ଭୁବନେଶ୍ବର/ବୈଶିଙ୍ଗା: ହରିଶ୍ଚନ୍ଦ୍ର ଯୋଜନାରେ ଅନିୟମିତତାକୁ ବିଧାନସଭା ଗୃହରେ ଉଦବେଗ ପ୍ରକାଶ କଲେ ବଡ଼ସାହି ବିଧାୟକ ସନାତନ ବିଜୁଳି।
ଗରିବ ଅସହାୟ ପରିବାରରେ କେହି ମରିଗଲେ ତାର ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟାରେ ଖର୍ଚ୍ଚ ନିମିତ୍ତ ତୁରନ୍ତ ସହାୟତା ପାଇଁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନା ଘୋଷଣା କରିଛନ୍ତି । ଯାହାଦ୍ୱାରା କୌଣସି ଗରିବ ଲୋକର ମୃତ୍ୟୁ ହେଲେ ତତକାଳ ତାର ପରିବାରକୁ ୨ ହଜାର ଟଙ୍କାର ସହାୟତା ରାଶି ପଞ୍ଚାୟତ ମାଧ୍ୟମରେ ଯୋଗାଇ ଦିଆଯିବ।
ଆହୁରି ପଢ଼ନ୍ତୁ:Winter Session: ଗତ ୧୭ ମାସରେ ଜେଲ୍ରୁ ଖସି ପଳାଇଛନ୍ତି ୧୩ କଏହୀ, ୩୯ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ୍
ଯାହାକୁ ନେଇ ଶବ ସଂସ୍କାର ସହିତ ଶୁଦ୍ଧିକ୍ରିୟା କରାଯାଇ ପାରିବ। ହେଲେ ବଡ଼ସାହି ନିର୍ବାଚନୀ ମଣ୍ଡଳ ଅନ୍ତର୍ଗତ ବଡ଼ସାହି ଓ ବେତନଟୀ ବ୍ଲକର ଅଧିକାଂଶ ପଂଚାୟତରେ ଏହି ଯୋଜନା କାର୍ଯ୍ୟକାରୀ ହେଉନଥିଲା ଭଳି ପ୍ରତ୍ୟୟମାନ ହେଉଛି।
ଶୁଦ୍ଧିକ୍ରିୟା ପାଇଁ ହାତ ପାତିବାକୁ ପଡୁଛି
ଏକାଧିକ ସ୍ଥାନରେ ବାସ କରୁଥିବା ଅସହାୟ ଗରିବ ପରିବାରଙ୍କର ମୁଖ୍ୟ ଲୋକର ମୃତ୍ୟୁପରେ ଏହି ଯୋଜନାର ସୁଫଳ ଦେଖିବାକୁ ମିଳୁନାହିଁ। ଫଳରେ ମରିପଡିଥିବା ଲୋକର ଶବଦାହ ସହିତ ଶୁଦ୍ଧିକ୍ରିୟା ପାଇଁ ଅନ୍ୟମାନଙ୍କ ପାଖରେ ହାତ ପାତିବା ସହିତ ବାର ଘର ବୁଲି ମାଗିବାକୁ ପଡୁଛି ମୃତ ବ୍ୟକ୍ତିର ପରିବାର ଲୋକଙ୍କୁ। ସେହିଭଳି ମୃତ୍ୟୁପରେ ଶବ ପାଖରେ ପହଞ୍ଚିବା ତ ଦୂରର କଥା ସମବେଦନା ଜଣାଇ ନାହାନ୍ତି ସ୍ଥାନୀୟ ସରପଂଚ କିମ୍ବା ତାଙ୍କ ପ୍ରତିନିଧି।
ତେବେ ଏହିଭଳି ଏକାଧିକ ଅଭିଯୋଗ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ ବଡ଼ସାହି ବିଧାୟକ ସନାତନ ବିଜୁଳି। ତେବେ ଏଵେ ବିଧାନସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ଖୋଦ ବିଧାୟକ ବିଜୁଳି ହରିଶ୍ଚନ୍ଦ୍ର ଯୋଜନାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିବା ସହିତ ବିଭାଗୀୟ ମନ୍ତ୍ରୀଙ୍କୁ ଏହି ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନ କରିଥିଲେ।
ଆହୁରି ପଢ଼ନ୍ତୁ:Winter Session: ୪୯ ଜଣ ବାଂଲାଦେଶୀଙ୍କୁ ଆଇନଗତ ଔପଚାରିକତା ପୂରଣ ପରେ ବାହାର କରାଯାଇଛି: ମୁଖ୍ୟମନ୍ତ୍ରୀ
ପରେ ଏହି ଯୋଜନାକୁ ସୁସଂଗଠିତ ଢଙ୍ଗରେ ଚାରିଆଡେ ପ୍ରଚଳନ କରିବାକୁ ଅନୁରୋଧ କରିଥିଲେ, ଫଳରେ ତାଙ୍କ ଅଞ୍ଚଳର ବହୁତ ଗରିବ ଶ୍ରେଣୀର ହିତାଧିକାରୀ ଉପକୃତ ହେବା ସହିତ ତାଙ୍କ ପରିବାର ଲୋକର ଅନ୍ତେଷ୍ଟିକ୍ରିୟା ସୁରୁଖୁରୁରେ କରିପାରିବେ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/12/01/beneficiaries-are-not-getting-harishchandra-yojana-funds-sanatan-expressed-concern-in-the-assembly-2025-12-01-20-38-06.jpg)