ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ବିଏମସିର ଅଭିଯାନ

ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଚିହ୍ନିତ ସ୍ଥାନରେ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ନିଗମ କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ ଚାଲୁରହିଛି। ମେୟର ଏବଂ କମିସନରଙ୍କଠାରୁ ଆରମ୍ଭ କରି ବିଏମସି ନିୟମିତ ଭାବରେ ଜଳବନ୍ଦୀ ସ୍ଥିତି ସମୀକ୍ଷା କରୁଛି...

BMC's campaign to solve water shortage problem

BMC's campaign to solve water shortage problem Photograph: (sambad.in)

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଚିହ୍ନିତ ସ୍ଥାନରେ ଜଳବନ୍ଦୀ ସମସ୍ୟା ସମାଧାନ ପାଇଁ ନିଗମ କର୍ତ୍ତୃପକ୍ଷଙ୍କ କ୍ଷେତ୍ର ପରିଦର୍ଶନ ଚାଲୁରହିଛି।

ମେୟର ଏବଂ କମିସନରଙ୍କଠାରୁ ଆରମ୍ଭ କରି ବିଏମସି ନିୟମିତ ଭାବରେ ଜଳବନ୍ଦୀ ସ୍ଥିତି ସମୀକ୍ଷା କରୁଛି।

ଗୁରୁବାର ସକାଳେ କମିସନର  ଚଞ୍ଚଳ ରାଣା, ଆଇଏଏସ ପଞ୍ଚସଖା ନଗର (ୱାର୍ଡ ୬୪) ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ  ସହିତ ଆଲୋ‌ଚନା କରି ପ୍ରାରମ୍ଭିକ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଓଡ଼ିଶା ଜଳ ନିଗମ(ୱାଟକୋ) ପକ୍ଷରୁ ଆବଶ୍ୟକ କାର୍ଯ୍ୟ ତ୍ୱରାନ୍ୱିତ ହେବା ଆବଶ୍ୟକ। ବିଟି ରୋଡ୍ ଏବଂ ସମ୍ପୃକ୍ତ ଅଞ୍ଚଳର ଅନ୍ୟାନ୍ୟ ଅଂଶରେ କାର୍ଯ୍ୟ ଆରମ୍ଭ କରିବା ପାଇଁ  ୱାଟକୋକୁ ୪୮ ଘଣ୍ଟା ସମୟ ଦିଆଯାଇଛି। ପରବର୍ତ୍ତୀ ପରିଦର୍ଶନ ଗୋଟିଏ ମାସ ପରେ ହେବା ପାଇଁ ଧାର୍ଯ୍ୟ କରାଯାଇଛି।

ଅଧିକ ପଢ଼ନ୍ତୁ: ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣା: ବଦଳିଲେ ବିବାଦୀୟ ଏଏସଆଇ

କମିସନରଙ୍କ ଗସ୍ତ ସମୟରେ,  ଜବରଦଖଲ ଏବଂ ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ମଧ୍ୟ ଚିହ୍ନଟ କରାଯାଇଥିଲା।ଆଲୋଚନା ମାଧ୍ୟମରେ ଜବରଦଖଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଏମସି ଦ୍ୱାରା ସୌନ୍ଦର୍ଯ୍ୟକରଣ ପାଇଁ କିଛି ଅଞ୍ଚଳ ଚିହ୍ନଟ  କରାଯାଇଛି।

ସମସ୍ୟା ସମାଧାନ ପାଇଁ ଗୋଷ୍ଠୀ ସହଯୋଗ ଲୋଡିଛନ୍ତି କମିସନର।  ପରିଦର୍ଶନ ସମୟରେ ୱାଟକୋର ଟିମ୍, ବିଏମସି ଟିମ୍, ସ୍ଥାନୀୟ କର୍ପୋରେଟର ଏବଂ ବାସିନ୍ଦାମାନେ ଉପସ୍ଥିତ ଥିଲେ।

ଅଧିକ ପଢ଼ନ୍ତୁ:ସରକାରୀ ତେଲ ପିଉଛି ଯନ୍ତ୍ରୀଙ୍କ କାର୍‌!:ଭିଜିଲାନ୍ସ ତଦନ୍ତ ଦାବି

bmc | Bhubaneswar Municipal Corporation (BMC) 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe