ଭୁବନେଶ୍ବର: ବିଜେଡି  ୫ ବର୍ଷ ପୂର୍ବରୁ ପୁଣି କ୍ଷମତାକୁ ଫେରିବା ନେଇ ପୂର୍ବରୁ ଅନେକ ନେତାଙ୍କ ବୟାନ ସାମ୍ନାକୁ ଆସି ସାରିଛି। ଏମିତି ସ୍ଥିତିରେ ସେମାନଙ୍କୁ ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ।  ସେ କହିଛନ୍ତି ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା ।

Advertisment

ଦଳର ଯେଉଁ ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ । ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାରକୁ ଆସିଛି। ଏବେ ବିଜେଡି କଂଗ୍ରେସ ସହ ମିଶି ସରକାର କରିବା ନେଇ ଗୁଜବ ଉଠିବା ଅବାସ୍ତବ । 

ଅଧିକ ପଢ଼ନ୍ତୁ: ବିରଜା ହାଟ ନେଇ ଉତ୍ତେଜନା: ହାଟକୁ ସାମୟିକ ଭାବେ ବନ୍ଦ କଲେ ଉପଜିଲ୍ଲାପାଳ

ଏପରି ଅବାସ୍ତବ କଥା କହିବାକୁ ସେମାନେ ସ୍ବୀକୃତିପ୍ରାପ୍ତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ କହିଛନ୍ତି କି ନାହିଁ ଜାଣିନି। ବିଜେପି ସହ ଆମେ ସମଦୂରତାରେ ଅଛୁ। କଂଗ୍ରେସ ସହ ଆମେ କେବେ ନ ଥିଲୁ। ଯେଉଁମାନେ ବିଜେଡି କଂଗ୍ରେସ ସହ ମିଶି ସରକାର ଗଢିବା କଥା କହୁଛନ୍ତି ସେମାନଙ୍କ ମତିଭ୍ରମ ହୋଇଛି। ଏପରି ମନ୍ତବ୍ୟ ଦେଇ ସେମାନେ ନିନ୍ଦିତ ହେଉଥିବା  ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ: ସ୍ବତନ୍ତ୍ର ସ୍ମାରକୀ ଡାକ ଟିକଟ ଓ ମୁଦ୍ରା ଉନ୍ମୋଚିତ