Bangladeshi Infiltrator: ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଜବାବ ତଲବ

Advertisment

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଓ ଦେଶାନ୍ତର ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଓ ଦେଶାନ୍ତର ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

fdfhfhth

କଟକ: ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ଓ ଦେଶାନ୍ତର ପ୍ରସଙ୍ଗ ନେଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନୁପ୍ରବେଶକାରୀଙ୍କ ଚିହ୍ନଟ ପାଇଁ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ ପ୍ରସଙ୍ଗରେ କ’ଣ ସ୍ଥିତି ରହିଛି ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ହରୀଶ ଟଣ୍ଡନ ଓ ଜଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ଆତଙ୍କ ସୃଷ୍ଟି କରିଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଦାବି: ଦେଓଗାଁରେ ବନ୍ଦ ପାଳନ

NIA files chargesheet: ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାଣ ମାମଲାରେ ୧୦ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ମାମଲାର ବିବରଣୀରୁ ପ୍ରକାଶ ଯେ ବାଂଲାଦେଶୀ ଅନୁପ୍ରବେଶକାରୀ ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ ଏହି ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏପରି ଅନୁପ୍ରବେଶକାରୀଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି। ଅନୁପ୍ରବେଶକାରୀମାନେ ରାଜ୍ୟରେ ବେଆଇନ ଭାବେ ରହିବା ସହିତ ଜାଲ୍‌ କାଗଜପତ୍ର ଜରିଆରେ ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ୍ କାର୍ଡ ସମେତ ଅନ୍ୟ ସରକାରୀ ପରିଚୟପତ୍ର ହାସଲ କରୁଛନ୍ତି। ଏଭଳି ସ୍ଥିତିରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହଜ ନୁହେଁ। ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଦେଶର ନାଗରିକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି। ସେମାନଙ୍କୁ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନର ଆବଶ୍ୟକତା ରହିଛି। ଅତୀତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରସଙ୍ଗରେ ସରକାର ଜାରି କରିଥିବା ବିଭିନ୍ନ ସର୍କୁଲାର ଆଧାରରେ ଏ ପର୍ଯ୍ୟନ୍ତ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଗୃହ ବିଭାଗ, ପୁଲିସ ବିଭାଗ ପ୍ରତି ଜିଲ୍ଲାରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସର୍ଭେ କରି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ।

ଆଧାର କାର୍ଡ, ଭୋଟର କାର୍ଡ, ରା‌ସନ୍‌ କାର୍ଡ ଯାଞ୍ଚ କରାଯାଇ ବାସ୍ତବରେ ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କ କାର୍ଡ ବାତିଲ କରାଯାଉ। ଏଥି ସହିତ କିଭଳି ଭାବେ ଜାଲ୍‌ ପ୍ରମାଣପତ୍ର ଜରିଆରେ ଏପରି କାର୍ଡ ଅନୁପ୍ରବେଶକାରୀ ହାସଲ କରିଥିଲେ ତାହା ମଧ୍ୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ଚିହ୍ନଟ ବେଳେ ବାଂଲାଦେଶ ହାଇକମିସନଙ୍କ ସହାୟତା ନିଆଯାଉ। ଚିହ୍ନଟ ପରେ ଅନୁପ୍ରବେଶକାରୀଙ୍କୁ ଡିଟେନସନ୍ ସେଣ୍ଟରରେ ରଖାଯିବା ସହିତ ତୁରନ୍ତ ସେମାନଙ୍କ ଦେଶକୁ ପଠାଇବା ବ୍ୟବସ୍ଥା କରାଯାଉ। ଗୃହ ମନ୍ତ୍ରଣାଳୟର ୨୦୦୯ର ଗାଇଡ୍‌ଲାଇନ ପାଳନ କରି ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର, ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିସନର, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଶ୍ରୀ ମହାନ୍ତି ନିଜେ ଓ ସରକାରଙ୍କ ତରଫରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe