ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଢେଫଗୁଡା ଗ୍ରାମ ନିକଟରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଲକ୍ଷ୍ମୀ ବସ୍ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣେ ଚାଳକଙ୍କ ମୃତ୍ୟୁ ଘଟଣା ଆନ୍ଦୋଳନ ରୂପ ନେଇଛି। ବସ୍ ଧକ୍କାରେ ବାଇକ୍ ଆରୋହୀ ଚାଳକ ଜଗବନ୍ଧୁ ଜାନୀ(୨୦)ଙ୍କ ମୃତଦେହ ୨୦ ଘଣ୍ଟା ପରେ ଘଟଣାସ୍ଥଳରୁ ଉଠିଛି।
ଏହି ଖବର ପଢ଼ନ୍ତୁ: ଦୁଇ ବାଇକ୍ ଆରୋହୀଙ୍କୁ ଚାପିଦେଲା ଲକ୍ଷ୍ମୀ ବସ୍
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିଗୁଡ଼ା ଗ୍ରାମର ଜଗବନ୍ଧୁ ଜାନୀ ଏବଂ ସମ୍ପର୍କୀୟ ଭାଇ କାଦ୍ରୁ ଜାନୀ ପରିବା କିଣିବା ପାଇଁ ବାଇକ (ଓଡି ୨୪ ଡି ୮୨୮୩)ରେ ଚଚା ହାଟକୁ ଆସିଥିଲେ। ସେମାନେ ହାଟରେ ପରିବା କିଣି ଘରକୁ ଫେରୁଥିଲେ। ପ୍ରାୟ ସନ୍ଧ୍ୟା ୫ଟାରେ ଢେଫଗୁଡା ଗ୍ରାମ ନିକଟରେ ଏକ ବୁଲାଣି ରାସ୍ତାରେ ବିପରୀତ ଦିଗରୁ ଆସିଥିବା ଲଷ୍ମୀ ବସ୍ (ଓଡି୨୪ଜେ ୯୫୨୬) ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଫଳରେ ବାଇକରେ ବସିଥିବା ଦୁଇ ଜଣ ଛିଟିକି ହୋଇ ରାସ୍ତା ଉପରେ ପଡ଼ିଥିଲେ। ଘଟଣାସ୍ଥଳରେ ବାଇକ ଚାଳକ ଜଗବନ୍ଧୁ ଜାନୀଙ୍କ ମୃତ୍ୟୁ ହୋଇଥିବା ବେଳେ କାଦ୍ରୁ ଜାନୀଙ୍କୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ହି ଖବର ପଢ଼ନ୍ତୁ: ପାର୍ସଲ ଆଣିବାକୁ ବସ୍ଷ୍ଟାଣ୍ଡ ଯାଇଥିଲେ ମହିଳା
/sambad/media/media_files/2024/11/13/23bfd9d3-bd91-4b21-823a-b842165b8e35.jpeg)
ଏହି ଘଟଣା ପରେ ମୃତକଙ୍କ ପରିବାର ଲୋକ ଏବଂ ଗ୍ରାମବାସୀ କ୍ଷତିପୂରଣ ଦାବି କରି ରାସ୍ତା ଉପରେ ଲକ୍ଷ୍ମୀ ବସ୍ ଆଗରେ ଶବ ରଖି ଧାରଣା ଦେଇଥିଲେ। ଗତକାଲି ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି ଧାରଣାରୁ ହଟିବା ପାଇଁ କହିଥିଲେ। କିନ୍ତୁ ପରିବାର ଲୋକ ଓ ଗ୍ରାମବାସୀ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଜିଦ କରି ବସିଥିଲେ।
ହି ଖବର ପଢ଼ନ୍ତୁ: ନବରଙ୍ଗପୁରରେ ୬୮୧ ଶିଶୁ ଅତିଶୟ କୁପୋଷଣର ଶିକାର
ଶେଷରେ ଆଜି ସକାଳୁ ପାପଡାହାଣ୍ଡି ଏସ୍ଡିପିଓ ମୀନାକ୍ଷୀ ଠାକୁର, ଅତିରିକ୍ତ ତହସିଲଦାର ଅହଲ୍ୟା ମୁଦୁଲି, ଏସ୍ଆଇ ପ୍ରକାଶ ମିଶ୍ର, ଏଏସ୍ଆଇ କେଦାର ରାଉତ, ରାଜୁ ବଂଜାରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଓ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ରେଡ଼ କ୍ରସ ପାଣ୍ଠିରୁ ୨୦ ହଜାର ଟଙ୍କା ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ। ୨୦ ଘଣ୍ଟା ପରେ କ୍ଷତିପୂରଣ ମିଳିବା ପରେ ଧାରଣାରୁ ପରିବାର ଲୋକ ଓ ଗ୍ରାମବାସୀ ଉଠି ଥିଲେ। ପରିବାର ପକ୍ଷରୁ ଘଟଣା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ ପରେ ଝରିଗାଁ ପୁଲିସ ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଶେଷରେ ଶୋକାକୁଳ ପରିବେଶରେ ଗ୍ରାମ ଶ୍ୱଶାନରେ ଶେଷ କୃତ ସମ୍ପନ ହୋଇଥିଲା।
ହି ଖବର ପଢ଼ନ୍ତୁ: ହିତାଧିକାରୀଙ୍କୁ ପରାମର୍ଶ ଦେଲେ ଉପମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/11/13/a9f9059d-2f63-4485-8727-1a47d30aed89.jpeg)