ଯୋଡ଼ା: ଖଣିଜ ସହର ଯୋଡ଼ା ପୌରପାଳିକାର ବିଜେଡି ଓ ସ୍ବାଧୀନ କାଉନସିଲରମାନେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବା ପରେ ଦଳୀୟ ଶିବିରରେ କମ୍ପନ ସୃଷ୍ଟି ହୋଇଛି। ଯୋଡ଼ା ପୌରପାଳିକାର ୧୧ ଜଣ କାଉନସିଲର ଭୁବନେଶ୍ୱର ଗସ୍ତ କରି ବିଜେପିରେ ମିଶିବା ପାଇଁ ଆଲୋଚନା କରିଥିବା ସୂଚନା ମିଳିବା ପରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଯୋଡ଼ା ପୌର ପରିଷଦର ୧୪ଟି ୱାର୍ଡ ମଧ୍ୟରୁ ବିଜେଡିର ୭ ଜଣ କାଉନସିଲର, ବିଜେପିର ୭ ଜଣ କାଉନସିଲର ଓ ୩ ଜଣ ସ୍ବାଧୀନ କାଉନସିଲର ଅଛନ୍ତି। ବିଜେଡି ଓ ସ୍ୱାଧୀନର କିଛି କାଉନସିଲର ଭୁବନେଶ୍ୱର ଯାଇ ବିଜେପିର କେଉଁ ନେତାଙ୍କ ସହିତ ଯୋଗସୂତ୍ର ରକ୍ଷା କରୁଛନ୍ତି, ସେ ନେଇ ଯୋଡ଼ାର ବିଜେଡି ନେତାମାନେ ଅନୁସନ୍ଧାନ କରୁଥିଲେ ମଧ୍ୟ କୌଣସି ଟେର୍ ପାଇନାହାନ୍ତି।
BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ
ଏ ସଂପର୍କରେ ଯୋଡ଼ା ପୌର ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ରଙ୍କୁ ପଚାରିବାରୁ କହିଛନ୍ତି ଯେ ସେପରି କୌଣସି ସୂଚନା ତାଙ୍କ ପାଖରେ ନାହିଁ। ଯୋଡ଼ା ପୌର ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁଙ୍କୁ ଏ ସମ୍ପର୍କରେ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇନଥିଲେ। ବିଜେଡି ଯୋଡ଼ା ନଗର ସଭାପତି ଚତୁର୍ଭୁଜ ପଲେଇଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିଜେଡି ଓ ସ୍ବାଧୀନ କାଉନସିଲରମାନେବିଜେପିରେ ମିଶିବା ଖବର ଶୁଣିବା ପରେ ସେମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ମାତ୍ର ସେମାନେ କେହି ଫୋନ ଉଠାଉ ନାହାନ୍ତି। ଯୋଡ଼ାରେ ବର୍ତ୍ତମାନ ୯, ୨ ଓ ୧୩ ନଂବର ୱାର୍ଡର କାଉନସିଲର ଅଛନ୍ତି। ଅନ୍ୟ ୧୧ ଜଣ କାଉନସିଲର ଯୋଡ଼ାରେ ନ ଥିବା ସେ ସ୍ପଷ୍ଟ କରିଛନ୍ତି। ଏ ବିଷୟରେ ୧ ନଂବର ୱାର୍ଡର ସ୍ବାଧୀନ କାଉନସିଲର ଭାନୁମତି ବାନାଙ୍କୁ ପଚାରିବାରୁ ସେ କହିଥିଲେ, କାଉନସିଲରମାନେ ମିଳିମିଶି ଯୋଡ଼ା ପୌରପାଳିକାର ବିଭିନ୍ନ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଘର ଯୋଡ଼ା ଅଞ୍ଚଳରେ ଏବଂ ସେ ବିଜେପି ଆଡ଼କୁ ଢଳୁଥିବା ଖବର କାହାକୁ ଅଛପା ନୁହେଁ। ଖାସ୍ କରି ନିଜେ ବିଜେଡି ସଭାପତି ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଗତବର୍ଷ ତାଙ୍କୁ ଏ ନେଇ ତାଗିଦ କରିବାର ଦୃଶ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।
Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/26/bjd-bjp-2025-09-26-01-31-09.jpg)