Badri's explosive statement: ବିଜେଡି ପ୍ରତିଷ୍ଠା ଦିବସରେ ବଦ୍ରିଙ୍କ ବିସ୍ଫୋରକ ବୟାନ: ସୁଜାତାଙ୍କ ନେତୃତ୍ବକୁ ମାନିବୁନି

Advertisment

ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ବିସ୍ଫୋରଣ ସୃଷ୍ଟି କରିଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର। ଶୁକ୍ରବାର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ପଦନା ହାଟପଡ଼ିଆରେ ଆୟୋଜିତ ଦଳର ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଶ୍ରୀ ପାତ୍ର, ସୁଜାତା କାର୍ତ୍ତିକେୟନଙ୍କ....

ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ବିସ୍ଫୋରଣ ସୃଷ୍ଟି କରିଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର। ଶୁକ୍ରବାର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ପଦନା ହାଟପଡ଼ିଆରେ ଆୟୋଜିତ ଦଳର ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଶ୍ରୀ ପାତ୍ର, ସୁଜାତା କାର୍ତ୍ତିକେୟନଙ୍କ....

badri

ଘସିପୁରା: ବିଜେଡିର ୨୯ତମ ପ୍ରତିଷ୍ଠା ଦିବସରେ ବିସ୍ଫୋରଣ ସୃଷ୍ଟି କରିଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର। ଶୁକ୍ରବାର ନିଜ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡ଼ପଦନା ହାଟପଡ଼ିଆରେ ଆୟୋଜିତ ଦଳର ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଶ୍ରୀ ପାତ୍ର, ସୁଜାତା କାର୍ତ୍ତିକେୟନଙ୍କ ନେତୃତ୍ବକୁ ମାନିବେନି ବୋଲି ସଫାସଫା କହି ଦେଇଛନ୍ତି। ଖାଲି ସେତିକି ନୁହେଁ, ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ପ୍ରଣବପ୍ରକାଶ ଦାସ (ବବି) ଓ ଭିକେ ପାଣ୍ଡିଆନ ଦାୟୀ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଶଂସାରେ ପୋତିଛନ୍ତି।

ବବି, ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା
ବିଜେଡି ହାରିଥିବାରୁ ଆମେ ଖୁସି
କର୍ମୀ ମୋ ସହିତ ଅଛନ୍ତି, ଦଳ ସହ ନାହାନ୍ତି
ରାଜାଙ୍କୁ ମୁଁ ଗଢ଼ିଛି, ଦଳ ନେତୃତ୍ବ‌ ଦେଇ ଭୁଲ କଲା
ମୋହନଙ୍କୁ ପ୍ରଶଂସାରେ ପୋତିଲେ

ବଦ୍ରି କହିଥିଲେ, ସୁଜାତା ଦଳରେ ମିଶିଲେ ଆମର କିଛି ଆପତ୍ତି ନାହିଁ। ସେ କର୍ମୀ ହୋଇ ରହିବେ। ଆମ ଉପରେ ନେତା ହେବାକୁ ଚେଷ୍ଟା କଲେ ପ୍ରଶ୍ରୟ ଦେବୁନି। କେବଳ ନବୀନ ବାବୁ ଆମର ନେତା। ନିର୍ବାଚନ ପରିଚାଳନା ଠିକ୍‌ ଭାବେ ନ ହେବାରୁ ବିଜେଡି ହାରିଲା। ଦଳ ପାଇଁ କାମ କରୁଥିବା ଲୋକଙ୍କୁ ଆମ ଦଳର ଲୋକେ ଜେଲ୍‌ରେ ପୂରାଇଲେ। ଟିକେଟ୍‌ ବି ଠିକଣା ଢଙ୍ଗରେ ବଣ୍ଟାଗଲା ନାହିଁ। ଯେଉଁମାନେ ଦଳ ପାଇଁ କାମ କରିଥିଲେ ସେମାନଙ୍କୁ ଟିକେଟ୍‌ରୁ ବଞ୍ଚିତ କରାଗଲା। ଏଥିପାଇଁ ବବି ଓ ପାଣ୍ଡିଆନ ଦାୟୀ। ରାଜା ଚକ୍ରଙ୍କୁ ନେଇ ବଦ୍ରି କହିଥିଲେ, ସେ ରାଜାଙ୍କୁ ଗଢ଼ିଥିଲେ। ବିଭିନ୍ନ ପଦ ପଦବି ଦେଇଥିଲେ। ହେଲେ ଦଳ ତାଙ୍କୁ ଅସୀମ ନେତୃତ୍ବ ଦେଇ କ୍ଷମତା କେନ୍ଦ୍ର କରିଦେଲା। ସେ କିଛି ମାନିଲେ ନାହିଁ। ମୋହନ ଚରଣ ମାଝୀଙ୍କ ଉପରେ ବୋମା ପକାଇଲେ। ତାଙ୍କ ଦୁର୍ଭାଗ୍ୟକୁ ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଗଲେ। ସେ ଆହୁରି ମଧ୍ୟ କହିଥିଲେ, ବିଜେଡି ହାରିଥିବାରୁ ଆମେ ଖୁସି, ବିଜେଡି ଜିତିଥିଲେ ଆମେ ବଞ୍ଚି ନଥାନ୍ତୁ। କର୍ମୀ ସବୁ ମୋ ସହ ଅଛନ୍ତି, କିନ୍ତୁ ଆଉ ଦଳରେ ନାହାନ୍ତି। କେନ୍ଦୁଝରରେ ବୃହତ୍‌ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କୁ ପ୍ରଶଂସାରେ ପୋତିଥିଲେ।

Additional Security Deposit: ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ଅତିରିକ୍ତ ସୁରକ୍ଷା ଜମାକୁ ବିରୋଧ କଲା କଂଗ୍ରେସ

ଘସିପୁରା ବ୍ଲକ୍‌ ବିଜେଡି ସଭାପତି ବିଜୟ କୁମାର ଦାସଙ୍କ ସଭାପତ୍ବିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଘସିପୁରା ବ୍ଲକ୍‌ ଅଧ୍ୟକ୍ଷା ସୁଜାତା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସଞ୍ଜୟ ମଲ୍ଲିକ ଓ ମଧୁସ୍ମିତା ଦାସ, ଯୁବନେତା ଦେବାଶିଷ ପାତ୍ର, ତରଣୀସେନ ହୋତା, କୃଷ୍ଣଚନ୍ଦ୍ର ରାଉତ, ବିଭାସଚନ୍ଦ୍ର ନାୟକ, ନନ୍ଦକିଶୋର ବେହେରା, ପର୍ଶୁରାମ ଓଝା, ରମୁ ଚକ୍ର, ମନୋଜ ଜେନା, ଶରତ ଚନ୍ଦ୍ର ରାଉତ, ସତ୍ୟରଂଜନ ଭୂୟାଁ, ହରିପ୍ରସାଦ ମିଶ୍ର, ଆକାଶ ରଥ, ଯଦୁମଣି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Fire: ନିଆଁରେ ଜଳିଗଲା ଘର, ସର୍ଟସର୍କିଟରୁ ଭୟଙ୍କର ଅଗ୍ନିକାଣ୍ଡ: ପୋଡ଼ି ପାଉଁଶ ବର୍ଷକର ପରିଶ୍ରମ ଓ ଆସବାବପତ୍ର...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe