ଭୁବନେଶ୍ବର/ବାଲୁଗାଁ: ଓଡ଼ିଶାରେ ବାର୍ଷିକ ଶୀତକାଳୀନ ପକ୍ଷୀ ଗଣନା ଆଜି ଅନୁଷ୍ଠିତ ହୋଇଯାଇଛି। ଚିଲିକା, ଭିତରକନିକା, ହୀରାକୁଦ, ଅଂଶୁପା ପରି ପ୍ରମୁଖ ଆର୍ଦ୍ରଭୂମି ସମେତ ସମସ୍ତ ୫୧ଟି ବନଖଣ୍ଡରେ ଥିବା ଜଳାଶୟଗୁଡ଼ିକରେ ଜଳଚର ପକ୍ଷୀଙ୍କର ଗଣନା ହୋଇଥିଲା। ସକାଳ ୬ଟାରୁ ଆରମ୍ଭ ହୋଇଥିବା ପକ୍ଷୀ ଗଣନା ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଥିଲା। ପୂର୍ବରୁ ବନଖଣ୍ଡଗୁଡ଼ିକରେ ଭିନ୍ନଭିନ୍ନ ତାରିଖରେ ପକ୍ଷୀ ଗଣନା ହେଉଥିବା ବେଳେ ଏବେ ଗୋଟିଏ ତାରିଖରେ ସାରା ରାଜ୍ୟରେ ଅନୁଷ୍ଠିତ ହେଉଛି। ଖୁସିର ବିଷୟ ହେଉଛି ଯେ ଗତବର୍ଷ ତୁଳନାରେ ଏଥର ଚିଲିକାକୁ ସର୍ବାଧିକ ପକ୍ଷୀ ଆସିଛନ୍ତି। ଏବର୍ଷ ୧୯୬ ପ୍ରଜାତିର ୧୧ଲକ୍ଷ ୩୨ହଜାର ୨୦୦ ପକ୍ଷୀ ଚିଲିକାରେ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୦୬ ପ୍ରଜାତିର ୧୧ଲକ୍ଷ ୧୦ହଜାର ୨୫୭ ବିଦେଶାଗତ ପକ୍ଷୀ ଏବଂ ୯୦ ପ୍ରଜାତିର ୨୧ହଜାର ୯୪୩ଟି ସ୍ଥାନୀୟ ପକ୍ଷୀ ରହିଛନ୍ତି। ପ୍ଲେନ୍ ମାର୍ଟିନ୍ ଓ ବେଙ୍ଗଲ୍ ବୁସ୍ ଲାର୍କ ପ୍ରଜାତିର ନୂତନ ପକ୍ଷୀ ପ୍ରଥମ ଥର ପାଇଁ ଚିଲିକାରେ ଦୃଶ୍ୟମାନ ହୋଇଥିବା ପ୍ରଧାନ ମୁଖ୍ୟ ବନସଂରକ୍ଷକ(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ପ୍ରେମ୍ କୁମାର ଝା ସୂଚନା ଦେଇଛନ୍ତି।
Gajapati Utsav: ଗଜପତି ଉତ୍ସବ ଉଦ୍ଘାଟିତ; ଆସିଲେନି ମନ୍ତ୍ରୀ, ଲୋକେ ଅସନ୍ତୁଷ୍ଟ!
ଚିଲିକାର ନଳବଣରେ ପକ୍ଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି। ଏବର୍ଷ ନଳବଣକୁ ୩ଲକ୍ଷ ୯୭ ହଜାର ୫୮୭ଟି ପକ୍ଷୀ ଆସିଛନ୍ତି, ଯାହାକି ଗତବର୍ଷ ତୁଳନାରେ ୫୪ହଜାର ୩୬୨ ଅଧିକ। ୨୦୨୫ରେ ଚିଲିକାକୁ ୧୧ଲକ୍ଷ ୨୭ହଜାର ୨୨୮ ପକ୍ଷୀ ଆସିଥିଲେ। ଅର୍ଥାତ୍ ଗତବର୍ଷ ତୁଳନାରେ ଏଥର ୪,୯୭୨ ସଂଖ୍ୟକ ଅଧିକ ପକ୍ଷୀ ରହିଛନ୍ତି। ନର୍ଦନ ପିଣ୍ଟେଲ୍ ପ୍ରଜାତିର ସର୍ବାଧିକ ୨ଲକ୍ଷ ୧୮ହଜାର ୯୯୩, ୟୁରାସିଆ ଉଇଗର୍ନ ପ୍ରଜାତିର ୧ଲକ୍ଷ ୫୩ହଜାର ୩୧୮, ଗାଡୱାଲ୍ ପ୍ରଜାତିର ୧ଲକ୍ଷ ୪୩ହଜାର ୧୨୭ ପକ୍ଷୀ ରହିଛନ୍ତି। ପକ୍ଷୀ ଗଣନା ପୂର୍ବରୁ ପିସିସିଏଫ୍(ବନ୍ୟପ୍ରାଣୀ) ଶ୍ରୀ ଝାଙ୍କ ନିର୍ଦ୍ଦେଶକ୍ରମେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରକାରୀ ଓ ବେସରକାରୀ ସଂସ୍ଥାର ୧୩୩ଜଣଙ୍କୁ ୨୨ଟି ଗ୍ରୁପ୍ରେ ବିଭକ୍ତ କରାଯାଇ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ସେଥିମଧ୍ୟରୁ ୩ଟି ଗ୍ରୁପ୍ ସଡ଼କ ପାର୍ଶ୍ବରେ ଓ ୧୯ଟି ଡଙ୍ଗା ଦ୍ବାରା ପକ୍ଷୀ ଗଣନା କରିଥିଲେ। ୨୨ଟି ଦଳରେ ଜଣେ ଲେଖାଏଁ ପକ୍ଷୀ ବିଶେଷଜ୍ଞଙ୍କ ସହ ୩ରୁ ୫ଜଣ ସଦସ୍ୟ ରହିଥିଲେ। ପକ୍ଷୀ ଗଣନାରେ ବନ ବିଭାଗ କର୍ମଚାରୀଙ୍କ ସହିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା, ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ଓ ଓଡ଼ିଶା ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ, ବରିଷ୍ଠ ପକ୍ଷୀ ବିଶାରଦ, ବନ ସୁରକ୍ଷା ସମିତିର ସଦସ୍ୟ, ଗଣମାଧ୍ୟମ ପ୍ରତିନିଧି, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ, ଜନପ୍ରତିନିଧି ଅଂଶଗ୍ରହଣ କରିଥିଲେ।
Narendra Modi: ପ୍ରତିଭାବାନ ବୋଡ଼ୋ ଯୁବକଯୁବତୀ ଆଜି ଆସାମର ସାଂସ୍କୃତିକ ଦୂତ ହେଉଛନ୍ତି: ପ୍ରଧାନମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)