ପୁରୁଣାକଟକ : ବାଇକ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଗୋଡ଼ ଛିଣ୍ଡିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବୌଦ୍ଧ ପଟୁ ଏକ କୁକୁଡ଼ା ଗାଡ଼ି (ଓଡ଼ି ୧୫ ଏକ୍ସ ୪୩୪୭ ) ଧଳପୁର ପଟକୁ ଆସୁଥିବା ବେଳେ ଏକ ବାଇକ (ଓଡ଼ି ୨୭ ବି ୮୫୨୦) ଯୋଗେ ପପୁନ ଭୋକ୍ତା ଓ ରଞ୍ଜିତ ଭୋକ୍ତା ବୌଦ୍ଧ ପଟକୁ ଯାଉଥିବା ବେଳେ ହାଟ ଗାଁ ସେତୁ ଉପରେ ଉଭୟ ଗାଡି ମୁହାଁମୁହିଁ ଧକ୍କା ହୋଇଥିଲା ।
ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ହାଟ ଗାଁର ପପୁନ ଭୋକ୍ତା ଓ ରଞ୍ଜିତ ଭୋକ୍ତା ବାଇକରେ ଥିବା ବେଳେ ପପୁନଙ୍କ ଗୋଡ଼ ଛିଣ୍ଡି ଅନ୍ୟାତ୍ର ପଡିଥିଲା। ରଞ୍ଜିତ ମଧ୍ୟ ଗୁରୁତର ଆହତ ହୋଇଥିଲେ ।
ଆହୁରି ପଢ଼ନ୍ତୁ:Life lost for love: ପ୍ରେମ ପାଇଁ ଜୀବନ ହାରିଲେ ଯୁକ୍ତ ୨ ଛାତ୍ର: ବେକରେ ଶାଢ଼ୀ ଲଗେଇ ଝୁଲି ପଡିଲେ
ନିଜ ଗାଡ଼ି ଅଟକାଇଲେ ଏସପି
ଏହି ସମୟରେ ବୌଦ୍ଧ ଏସପି ରାହୁଲ ଗୋଏଲ ବୌଦ୍ଧ ପଟକୁ ଯାଉଥିବା ବେଳେ ଆହତଙ୍କୁ ଦେଖି ଗାଡ଼ି ଅଟକାଇ ଦୁଇ ଗୁରୁତରଙ୍କୁ ନିଜ ଗାଡିରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ପପୁନଙ୍କୁ କଟକଓ ରଞ୍ଜିତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ଅନ୍ୟପଟେ ପିକ୍ଅପ୍ ଗାଡି ଚାଳକ ଫେରାର ମାରିଥିବା କୁହାଯାଇଛି । ଏସପିଙ୍କ ଏଭଳି କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି । ଏନେଇ ବୌଦ୍ଧ ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ:Sudan Crisis : ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ, ପଚାରିଲେ ଶାହରୁଖ ଖାଁଙ୍କୁ ଜାଣିଛ ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/11/03/bikers-leg-torn-after-being-hit-by-a-vehicle-carrying-chickens-2025-11-03-21-52-11.jpg)