିଁ। ତେଣୁ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଅବା ଅଶ୍ଳୀଳ ଶବ୍ଦ ତଥା ଭାଷାର ବ୍ୟବହାର ବିରୁଦ୍ଧରେ ଆମେ ଏହି 'ଠେଙ୍ଗା ଅଭିଯାନ' ଆରମ୍ଭ କରିଛୁ।

ଅଧିକ ପଢ଼ନ୍ତୁ: ଓଡ଼ିଶାର ସଂସ୍କୃତିକୁ ଜୀବିତ ରଖିବାରେ ‘ସମ୍ବାଦ’ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଆସିଛି: ମୁଖ୍ୟମନ୍ତ୍ରୀ

ଆମେ ଯାତ୍ରା ଦଳ ଏବଂ କଳାକାରମାନଙ୍କୁ ଏପରି ଅଶ୍ଳୀଳ ପ୍ରଦର୍ଶନରୁ ଦୂରେଇ ରହିବାକୁ ନିବେଦନ କରୁଛୁ, ନଚେତ୍ ସେମାନଙ୍କ ବିରୁଦ୍ଧରେ ଠେଙ୍ଗା ବ୍ୟବହାର କରାଯିବ ବୋଲି ବିଧାୟକ କହିଛନ୍ତି।

ଅଧିକ ପଢ଼ନ୍ତୁ: ମଦ ଦୁର୍ନୀତିରେ ବଡ଼େ ମିଆଁ ଏବଂ ଛୋଟେ ମିଆଁ ଉଭୟ ଜେଲ୍ ଗଲେ: ଶାହା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe