ପୋଲେରୁରେ ୩ ଠାକୁରଙ୍କ ସ୍ନାନ ଯାତ୍ରା: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ସୋମବାର ଠାରୁ ମାଲକାନଗିରିର ପ୍ରସିଦ୍ଧ ବଡ଼ଯାତ୍ରା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ପୋଲେରୁ ଠାରେ ଥିବା ନଦୀରେ ଠାକୁର ସ୍ନାନ କରିବା ପରେ ଯାତ୍ରା ଆରମ୍ଭ ହୋଇଛି । ଦୀର୍ଘ ଶହେ କିଲୋମିଟର ଭକ୍ତଙ୍କ କାନ୍ଧରେ ମାଲକାନଗିରି ପର୍ଯ୍ୟନ୍ତ ତିନି ଠାକୁର ଯାତ୍ରା କରିବେ...

Mkg bada jatra ra snan jatra

Mkg bada jatra ra snan jatra Photograph: (sambad.in)

ମାଲକାନଗିରି: ସୋମବାର ଠାରୁ ମାଲକାନଗିରିର ପ୍ରସିଦ୍ଧ ବଡ଼ଯାତ୍ରା ଆରମ୍ଭ ହୋଇଛି । ଯାତ୍ରାର ନାମ ଯେତିକି ବଡ଼ ପ୍ରସିଦ୍ଧି ମଧ୍ୟ ସେତିକି ବଡ଼। ଆନ୍ଧ୍ରପ୍ରଦେଶର ପୋଲେରୁ ଠାରେ ଥିବା ନଦୀରେ ଠାକୁର ସ୍ନାନ କରିବା ପରେ ଯାତ୍ରା ଆରମ୍ଭ ହୋଇଛି । ଦୀର୍ଘ ଶହେ କିଲୋମିଟର ଭକ୍ତଙ୍କ କାନ୍ଧରେ ମାଲକାନଗିରି ପର୍ଯ୍ୟନ୍ତ ତିନି ଠାକୁର ଯାତ୍ରା କରିବେ ।

ପୋଲେରୁ ନଦୀରେ ନୌକା ବିହାର କରି ଠାକୁର ଓଡିଶାକୁ ପ୍ରବେଶ କରିଥାନ୍ତି। ଠାକୁର ସ୍ନାନ କରିବା ପରେ ହଜାର ହଜାର ଶ୍ରଦ୍ଧାଳୁ ସେହି ନଦୀରେ ବୁଡ଼ ପକାଇ ନିଜର ପାପ ଧୋଇଥାନ୍ତି। ଦୀର୍ଘ ୯ ଦିନ ଧରି ଏହି ଯାତ୍ରା ଚାଲୁଥିବା ବେଳେ ଏଥିରେ ଓଡିଶା,ଛତିଶଗଡ ,ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ହଜାର ହଜାର  ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ପ୍ରତି ଦୁଇ ବର୍ଷକୁ ଥରେ ବଡ଼ଯାତ୍ରା ପାଳିତ ହୁଏ।

Mkg bada jatra ra snan jatra (1)
Mkg bada jatra ra snan jatra (1) Photograph: (sambad.in)

ଚଳିତ ବର୍ଷ ସୋମବାରଠାରୁ ଏହା ଆରମ୍ଭ ହୋଇଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ହେଉଛି ବଡ଼ଯାତ୍ରା। ଆନ୍ଧ୍ର ପ୍ରଦେଶର ପୋଲେରୁ ନଦୀରେ ଠାକୁର ସ୍ନାନ ପରେ ଓଡିଶା ମୁହାଁ ହେବେ। ଠାକୁର ସ୍ନାନ କରିବା ପରେ କୁମ୍ଭ ମେଳା ପରି ଏଠାରେ ମଧ୍ୟ ହଜାର ହଜାର ଭକ୍ତ ବୁଡ଼ ପକାଇଥାନ୍ତି। ସ୍ନାନ ଯାତ୍ରା ପରେ ପୋଲେରୁ ନଦୀରେ ଠାକୁର ନୌକା ବିହାର କରି ଓଡିଶା ମାଟିରେ ପ୍ରବେଶ କରିଥାନ୍ତି। ମାଲକାନଗିରି ପର୍ଯ୍ୟନ୍ତ ଦୀର୍ଘ ୧୦୦ କିଲୋମିଟର ଭକ୍ତଙ୍କ କାନ୍ଧରେ ବୋହି ହୋଇ ଠାକୁର ମାଲକାନଗିରି ପର୍ଯ୍ୟନ୍ତ ଆସିଥାନ୍ତି। ଏଥିପାଇଁ ୯ ଦିନ ଲାଗିଥାଏ। ଠାକୁର ପଛପଟେ ବିଭିନ୍ନ ପୀଠରୁ ଲାଠିଗୁଡିକ ମଧ୍ୟ ଆସିଥାଏ।

Mkg bada jatra ra snan jatra (5)
Mkg bada jatra ra snan jatra (5) Photograph: (sambad.in)

ସବୁଠାରୁ ବଡ଼କଥା ହେଲା ଠାକୁର ସ୍ନାନ କରିବା ପର୍ଯ୍ୟନ୍ତ ଠାକୁରଙ୍କ ମେଢରେ ଗୋଟିଏ ମଧ୍ୟ ପାରା ଦେଖିବାକୁ ମିଳି ନଥାଏ। କିନ୍ତୁ ଠାକୁର ମାଲକାନଗିରିକୁ ଯାତ୍ରା ଆରମ୍ଭ କଲେ ହଠାତ୍ କେଉଁଠୁ ପାରା ଗୁଡିକ ଠାକୁରଙ୍କ ମେଢ ଉପରେ ଆସି ବସିପଡନ୍ତି। ବାଜା ଓ ବାଣର ଶଦ୍ଦ ଠାକୁରଙ୍କ ପାଖେ ପ୍ରକମ୍ପିତ ହେଉଥିବା ବେଳେ ପାରା କିନ୍ତୁ ଠାକୁରଙ୍କୁ ଛାଡି ଯାଇ ନଥାନ୍ତି।

ଏଠାରେ ବିଭିନ୍ନ ରାଜ୍ୟର ଲକ୍ଷ ଲକ୍ଷ ଭକ୍ତମାନେ ୯ ଦିନ ଯାତ୍ରାରେ ଠାକୁର ଦର୍ଶନ କରି ମନସ୍କାମନା ପୂର୍ଣ୍ଣ ପାଇଁ ବିଭିନ୍ନ ଭୋଗ ଲଗାଇଥାନ୍ତି। ଠାକୁର ଦର୍ଶନ ପାଇଁ ଠାକୁରଙ୍କ ସ୍ନାନ ନିକଟରେ ଭକ୍ତଙ୍କ ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଓ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ପହଞ୍ଚି ଦର୍ଶନ କରିଥିଲେ।

Mkg bada jatra ra snan jatra (7)
Mkg bada jatra ra snan jatra (7) Photograph: (sambad.in)

ଆଦିବାସୀ ରିତିନୀତି ଓ ପରଂପରା ଅନୁଯାୟୀ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଏ। ଶହେ କିଲୋମିଟର ଯାତ୍ରା ସମୟରେ ଠାକୁର ବିଭିନ୍ନ ସ୍ଥାନରେ ରହଣି କରିଥାନ୍ତି। ଭକ୍ତଙ୍କ ମାନସିକ ଅନୁଯାୟୀ ଏଠାରେ ଛେଳି ଓ କୁକୁଡା ବଳି ଦେବା ସହ ଭକ୍ତ ନଡିଆ କଦଳୀ ଭୋଗ ଲଗାଯାଇଥାନ୍ତି। ଭକ୍ତଙ୍କ ସମାଗମକୁ ଦେଖି ଆନ୍ଧ୍ର ଓ ଓଡିଶା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରବଳ ଭିଡ଼ ହେବା ଯୋଗୁ ଆନ୍ଧ୍ର ପୁଲିସ ଭକ୍ତଙ୍କୁ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ କରି ରଖୁଥିଲେ। ଯାହାଫଳରେ ବହୁ ଭକ୍ତ ଅଚେତ ହେବା ସହ ଗରମରେ ଘାଣ୍ଟି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଅଧିକ ପଢ଼ନ୍ତୁ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟାଟୁ ବିବାଦ: ଷ୍ଟୁଡିଓ ମାଲିକଙ୍କୁ ଗିରଫ କଲା କମିସନରେଟ୍ ପୁଲିସ

ମାଲକାନଗିରି ସମାଜସେବୀମାନେ ଏକତ୍ରିତ ହୋଇ ଭକ୍ତଙ୍କ ପାଇଁ ଟିଫିନ,ଖାଦ୍ୟର ବନ୍ଦବସ୍ତ କରିଥିଲେ। ଏପରିକି ପ୍ରବଳ ଗରମକୁ ଆଖିଆଗରେ ରଖି ସେମାନେ ଦହି ଚଲା କରି ଭକ୍ତଙ୍କୁ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ନଦୀ ପାର ହେବା ପାଇଁ ଭକ୍ତଙ୍କ ପାଇଁ  ଭାସମାନ ପୋଲ ନିର୍ମାଣ କରାଯାଇଥିଲା। ମାଲକାନଗିରି ସଦର ମହକୁମ ତିନି ଠାକୁର ୮ ତାରିଖରେ ପହଞ୍ଚି ୧୧ ତାରିଖରେ ପୁଣି ବିଦାୟ ନେବେ। ୮ରେ କନ୍ୟାମାଝି ବନ୍ଧ,୯ରେ ମାଣ୍ଡିଆ ଭଟ୍ଟା ଏବଂ ୧୦ରେ ମା’ ମାଉଲିଙ୍କ ନିକଟରେ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଲୋକଙ୍କ ମନୋରଞ୍ଜନ ପାଇଁ ମାଲାକନଗିରିରେ ମୀନାବଜାର ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଅଧିକ ପଢ଼ନ୍ତୁ: ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଟରେ ବିବାଦୀୟ ପ୍ରଶ୍ନ ପଚାରିବା ମାମଲା: ରଣବୀରଙ୍କୁ ସୋ’ କରିବାକୁ ଅନୁମତି ଦେଲେ ସୁପ୍ରିମ କୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe