ଭୁବନେଶ୍ବର: ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ସମୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଜାଲ୍‌ କାଗଜପତ୍ର ଦେଇ ବର୍ତ୍ତମାନ ସୁଦ୍ଧା ୨ଜଣ ଅନୁପ୍ରବେଶକାରୀ ନିଜର ପାସ୍‌ପୋର୍ଟ ହାତେଇଥିବା ନଜରକୁ ଆସିଛି। ଯଦିଓ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି, ହେଲେ ପାସ୍‌ପୋର୍ଟ ପାଇବା ପାଇଁ ଏତେସବୁ କାଗଜପତ୍ର ସେମାନେ କିଭଳି ହାସଲ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ଜାଲ୍‌ କାଗଜପତ୍ର ଦେଇ ପାସ୍‌ପୋର୍ଟ ହାତେଇଥିବା ଏଭଳି ବାଂଲାଦେଶୀଙ୍କ ପ୍ରକୃତ ସଂଖ୍ୟା ଓଡ଼ିଶାରେ କେତେ ରହିଛି ତାହାକୁ ନେଇ ସନ୍ଦେହ ବଢ଼ିଛି। 

Advertisment

A man was brutally beaten: ଛୁଆ ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼:ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ଓଡ଼ିଶାରୁ ବିଦା ହେଲେଣି ୭୩, ଆଉ ୨ଜଣଙ୍କ ପ୍ରକ୍ରିୟା ଚାଲିଛି
ଭୁବନେଶ୍ବରରେ ୨୬, କେନ୍ଦ୍ରାପଡ଼ାରେ ୩ଜଣ ଅବୈଧ ବାଂଲାଦେଶୀ

ଦେଶରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ଓଡ଼ିଶାରେ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନସୁଦ୍ଧା ୭୩ଜଣ ବାଂଲାଦେଶୀଙ୍କୁ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯାଇ ଦେଶାନ୍ତର କରାଯାଇଛି। ମାତ୍ର ଗଞ୍ଜାମ ଓ କନ୍ଧମାଳର ଜଣେ ଲେଖାଏଁ ବାଂଲାଦେଶୀ ଜାଲ କାଗଜପତ୍ର ଦେଇ ନିଜ ନାଁରେ ପାସପୋର୍ଟ କରାଇଛନ୍ତି। ଏଥିପାଇଁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଭୁବନେଶ୍ବରରେ ଥିବା ଆଉ ୨ଜଣ ବାଂଲାଦେଶୀଙ୍କୁ ଦେଶାନ୍ତର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।    

Arrest: ଆସିକା ପୋଲିସ ଉପଖଣ୍ଡରେ ଅପରେସନ ସାଇବର କବଚ ଅଧୀନରେ ୯ ଗିରଫ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୫ ମେ’ ୨ରେ ରାଜ୍ୟମାନଙ୍କୁ ପତ୍ର ଜାରି ହେବା ପରେ ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟର ସମସ୍ତ ଆରକ୍ଷୀ ଅଧୀକ୍ଷକମାନେ ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟ କରୁଛନ୍ତି। ଚିହ୍ନଟ ପ୍ରକ୍ରିୟା ଦ୍ବାରା ବର୍ତ୍ତମାନ ସୁଦ୍ଧା ୨୨୬୧ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପରିଚୟପତ୍ର ଯାଞ୍ଚ ହୋଇଥିଲା। ତହିଁରୁ ୨୧୮୪ଜଣ ଭାରତୀୟ ନାଗରିକ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ମୁକ୍ତ କରାଯାଇଛି। ବଳକା ୭୭ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ଚିହ୍ନଟ ହୋଇଛନ୍ତି। ଏଥିରେ ଭୁବନେଶ୍ବରରେ ସର୍ବାଧିକ ୨୬, ଜଗତସିଂହପୁର ୨୧, କଟକ ୧୫, ବ୍ରହ୍ମପୁର ୬, ଗଞ୍ଜାମ-କୋରାପୁଟରେ ଜଣେ ଲେଖାଏଁ, କେନ୍ଦ୍ରାପଡ଼ାରେ ୩ଜଣ ରହିଛନ୍ତି। ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା ନିୟମିତଭାବେ ଜାରି ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଧାୟକ ପଦ୍ମଲୋଚନ ପଣ୍ଡା ଏହି ପ୍ରଶ୍ନ କରିଥିଲେ।

ଦେଢ଼ ବର୍ଷରେ ୪୮,୭୮୯ ମହିଳାବିରୋଧୀ ହିଂସା ମାମଲା

ଭୁବନେଶ୍ବର: ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟରେ ୪୮,୭୮୯ଟି ମହିଳାବିରୋଧୀ ହିଂସା ମାମଲା ରୁଜୁ ହୋଇଛି। ରାଜ୍ୟ ଅପରାଧ ନଥି ସଂସ୍ଥାର ତଥ୍ୟ ଅନୁଯାୟୀ ଏ ସଂପର୍କିତ ଅପରାଧଗୁଡ଼ିକର ତଦନ୍ତ କରାଯାଇ ୩୭,୧୫୦ଟି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଛି। ୪୯୩୬ ମାମଲାରେ ଫାଇନାଲ୍‌ ଫର୍ମ ଦାଖଲ କରାାଇଥିବା ବେଳେ ୬୭୦୩ ମାମଲାର ତଦନ୍ତ ଚାଲିଛି। ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ମାମଲାର ତୁରନ୍ତ ପଞ୍ଜୀକରଣ, ସଠିକ୍‌ ତଦନ୍ତ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଠିକ୍‌ ସମୟରେ ଅଭିଯୋଗ ଫର୍ଦ୍ଦ ଦାଖଲ, ସ୍ବତନ୍ତ୍ର ସରକାରୀ ଓକିଲ ଓ ତଦନ୍ତ ଅଧିକାରୀଙ୍କୁ ନିଯୁକ୍ତ କରି ବିଚାର ତଦାରଖ ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ଲାଗି ପରାମର୍ଶ ଦିଆଯାଇଛି। ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉପରୋକ୍ତ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।