Blank firing: ଜୁଆଆଡ଼ାରେ ପୁଲିସ ଚଢ଼ଉ ବେଳେ ବ୍ଲାଙ୍କ୍‌ ଫାୟାରିଂ: ୨୦ ଗିରଫ, ୧୦ ଲକ୍ଷ ଟଙ୍କା, ୩୬ ମୋବାଇଲ୍‌, ଥର୍‌ ଗାଡ଼ି ଜବତ

Advertisment

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିବା ବେଳେ ଜୁଆଡ଼ି ଖସିଯିବାକୁ ଉଦ୍ୟମ କରି ପୁଲିସକୁ ଭୟଭୀତ କରିବାକୁ ବ୍ଲାଙ୍କ୍‌ ଫାୟାରିଂ କରିଥିବା ଖବର ମିଳିଛି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିବା ବେଳେ ଜୁଆଡ଼ି ଖସିଯିବାକୁ ଉଦ୍ୟମ କରି ପୁଲିସକୁ ଭୟଭୀତ କରିବାକୁ ବ୍ଲାଙ୍କ୍‌ ଫାୟାରିଂ କରିଥିବା ଖବର ମିଳିଛି।

firing

Photograph: (LegalOnus)

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ନିକଟ କୁହୁଡ଼ି ଠାରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ଼ା ଉପରେ ପୁଲିସ ଚଢ଼ଉ କରିବା ବେଳେ ଜୁଆଡ଼ି ଖସିଯିବାକୁ ଉଦ୍ୟମ କରି ପୁଲିସକୁ ଭୟଭୀତ କରିବାକୁ ବ୍ଲାଙ୍କ୍‌ ଫାୟାରିଂ କରିଥିବା ଖବର ମିଳିଛି। ଏହି ଥାନା ଅଧୀନସ୍ଥ କୁଞ୍ଜୁରୀ କାଜୁ ଜଙ୍ଗଲ ପାହାଡ଼ ତଳି ଅଞ୍ଚଳରେ ବିଶାଳ ଜୁଆଆଡ଼ା ଚାଲିଥିବା ଖବର ପାଇ ଟାଙ୍ଗୀ ଆଇଆଇସି ରବୀନ୍ଦ୍ର ଭୁଜବଳଙ୍କ ନିର୍ଦ୍ଦେଶରେ ଗଠିତ ଏକ ପୁଲିସ ଟିମ୍‌ ଚଢ଼ଉ କରିଥିଲା। ଆଡ଼ାରୁ ୧୦ ଲକ୍ଷ ୩୮ ହଜାର ୫୦୦ ଟଙ୍କା,ଏକ ଦାମି ଥର୍‌ ଗାଡ଼ି, ୩୬ଟି ମୋବାଇଲ୍‌ ଫୋନ୍‌, ୪ଟି ମୋଟର୍‌ ସାଇକେଲ୍‌ ଜବତ କରିବା ସହ ୨୦ ଜଣଙ୍କୁ ଗିରଫ କରିଛି।

Cricket: କୁଶ ପଟ୍ଟନାୟକ ସ୍ମାରକୀ ଫୁଟ୍‌ବଲ୍‌: ମିସନ୍‌ ଟାଇଗର ବିଜେତା

ରିପୋର୍ଟ ଲେଖା ହେବା ବେଳକୁ ରାତି ଏଗାରଟା ସୁଦ୍ଧା ପୁଲିସ ମକଦ୍ଦମା ରୁଜୁ ପାଇଁ ରେକର୍ଡ ପ୍ରସ୍ତୁତି ଚାଲିଥିବା ଆଇଆଇସି ଶ୍ରୀ ଭୁଜବଳ ସୂଚନା ଦେଇଛନ୍ତି। ପୁଲିସର ଏହି ଅତର୍କିତ ଚଢ଼ଉ ସମୟରେ କିଛି ଜୁଆଡ଼ି ଫେରାର ହୋଇଥିବା ସୂଚନା ମିଳୁଛି। ସେମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ବିଧାୟକଙ୍କ ୨ ଜଣ ଖାସ୍‌ ଲୋକ ମଧ୍ୟ ଥିବା ସୂଚନା ମିଳୁଛି। କିନ୍ତୁ ଆଇଆଇସି ଶ୍ରୀ ଭୁଜବଳ ଏହାକୁ ଖଣ୍ଡନ କରିଛନ୍ତି। ଅନ୍ୟପଟେ ଜୁଆଡ଼ିଙ୍କ ଆଡୁ ପୁଲିସ ଉପରକୁ ବ୍ଲାଙ୍କ୍‌ ଫାୟାରିଂ ହୋଇଛି କି ନାହିଁ ସେ ନେଇ ପୁଲିସ ସ୍ପଷ୍ଟ କରିନାହିଁ।

Horoscope 2026 February 17 : ଜାଣନ୍ତୁ ଆଜିର ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe