ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ଆକର୍ଷଣୀୟ କରାଯିବ। ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରିଛନ୍ତି। ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୬ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହା କହିଛନ୍ତି। ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ତରଫରୁ ୧୨୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସେ ଏହି ଅବସରରେ ପ୍ରକାଶ କରିଛନ୍ତି। ଏହି ଅର୍ଥରେ ନୂତନ ଖୁଆଡ଼ ନିର୍ମାଣ ହୋଇଥିବା ବେଳେ ଭିତ୍ତିଭୂମି ନିର୍ମାଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରହିଛି। ନନ୍ଦନକାନନ ପ୍ରତି ଆକୃଷ୍ଟ ହୋଇ ଆସୁଥିବା ପର୍ଯ୍ୟଟକ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପର୍ଯ୍ୟଟକ ସଂଖ୍ୟା ବଢ଼ିବା ସହ ଆଗକୁ ଏହି ପ୍ରାଣୀ ଉଦ୍ୟାନ ସ୍ୱାବଲମ୍ବୀ ହୋଇ ନିଜସ୍ୱ ଅର୍ଥରେ ପରିଚାଳିତ ହୋଇପାରିବ ବୋଲି ମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି। ତେବେ କେବଳ ନନ୍ଦନକାନନ ନୁହେଁ, ଏହା ସହିତ ଶିମିଳିପାଳ ଅଭୟାରଣ୍ୟ ଓ ଚିଲିକାର ବିକାଶ ପାଇଁ ବ୍ୟାପକ ଯୋଜନା ରହିଛି। ବନ୍ୟପ୍ରାଣୀଙ୍କ ସ୍ୱଭାବ ପରିବର୍ତ୍ତନ ଓ ସେମାନଙ୍କ ବିଷୟରେ ଅନୁଧ୍ୟାନ କରିବା ଲାଗି ଶିମିଳିପାଳ ଅଭୟାରଣ୍ୟରେ ଏକ ବିଶ୍ୱସ୍ତରୀୟ ଗବେଶଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ମଧ୍ୟ ଯୋଜନା ଥିବା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି।
Bengaluru: ବିବାହ ପୂର୍ବ ବନ୍ଧୁତାକୁ ନେଇ ଝଗଡ଼ା ପରେ ଆତ୍ମହତ୍ୟା କରିଥିଲେ ବେଙ୍ଗାଲୁରୁ ଦମ୍ପତି
ଆଜି ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟଅତିଥି ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନିକଟରେ ଜନ୍ମିତ ବାଘ, ଭାଲୁ ଓ ସିମ୍ପାଞ୍ଜି ଶାବକଙ୍କ ନାମକରଣ କରିଥିଲେ। ୨୦୨୩-୨୪ରେ ଉଲ୍ଲେଖନୀୟ ସେବା ପାଇଁ ପ୍ରାଣୀଉଦ୍ୟାନର କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନନ୍ଦନକାନନ ହାଇସ୍କୁଲର ଦଶମ ଶ୍ରେଣୀରେ ସର୍ବାଧିକ ନମ୍ବର ରଖିଥିବା ଉପାସନା ଦାସ ଓ ଶୁଭମ କୁମାର ଦୋରାଙ୍କୁ ‘ନନ୍ଦନକାନନ ସ୍କଲାରସିପ୍’ ପ୍ରଦାନ କରାଯାଇଛି। ବାର୍ଷିକ ରିପୋର୍ଟ ସହ ତିନିଟି ପୁସ୍ତକ ଉନ୍ମୋଚିତ ହୋଇଛି। ‘ହାଇଲାଇଟ୍ସ ଅଫ୍ ନନ୍ଦନକାନନ’, ‘ପ୍ରକୃତି ସଂରକ୍ଷଣ ଓ ପର୍ଯ୍ୟଟନ’ ଓ ‘ନନ୍ଦନକାନନ ମୁକ୍ତ ଆକାଶ ପାଠଶାଳା’ ଚଳଚ୍ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା।
5 Hindu: ୫ ହିନ୍ଦୁଙ୍କ ଘର ଜାଳିଦେଲେ
ସମାରୋହରେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଟଣୀ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ, ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା ପ୍ରମୁଖ ଯୋଗ ଦେଇଥିଲେ। ନନ୍ଦନକାନନର ନିର୍ଦ୍ଦେଶକ ଡକ୍ଟର ମନୋଜ ଭି ନାୟାର ସ୍ୱାଗତ ଭାଷଣ ଦେବା ସହ ବିବରଣୀ ପାଠ କରିଥିଲେ। ସୂଚନାଯୋଗ୍ୟ, ନନଦନକାନନ ପ୍ରାଣୀ ଉଦ୍ୟାନରେ ୧୭୭ ପ୍ରଜାତିର ୪୨୦୦ ପ୍ରାଣୀ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/30/untitled-17-2025-12-30-07-52-05.jpg)