ଭୁବନେଶ୍ବର: ବାତ୍ୟା ମୋନ୍ଥାକୁ ନେଇ ବିଏମସିର ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଛି। ବର୍ଷା ପ୍ରଭାବରେ ଜଳବନ୍ଦୀ, ବନ୍ଯା, ଗଛ ପଡିବା, ବିଦ୍ୟୁତ ତାର ଛିଣ୍ଡିବାର ସମ୍ଭାବନା ରହିଛି । ଏ ନେଇ ବିଏମସିରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ବିଭିନ୍ନ ବିଭାଗ ସହ ଆଲୋଚନା କରାଯାଇ ସ୍ବତନ୍ତ୍ର ଟିମ ଗଠନ ହୋଇଛି। ବର୍ଷା ପବନ ପରେ ଯଦି କିଛି ଅଘଟଣ ଘଟେ ତେବେ କିଭଳି ସଫେଇ ହେବ, ଡ୍ରେନେଜ ସମସ୍ଯା ନହେବ ସେ ନେଇ ଯୋଜନା ହୋଇଛି।

Advertisment

ଅଧିକ ପଢନ୍ତୁ-

Cyclone Montha Landfall: ସମୁଦ୍ରରୁ ସୁ ସୁ ଗର୍ଜନ କରି ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା, ଆସନ୍ତାକାଲି ରାତିରେ କରିବ ଲ୍ୟାଣ୍ଡଫଲ୍

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

ତେବେ ଏନେଇ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ତଦାରଖ କରାଯାଉଛି । ଗ୍ରାଉଣ୍ଡରେ କଇଛି ଅଭିଯୋଗ ଆସିଲେ ସାଙ୍ଗେ ସାଙ୍ଗେ ତାର ସମାଧାନ କରାଯିବ ହେଲ୍ପଲାଇନ ନମ୍ବର- ୧୯୨୯କୁ ଫୋନ କରି ଲୋକେ ସମସ୍ୟା କହିପାରିବେ । କେଉଁଠି କଣ ଘଟିଲା ଏହି ନମ୍ବରରେ ଜଣାଇପାରିବେ ରାଜଧାନୀବାସୀ । ଲୋକଙ୍କ ଅଭିଯୋଗ ଶୁଣି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ । ୩ଟି ସିପ୍ଟରେ କର୍ମଚାରୀ ରହି ବାତ୍ୟାର ମୁକାବିଲା କରିବେ । 

ଭିଜିଲାଣି ଭୁବନେଶ୍ବର

ଭୁବନେଶ୍ବରରେ ପଡିଲାଣି ବାତ୍ୟାର ପ୍ରଭାବ । ଭୁବନେଶ୍ବରରେ ଦିନରେ ଆଜି ବର୍ଷା ହୋଇଛି । ଖରା-ବର୍ଷାର ଲୁଚକାଳି ଖେଳ ଭିତରେ ହଠାତ୍ ବର୍ଷା ହୋଇଛି । ହାଲକା ପବନ ହେବା ସହ ବର୍ଷାରେ ଭିଜିଛି ଭୁବନେଶ୍ବର । ପ୍ରାୟ ୧୫ରୁ ୨୦ ମିନିଟ୍ ଯାଏଁ ବର୍ଷା ରାଜଧାନୀରେ ହୋଇଥିବାରୁ ରାସ୍ତାରେ ଯାଉଥିବା ଲୋକ ଅନେକ ହଇରାଣ ହୋଇଛନ୍ତି । 

ଅଧିକ ପଢନ୍ତୁ-

Cyclone montha towards coastal areas: ବାତ୍ୟା ମୋନ୍ଥା ଯୋଗୁ ବହୁ ଟ୍ରେନ୍ ବାତିଲ୍, ଭୁବନେଶ୍ବରରୁ ୩ ଟ୍ରେନ୍, ଦେଖନ୍ତୁ ତାଲିକା