ବାରବାଟୀ ବିଭ୍ରାଟ: କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେଡ଼ି, ପୂର୍ବ ସରକାରଙ୍କୁ ଦାୟୀ କଲା ବିଜେପି

ବାରବାଟୀ ବିଭ୍ରାଟ ନେଇ ବିରୋଧୀ ଦଳ ବିଜେଡ଼ି ଏବଂ ଶାସକ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେଡ଼ି ପକ୍ଷରୁ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବିଜେଡ଼ି କହିଛି ଯଦି ନୈତିକତା ଅଛି ତେ‌ବେ କ୍ରୀଡା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ...

Barbati distraction: BJD demands resignation of sports minister,  BJP blamed the previous government

Barbati distraction: BJD demands resignation of sports minister, BJP blamed the previous government Photograph: (sambad.in)

ଭୁବନେଶ୍ବର: ବାରବାଟୀ ବିଭ୍ରାଟ ନେଇ ବିରୋଧୀ ଦଳ ବିଜେଡ଼ି  ଏବଂ ଶାସକ ଦଳ ବିଜେପି ମୁହାଁମୁହିଁ ହୋଇଛନ୍ତି। ବିଜେଡ଼ି ପକ୍ଷରୁ କ୍ରୀଡ଼ା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ବିଜେଡ଼ି କହିଛି ଯଦି 

ନୈତିକତା ଅଛି ତେ‌ବେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଉପରେ ପଦକ୍ଷେପ ନେଇ ଇସ୍ତଫା ଦିଅନ୍ତୁ। ସେ ଓସିଏକୁ କଣ ଜବାବ ମାଗୁଛନ୍ତି। ବିସିସିଆଇ ଏବଂ ଓସିଏ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। 

ଆଶ୍ଚର୍ଯ୍ୟ କଥା, ଚାରି ଚାରି ଥର କ୍ରୀଡା ମନ୍ତ୍ରୀ ସମୀକ୍ଷା କଲେ ଓ ଲଜ୍ଜାଜନକ ଭାବେ କହିଲେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ବାରବାଟି ମ୍ୟାଚ୍‌ର ଦାୟିତ୍ୱ ନେଇଛନ୍ତି। ହେଲେ ଏହାର ସତ୍ୟତା ନେଇ ଆମେ ତଥ୍ୟ ଦେବୁ ଯେ କିଛି ନୂଆ କରି ନାହାନ୍ତି। ଡିଜି ସେଟ୍ ପ୍ରଥମରୁ ଶେଷ ଯାଏଁ ଅନ ରହିବା ଦରକାର ଥିଲା।  

ବିଶ୍ଵ  ଦରବାରରେ ଓଡ଼ିଶା ନିନ୍ଦିତ ହୋଇଛି।  ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ।  ଦାୟିତ୍ଵ ତୁଲାଇ ପାରୁନାହାନ୍ତି.  ଦୋଷୀଙ୍କୁ ଦଣ୍ଡ ଦିଅନ୍ତୁ.  ବୋଲି  ବିଜେଡି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି।

ବିଜେଡ଼ି ପକ୍ଷରୁ କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ପରେ ବିଜେପି ବିଧାୟକ କଡ଼ା ଜବାବ ଦେଇଛନ୍ତି। ବାରବାଟୀ ଘଟଣା ପାଇଁ ପୂର୍ବ ସରକାରକୁ  କଟକ ସଦର ବିଧାୟକ ଦାୟୀ କରିଛନ୍ତି।  

ସ‌େ କହିଛନ୍ତି ହୋଇଥିବା ବିଭ୍ରାଟ ପାଇଁ ବିଜେଡ଼ି ଦାୟୀ। ପୂର୍ବ ରାଜ୍ୟ ସରକାର କାହିଁକି ପାରାଲାଲ କନେକ୍ସନ କରି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବ ସରକାର ୨୪ ବର୍ଷ ଧରି କାହିଁକି ଏଭଳି ବ୍ୟବସ୍ଥା କରି ନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। 

ପୂର୍ବର ନବୀନ ପଟ୍ଟନାୟକ ସରକାର ବ୍ୟାକ୍ ଅପ ବ୍ୟବସ୍ଥା କାହିଁକି କରି ନଥିଲେ। ବାରବାଟୀ ଷ୍ଟାଡିୟମ ପ୍ରତି ଅବହେଳା କରାଯାଇଥିଲା। ଏବେ ବିଜେପି ସରକାର ଆସିଛନ୍ତି, ଡବଲ ଇଞ୍ଜିନ ସରକାର କ’ଣ କରିବେ ତା ପରେ କହିବେ। ଏହା ଏକ ଘଟଣା,ଏଥିପାଇଁ ଦୁଃଖିତ କିନ୍ତୁ ଏହାକୁ କେହି ରୋକି ପାରିବେ ନାହିଁ।

ନୂଆ ସରକାର ଆସିଲେ ୬ ମାସରେ କଣ ଷ୍ଟାଡିୟମ ନୂଆ ବନେଇ ଦେବେ। ବିଜେଡ଼ି କ୍ରୀଡା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏକ ନାଟକ। ସେମାନେ କିଛି କରି ନଥିଲେ। ଓଡିଶା ଲୋକ ତାଙ୍କ କଥା କିଛି ଶୁଣିବେନି, ସେଥିପାଇଁ ତାଙ୍କୁ କ୍ଷମତାରୁବିତାଡିତ କରିଛନ୍ତି। 

ଅଧିକ ପଢ଼ନ୍ତୁ: ଦିଲ୍ ଜିତିଲା ଦିଲ୍ଲୀ ପୋଲିସର ଟ୍ବିଟ୍: ଓଡିଶା ପୋଲିସକୁ ଟ୍ୟାଗ୍ କରି ଏମିତି କଲା ମଜା...

ମ୍ୟାଚ୍ ସମ୍ପୂର୍ଣ୍ଣ ହୋଇପାରି ନଥିଲେ କିଛି ସମସ୍ୟା ହୋଇଥାନ୍ତା, ମ୍ୟାଚ୍ ଶେଷ ହୋଇଛି। ସୁରୁଖୁରୁରେ ମ୍ୟାଚ୍ ହେଲା, ଭଲ ପିଚ୍ ଥିଲା। ଓଡିଶା ତଥା ଭାରତବାସୀ ବହୁତ ଖୁସି ଅଛନ୍ତି ବୋଲି କଟକ ସଦର ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ କଡ଼ା ଜବାବ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ନଳକୂପ ଖୋଳିବା ପାଇଁ ପ୍ରକ୍ରିୟା ବନ୍ଦ କରିଥିଲେ ପୂର୍ବ ସରକାର: ମନ୍ତ୍ରୀ ରବି ନାରାୟଣ ନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe