Naveen campaigns for BJD: ବିଜେପି କରୁଛି ପ୍ରାର୍ଥୀ ଚୋରି: ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ

ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରି ନବୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଏବଂ ମିଥ୍ୟା ପ୍ରଚାର କରି ଜନସାଧାରଣଙ୍କୁ ଭ୍ରମିତ କରୁଥିବା ନେଇ ସେ ଗୁରୁତର ଅଭିଯୋଗ ଆଣିଛନ୍ତି....

BJP is stealing candidates: Government is a hero in publicity, zero in work

BJP is stealing candidates: Government is a hero in publicity, zero in work Photograph: (sambad.in)

ନୂଆପଡ଼ା: ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ନୂଆପଡ଼ା ଜିଲ୍ଲାର କୋମନା ବ୍ଲକରେ ଏକ ବିଶାଳ ନିର୍ବାଚନୀ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି।

ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରି ନବୀନ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା ଏବଂ ମିଥ୍ୟା ପ୍ରଚାର କରି ଜନସାଧାରଣଙ୍କୁ ଭ୍ରମିତ କରୁଥିବା ନେଇ ସେ  ଗୁରୁତର ଅଭିଯୋଗ ଆଣିଛନ୍ତି। 
କୋମନା ତରବୋଡ଼ାରେ ନୂଆପଡ଼ାବାସୀଙ୍କୁ ନବୀନ ସମ୍ବୋଧନ କରି କଡ଼ା ସମାଲୋଚନା କରିଛନ୍ତି ।

ଆହୁରି ପଢ଼ନ୍ତୁ:Pension under CCS rules: ସ୍ୱାମୀ ୭ ବର୍ଷରୁ ଅଧିକ ସମୟ ଧରି ନିଖୋଜ ଥିବାରୁ ସ୍ତ୍ରୀ କେନ୍ଦ୍ର ସରକାରଙ୍କ ପେନସନ ପାଇବେ: ଛତିଶଗଡ଼ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜୟ ମା’ ମାଣିକେଶ୍ଵରୀ ସମ୍ବୋଧନ କରି ଭାଷଣ ଆରମ୍ଭ କରି ନବୀନ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କଟାକ୍ଷ କରିଛନ୍ତି ବିଜେପି ସରକାର ପବ୍ଲିସିଟିରେ ହିରୋ, କାମରେ ଜିରୋ।  ଗତ ୧୬ ମାସ ଧରି ସମଗ୍ର ଓଡ଼ିଶାରେ ବିକାଶମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି। ମାଗଣା ବିଦ୍ୟୁତ୍, ବୃଦ୍ଧ ନାଗରିକଙ୍କ ପାଇଁ ବର୍ଦ୍ଧିତ ପେନସନ୍, ଚାଷୀଙ୍କ ପାଇଁ ସାର ଯୋଗାଣ ଏବଂ କପା ସବସିଡି ସମେତ ଅନେକ ପ୍ରତିଶ୍ରୁତି ସରକାର ପୂରଣ କରି ନଥିବା ସେ କହିଛନ୍ତି। ରାଜ୍ୟରେ  ମହିଳାଙ୍କ ବିରୁଦ୍ଧରେ ବଢୁଥିବା ଅପରାଧ ଏବଂ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ସେ କହିଛନ୍ତି।

ବର୍ତ୍ତମାନର ପ୍ରଶାସନ ଗେମ୍ ଚେଞ୍ଜର ନୁହେଁ ବରଂ "ନାମ ପରିବର୍ତ୍ତନକାରୀ ସରକାର"

ମିଶନ ଶକ୍ତିର ମହିଳାମାନେ ଆଠ ମାସ ଧରି ଦରମା ପାଇନାହାନ୍ତି। ରାଜ୍ୟରେ ବିଏସକେୱାଇ(BSKY) ତୁଳନାରେ ଆୟୁଷ୍ମାନ ଭାରତର ପ୍ରଭାବ ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ବର୍ତ୍ତମାନର ପ୍ରଶାସନ ଗେମ୍ ଚେଞ୍ଜର ନୁହେଁ ବରଂ "ନାମ ପରିବର୍ତ୍ତନକାରୀ ସରକାର" ବୋଲି ନବୀନ କଟାକ୍ଷ କରିଛନ୍ତି।

ନବୀନ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନୂଆପଡ଼ା ଜିଲ୍ଲା ଗଠନରେ ବିଜୁ ପଟ୍ଟନାୟକଙ୍କ ଭୂମିକାକୁ ମନେ ପକାଇଥିଲେ। ସେ ବିଜେଡି ସରକାରଙ୍କ ସଫଳତା, ଯେପରିକି ବିଜୁ ଏକ୍ସପ୍ରେସୱେ, ୧୦,୦୦୦ ହେକ୍ଟରରୁ ଅଧିକ ଜମି ପାଇଁ ଜଳସେଚନ, ସ୍ୱଚ୍ଛ ପାନୀୟ ଜଳ ଏବଂ ସୁନାବେଡ଼ା ଅଭୟାରଣ୍ୟରେ ଆଦିବାସୀ କଲ୍ୟାଣ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ। 

ସେ କହିଛନ୍ତି, ନୂଆପଡ଼ା ଆସିଲେ ମୋର ବିଜୁବାବୁଙ୍କ କଥା ମନେପଡ଼େ । ବିଜୁବାବୁ ହିଁ ନୂଆପଡ଼ା ଜିଲ୍ଲା ଗଢ଼ିଥିଲେ । ବିଜେଡି ସରକାରରେ ନୂଆପଡ଼ାର ବିକାଶ ଯୋଡ଼ି ହୋଇଥିଲା । ଆମ ସରକାର ସମୟରେ ବିଜୁ ଏକ୍ସପ୍ରେସ ୱେ ହୋଇଥିଲା । ଚାଷ ଜମି ଜଳସେଚିତ ହୋଇଥିଲା । ଲୋକଙ୍କ ଲାଗି ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା । ପିଲାଙ୍କ ପାଠପଢ଼ା ଲାଗି ଭଲ ସ୍କୁଲ ନିର୍ମାଣ ହେବା ସହ ଆଦିବାସୀ ଭାଇ ଓ ଭଉଣୀଙ୍କୁ ଜଙ୍ଗଲ ଜମି ଅଧିକାର ମିଳିଥିଲା । ମିଶନ ଶକ୍ତି ମହିଳାଙ୍କୁ ଋଣ ପ୍ରଦାନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ:BJD Amar Patnaik joins BJP: ବିଜେଡିକୁ ଶକ୍ତ ଧକ୍କା, ବିଜେପିରେ ଯୋଗ ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ

ବିଜେପି  "ସରକାର ଗଠନ ପାଇଁ ଭୋଟ ଚୋରି" କରୁଥିଲା ଏବେ ଦଳ  "ପ୍ରାର୍ଥୀମାନଙ୍କୁ ଚୋରି" କରୁଥିବା ଅଭିଯୋଗ ନବୀନ ଆଣିଛନ୍ତି। ବିଜେପି ସରକାର ଜନତା ଏବଂ ବିଜେଡି ପ୍ରତି ବିଶ୍ୱାସଘାତକତା କରି ଜନ ଅସନ୍ତୋଷ ସୃଷ୍ଟି କରିଛନ୍ତି। ନଭେମ୍ବର ୧୧ ରେ ନୂଆପଡ଼ା ଉପନିର୍ବାଚନରେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ଭୋଟରମାନଙ୍କୁ ଏହି "ବିଶ୍ୱାସ ଭଙ୍ଗ"ର ଜବାବ ଦେବାକୁ ନବୀନ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe