ଭୁବନେଶ୍ବର: ଏମ୍ସରେ ପୋଷ୍ଟମର୍ଟମ ପରେ ବଳଙ୍ଗା ପୀଡିତାଙ୍କ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ଏବଂ ଏହାକୁ ବିମାନ ଯୋଗେ ଓଡିଶା ଅଣାଯିବ। ରବିବାର ରାତି ୧୧ଟା ସମୟରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ ଦିଲ୍ଲୀ ଏମ୍ସରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ବୋଲି କୁହାଯାଉଛି। ଏହାପରେ ମୃତଦେହକୁ ଗାଁକୁ ନିଆଯିବ।
ଅଧିକ ପଢ଼ନ୍ତୁ: ପୁଲିସ କହୁଛି ୩ ଜଣ ଗୋଟିଏ ବାଇକ୍ରେ ବସି ପାରିବେ ନାହିଁ: ସନ୍ଦେହ ପ୍ରକଟ କଲେ ଭକ୍ତ ଦାସ
ସେଠାରେ କବରସ୍ତାନରେ କବର ଦିଆଯିବ। ଇତି ମଧ୍ୟରେ କବର ଖୋଳା ସରିଥିବାବେଳେ ପରିବାର ସଦସ୍ୟ ଅନ୍ତିମ ସଂସ୍କାର ପାଇଁ ରୀତିନୀତିରେ ଲାଗି ପ୍ରସ୍ତୁତ ହୋଇ ରହିଛନ୍ତି।
VIDEO | Bhubaneswar: Security was beefed up at residences of Odisha CM Mohan Charan Majhi, Deputy CM Pravati Parida after the passing away of Balanga minor girl who was admitted to the AIIMS Delhi hospital after she was set ablaze in Puri district.#Odisha#BalangaCase… pic.twitter.com/ngr8NPZUgN
— Press Trust of India (@PTI_News) August 3, 2025
ଏହାକୁ ଦୃଷ୍ଟିରେ ରଖି ବିମାନ ବନ୍ଦର ରାସ୍ତାରେ କଡ଼ା ସୁରକ୍ଷା ବ୍ୟବସ୍ତା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଭବନରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାରେ ପୁଲିସ ମୁତୟନ କରାଯାଇଛି।
ଅଧିକ ପଢ଼ନ୍ତୁ: ତରଭୁଜ ଖାଇବା ପାଇଁ ମାଗିଥିଲେ: ପରେ ମୃତ୍ୟୁ ଘଟିଲା
balanga victim | Biju Patnaik International Airport