ପୋଖରୀରୁ ଯୁବକଙ୍କ ଗୋଡ଼ହାତ ବନ୍ଧା ମୃତଦେହ ଉଦ୍ଧାର : ନିଖୋଜ ଥିଲେ, ହତ୍ୟା ସନ୍ଦେହ

ବୁଧବାର ସକାଳୁ ସଦରଥାନା ବାଉରିମୁଣ୍ଡା ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କ ଗୋଡ଼କୁ ମୋଟା ଦଉଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି। ମୃତକ ହେଲେ ସେହି ଗାଁର ମହାତୋ ଓରାମ....

Body of youth, bound and gagged, recovered from pond: Missing, murder suspected

Body of youth, bound and gagged, recovered from pond: Missing, murder suspected Photograph: (sambad.in)

ସୁନ୍ଦରଗଡ଼: ବୁଧବାର ସକାଳୁ ସଦରଥାନା ବାଉରିମୁଣ୍ଡା ଗାଁ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ତାଙ୍କ ଗୋଡ଼କୁ ମୋଟା ଦଉଡ଼ିରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି।  ମୃତକ ହେଲେ ସେହି ଗାଁର  ମହାତୋ ଓରାମ।  ତାଙ୍କୁ କେହି ହତ୍ୟା କରି ଏଠାରେ ପକାଇ ଦେଇଥିବା ପୁଲିସ ସନ୍ଦେହ କରିଛି।

ସେ  ୨ ଦିନ ତଳୁ ନିଖୋଜ ଥିଲେ। ବୁଧବାର ସକାଳୁ ପୋଖରୀକୁ ଶୌଚ ପାଇଁ ଯାଇଥିବା ଲୋକେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ।

ଅଧିକ ପଢ଼ନ୍ତୁ: ଭସ୍ମା ଓଭର ବ୍ରିଜ୍‌ରେ ଏକାଧିକ ଧକ୍କା: ୩ କାର୍ ଧକ୍କାରେ ଜଣେ ଆହତ

ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସଦରଥାନା ଅଧିକାରୀ ସସ୍ମିତା ଦେବତା ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ହତ୍ୟାର କାରଣ ଓ ହତ୍ୟାକାରୀ କିଏ ତାହା ଜଣାପଡ଼ିନାହିଁ। 

ଅଧିକ ପଢ଼ନ୍ତୁ: ବେଆଇନ ବାଲି ଉଠାଣକୁ ବିରୋଧ କଲେ ଗ୍ରାମବାସୀ

 sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe