ବିରୋଧୀଙ୍କ ଘେରାବନ୍ଦୀ: ଗର୍ଜିଲା ବିଜେଡି, କମ୍ପିଲା ଯୁବ କଂଗ୍ରେସ.. ବାମପନ୍ଥୀ ଦଳ ପୋଲିସ ପାଇଁ ‘ଆଉଟ୍ ଅଫ୍ ସିଲାବସ୍’

ପୋଲିସ ପାଇଁ ଯଦିଓ ବିଜେଡିର ପ୍ରତିବାଦ ଖବର ପୂର୍ବରୁ ଥିଲା ମାତ୍ର ଯୁବ କଂଗ୍ରେସର ଅତର୍କିତ ଆଗମନ ଓ ବାମପନ୍ଥୀ ଦଳ ହଠାତ୍ ଗର୍ଜନ ପୋଲିସ ପାଇଁ ଆଉଟ୍ ଅଫ୍ ସିଲାବସ୍ ଥିଲା । ତେଣେ ବାମପନ୍ଥୀ ଦଳ ବି ଆସି ଲୋୟର ପିଏମଜିରେ ନାରାବାଜି ଲଗାଇଛନ୍ତି

chakrabyuha

ଭୁବନେଶ୍ବର: ଘେରିଦେଲେ.. ଚାରିଆଡ଼ୁ ଘେରିଦେଲେ.. ଭୁବନେଶ୍ବରରେ ଘେରିଲେ, ବାଲେଶ୍ବରରେ ବି ଘେରିଲେ । ରାଜଧାନୀର ଛାତି ଉପରେ ସରକାରଙ୍କୁ ଘେରିଲେ ବିରୋଧୀ । ଗର୍ଜିଲା ବିଜେଡି, ତାତିଲା କଂଗ୍ରସ ଆଉ ବିକ୍ଷୋଭ କଲା ବାମପନ୍ଥୀ ଦଳ । ଗୋଟେ ପଟେ ବିଜେଡି ଦଳବଳ ଘେନି ରାଜ୍ୟ ସରକାରଙ୍କୁ ଘେରିବାକୁ ଯୋଜନା ପ୍ରସ୍ତୁତ କରି ମାଡି ଆସିଥିବା ବେଳେ ଲୋକସେବା ଭବନ ଘେରିବାକୁ ଯାଉଥିବା ରାସ୍ତାରେ ବିଜେଡି କର୍ମୀଙ୍କୁ ଅଟକାଇଥିଲା ପୋଲିସ ।

518328939_10163550043234684_3335477297531332910_n

ବାସ୍ ତାପରେ ଦେଖିବାକୁ ମିଳିଥିଲା ପ୍ରତିବାଦ ଏବଂ ବିରୋଧର ଭୟଙ୍କର ଦୃଶ୍ୟ । ବିଜେଡି କର୍ମୀ କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରି ମୋହନ ସରକାରଙ୍କୁ ଅକଳରେ ପକାଇବାକୁ ପ୍ରତିବାଦ କରିଥିଲେ ବି ପୋଲିସ ସହ ପ୍ରଥମ ମୁହାଁମୁହିଁ ହୋଇଥିଲେ । ପାଣି ମାଡ଼ କରି ପୋଲିସ ଶତାଧିକ ବିଜେଡି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ସ୍ଥିତି ଭୟାବହ ହେବାରୁ ଲୁହବୁହା ଗ୍ୟାସ ସହ ରବର ବୁଲେଟ୍ ମାଡ କରିଥିଲା । ଯେଉଁଥିରେ ଆହତ ହୋଇଛନ୍ତି ବିଜେଡିର ବଡ ବଡ ନେତା । ବବି ଦାସ, ଡାନି ଘଡେଇ, ସୁଲତା ଦେଓ, ପ୍ରମିଳା ମଲ୍ଲିକ, ସୁନିଲ ମହାନ୍ତି, ବିଶ୍ଵ ମଲ୍ଲିକ, ଜିତୁ ବଳବନ୍ତରାୟ, ସଞ୍ଜୀବ ମଲ୍ଲିକ ପରି ନେତା ଆହତ ହୋଇ ବିଭିନ୍ନ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ବବି ଦାସଙ୍କୁ ଆପୋଲର ଆଇସିୟୁରେ ଭର୍ତ୍ତି କରାଯାଇଛି । 

co

ଗୋଟେ ପଟେ ଲୋୟର ପିଏମଜିରେ ବିଜେଡି ବିଜେପି ସରକାରଙ୍କ ବିରୋଧରେ ନାରାବାଜି ଲଗାଉଥିବା ବେଳେ ଅନ୍ୟପଟେ ବିନା ପ୍ରସ୍ତୁତିରେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଯୁବ କଂଗ୍ରେସ । ପୋଲିସ ପାଇଁ ଯଦିଓ ବିଜେଡିର ପ୍ରତିବାଦ ଖବର ପୂର୍ବରୁ ଥିଲା ମାତ୍ର ଯୁବ କଂଗ୍ରେସର ଅତର୍କିତ ଆଗମନ ପୋଲିସ ପାଇଁ ଆଉଟ୍ ଅଫ୍ ସିଲାବସ୍ ଥିଲା । ତେବେ ଯୁବ କଂଗ୍ରେସ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଏବଂ ମୋହନ ସରକାରଙ୍କୁ ନିଦରୁ ଉଠାଇବା ପାଇଁ ବାଜା ବଜାଇ ଗୀତ ଗାଇ ପ୍ରତିବାଦ କରାଯାଉଥିବା କହିଛନ୍ତି ଯୁବ କଂଗ୍ରେସର ଜଣେ କର୍ମୀ । ତେଣେ ବାମପନ୍ଥୀ ଦଳ ମଧ୍ଯ ହଠାତ୍ ଆସି ଲୋୟର ପିଏମଜିରେ ନାରାବାଜି ଲଗାଇଛନ୍ତି ।

9df2a61c-8b61-46a4-bd73-93cfaa80163b

ସେପଟେ ରାଜା ସ୍ବାଇଁଙ୍କ ନେତୃତ୍ବରେ ବିଜେଡି ସଦସ୍ୟ ଲୋକସେବା ଭବନରେ ପଶିଥିବା ବେଳେ ବିଧାନସଭା ବାହାରେ ଓ ଭିତରେ ପ୍ରତିବାଦ ଜାରି ରହିବ ବୋଲି ସେ କହିଛନ୍ତି । ଦୁଇ ଦଳର ଆନ୍ଦୋଳନ ପାଇଁ ରାସ୍ତା ଜାମ୍ ହୋଇଥିବା ବେଳେ ବିଭିନ୍ନ ରାସ୍ତାକୁ ସିଲ୍ କରାଯାଇଛି । ରାଜଭବନ ଛକରୁ ଏଜି ଛକ ସିଲ, ଏଜି ଛକରୁ ବିଧାନସଭା ଯାଏ ସିଲ । ଲୋକସେବା ଭବନ ପଛ ପଟ ରାସ୍ତା ବି ସିଲ ହୋଇଥିବା ବେଳେ ସାଧାରଣ ଲୋକେ କୁଆଡେ ଯିବେ ବାଟ ପାଉନାହାନ୍ତି । 

518129491_10011005629022540_8076792651914018672_n

ରାଜନୀତି ପାଇଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିବା ବେଳେ ନିର୍ଭୟା ଭଳି ସୌମ୍ୟଶ୍ରୀ ଆଇନ ଆଣିବାକୁ ଏବିଭିପି ପକ୍ଷରୁ ଦାବି ହୋଇଛି । ଛାତ୍ର କଂଗ୍ରେସ କିଛି ନେତା ପୀଡିତାଙ୍କୁ ସୋସିଆଲ ମିଡ଼ିଆରେ ଆତ୍ମହତ୍ୟା ପାଇଁ ପ୍ରବାର୍ତ୍ତାଇଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏଣେ ଏବିଭିପି ଦ୍ୱାରା ବାଣୀବିହାର ଛକରେ ରାଜରାସ୍ତା ଅବରୋଧ କରାଯାଇଛି । 

ଅଧିକ ପଢନ୍ତୁ-

ଲୋୟର ପିଏମଜିରେ ପାଣିମାଡ଼, ଲୁହବୁହା ଗ୍ୟାସ୍ ପ୍ରୟୋଗ.. ବିଜେଡି କର୍ମୀଙ୍କୁ ଟେକିନେଲା ପୋଲିସ

Screenshot 2025-07-16 134705

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe