Bhayera Ghoomr Waterfall: ଅବହେଳିତ ଅବସ୍ଥାରେ ଭଏଁରା ଘୁମର ଜଳପ୍ରପାତ

Advertisment

ଝରିଗାଁ ବ୍ଳକରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି।କିଛି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିଥିବା ବେଳେ ଆଉ କିଛି ଲୁକ୍କାୟିତ ଅବସ୍ଥାରେ ରହିଛି।କିନ୍ତୁ ଲୋକଲୋଚନକୁ ଆସିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ନିମନ୍ତେ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ....

ଝରିଗାଁ ବ୍ଳକରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି।କିଛି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିଥିବା ବେଳେ ଆଉ କିଛି ଲୁକ୍କାୟିତ ଅବସ୍ଥାରେ ରହିଛି।କିନ୍ତୁ ଲୋକଲୋଚନକୁ ଆସିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ନିମନ୍ତେ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ....

Bhayera Ghoom waterfall

Bhayera Ghoom waterfall Photograph: (sambad.in)

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି।କିଛି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଆସିଥିବା ବେଳେ ଆଉ କିଛି ଲୁକ୍କାୟିତ ଅବସ୍ଥାରେ ରହିଛି।କିନ୍ତୁ ଲୋକଲୋଚନକୁ ଆସିଥିବା ପର୍ଯ୍ୟଟନସ୍ଥଳୀ ଗୁଡିକର ବିକାଶ ନିମନ୍ତେ ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ସରକାରଙ୍କ ଅଣଦେଖା ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ବିଭିନ୍ନ ସମସ୍ୟାର ସମ୍ବୁଖୀନ ହେଉଛନ୍ତି। ଫଳରେ ଅବହେଳିତ ଅବସ୍ଥାରେ ପଡି ରହିଛି ଭଏଁରା ଘୁମର ଜଳପ୍ରପାତ।

ଆହୁରି ପଢ଼ନ୍ତୁ:Accident: ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

ଝରିଗାଁ ବ୍ଲକ ଚକଳାପଦର ପଂଚାୟତ ଅନ୍ତର୍ଗତ ବାହାର କରମରି ଗ୍ରାମ ଠାରୁ ୨ କିଲୋମିଟର ଦୂର ଯିବା ପରେ ଡାହାଣ ପାର୍ଶ୍ଵରେ ୩ କିଲୋମିଟର ପାଦଚଲା ରାସ୍ତା ଯିବା ପରେ ପଡିଥାଏ ଭଏଁରା ଘୁମର ଜଳପ୍ରପାତ। ଏହି ରାସ୍ତା ଦେଇ ଯିବା ସମୟରେ ଝରିଗାଁ ବ୍ଳକର ସହାଜଖଲ,ନୂଆପଡା,ବୁତିସାହି ଓ ଚାନ୍ଦାହାଣ୍ଡି ବ୍ଳକର ଘୁମରମୁଣ୍ଡି ଗ୍ରାମ ପଡିଥାଏ।ଜଳପ୍ରପାତକୁ ଯିବା ସମୟରେ ପଯ୍ୟଟକଙ୍କୁ ପାହାଡ଼ିଆ ରାସ୍ତା,ଜଙ୍ଗଲ ଓ ଦୁଇଟି ଛୋଟ ଛୋଟ ଝରଣା ପାର ହେବାକୁ ପଡିଥାଏ।ଏଥିଯୋଗୁଁ ପର୍ଯ୍ୟଟକମାନେ ହଇରାଣ ହୋଇଥାନ୍ତି।

ଘୁମରମୁଣ୍ଡି ଗ୍ରାମ ପହଂଚିବା ପରେ ସେଠାରୁ ଦୁଇ ଶହ ମିଟର ଦୂରରେ ପଡ଼ିଥାଏ ଭଏଁରା ଘୁମର ଜଳପ୍ରପାତ।ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ।ଚାରିପଟ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଏକ ବିରାଟ ପଥର ଦେଇ ପ୍ରାୟ ୮ଶହ ଫୁଟ ତଳେ ପାଣି ପଡୁଛି।ଏହି ପାଣି ଚନ୍ଦାହାଣ୍ଡି ବ୍ଳକର କୁହୁଡି ଗ୍ରାମକୁ ଯାଉଛି।ପାହାଡ଼ ଉପରୁ ଦେଖିଲେ କୁହୁଡି ଗ୍ରାମ ଅତି ମନୋରମ ଦେଖା ଯାଇଥାଏ।ଏଠାରେ ଛୋଟ ଛୋଟ ଜଳ ପ୍ରପାତ ମଧ୍ୟ ରହିଛି।

ସନ୍ଧ୍ୟା ସମୟର ଦୃଶ୍ୟ ଅତି ମନୋରମ

ବିଶେଷ କରି ଏଠାରେ ସନ୍ଧ୍ୟା ସମୟର ଦୃଶ୍ୟ ଅତି ମନୋରମ। ପାହାଡ଼ରୁ ଖସିଆସୁଥିବା ପାଣି ଉପରେ ଅସ୍ତଗାମୀ ସୂର୍ଯ୍ୟ କିରଣ ପଡ଼ି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ।ଶୀତଋତୁ ଆସିଲେ ଏଠାରେ ଆଖପାଖ ତଥା ଝରିଗାଁ ବ୍ଳକର କିଛି ଲୋକେ ବଣଭୋଜି କରିଥାନ୍ତି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ରମଣୀୟ ହୋଇଥିଲେ ହେଁ ପର୍ଯ୍ୟଟନସ୍ଥଳୀର ବିକାଶ ନିମନ୍ତେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉନି।

ଦୁର୍ଗମ ଅଂଚଳରେ ଥିବାରୁ ଏହି ପର୍ଯ୍ୟଟନସ୍ଥଳୀ ଲୋକଲୋଚନକୁ ଏହା ଆସିପାରୁନାହିଁ।ଯଦି ପ୍ରଶାସନ ତରଫରୁ ପର୍ଯ୍ୟଟନସ୍ଥଳର ଉନ୍ନତି ପାଇଁ ଦୃଷ୍ଟି ଦିଆଯାଏ ତେବେ ବିଭିନ୍ନ ଅଞ୍ଚଳର ପର୍ଯ୍ୟଟକ ଏଠାକୁ ଆସି ମନୋରମ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରନ୍ତେ ବୋଲି ସାଧାରଣରେ ଆଲୋଚନା ହେଉଛି।

ଆହୁରି ପଢ଼ନ୍ତୁ:Amit Shah Target Mamata Banerjee: ଦିଦିଙ୍କ ଯିବା ସମୟ ଆସିଗଲାଣି, ଏବେ ଆମେ ବନାଇବୁ 'ସୋନାର ବାଙ୍ଗଲା'

ରିପୋର୍ଟ: ରମେଶ ପଟ୍ଟନାୟକ,ସମ୍ବାଦ ପ୍ରତିନିଧି, ଝରିଗାଁ ବ୍ଲକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe