Naveen Targets Government: ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡ଼ିଛନ୍ତି: ନବୀନ

ରାଜ୍ୟରେ ଚାଲିଥିବା ବ୍ୟବସ୍ଥା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡ଼ିଛନ୍ତି।

Untitled-14

BJD president Naveen Pattnaik targets state govenrment. Photograph: (sambad.in)

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ବ୍ୟବସ୍ଥା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପୁଣି ଥରେ ମୁହଁ ଖୋଲିଛନ୍ତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଗୋଟିଏ ପରେ ଗୋଟିଏ ଘଟଣା ଘଟୁଛି। ରାଜ୍ୟର ମା’ମାନେ ସବୁଠୁ ଅସୁରକ୍ଷିତ ହୋଇପଡ଼ିଛନ୍ତି। କିନ୍ତୁ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ନବୀନ କହିଛନ୍ତି, ଖୋର୍ଦ୍ଧା ଜିଲ୍ଲା ବାଘମାରୀରେ ନାବାଳିକାଙ୍କୁ ଅପହରଣ ଏବଂ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟବିଦାରକ। ସେହିପରି ଭଦ୍ରକ ଅରଞ୍ଜିରେ ମା'ର ମୃତ୍ୟୁ ପରେ କିସ୍ତି ଟଙ୍କା ପାଇଁ ଜଣେ ଯୁବତୀଙ୍କୁ ଗାଁ ଦାଣ୍ଡରେ ଏସଏଚଜିର ମହିଳାମାନେ ନିସ୍ତୁକ ମାଡ଼ ମାରିବା ପରି ଘଟଣା ସଭ୍ୟ ସମାଜରେ କଦାପି ଗ୍ରହଣୀୟ ନୁହେଁ। ବିଜୁ ଜନତା ଦଳର ସରକାର ସମୟରେ ମିଶନ ଶକ୍ତି ଜରିଆରେ ମା'ମାନେ ସଫଳତାର ସିଡ଼ି ଚଢୁଥିଲେ, ନିଜର ପରିଚୟ ସୃଷ୍ଟି କରୁଥିଲେ।

ଆହୁରି ପଢ଼ନ୍ତୁ: Ajit Pawar Threatens Voters: ତୁମ ପାଖରେ ଭୋଟ ଅଛି ତ ମୋ ପାଖରେ ଟଙ୍କା: ଭୋଟରଙ୍କୁ ଅଜିତ ପାୱାରଙ୍କ ଧମକ ଭରା ମନ୍ତବ୍ୟ ନେଇ ବିବାଦ ସୃଷ୍ଟି

ବିକାଶ ଠପ୍‌

ବିଜେଡି ସଭାପତି ଆହୁରି କହିଛନ୍ତି, ବିଜେପି ସରକାରରେ ମା'ମାନେ ସବୁଠୁ ଅସୁରକ୍ଷିତ ହୋଇପଡିଛନ୍ତି, ବିକାଶ ଠପ୍ ହୋଇଛି। ଦିନକୁ ଦିନ ଓଡ଼ିଶାରେ ମହିଳାମାନଙ୍କ ଉପରେ ବଢ଼ୁଥିବା ଅତ୍ୟାଚାର ଏବଂ ଦୁଷ୍କର୍ମ ପରି ଘଟଣା ସମସ୍ତଙ୍କୁ ବିଚଳିତ କରିଦେଉଛି। ସରକାର ନିଦରୁ ଉଠନ୍ତୁ, ଦୋଷୀଙ୍କ ବିରୋଧରେ ତୁରନ୍ତ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। 

ଆହୁରି ପଢ଼ନ୍ତୁ: Accident: ଦୁଇ ଜଣଙ୍କୁ ଧକ୍କା ଦେଲା ସାରସକଣା ବିଧାୟକଙ୍କ ଗାଡ଼ି, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe