ଘର ଭିତରକୁ ପଶିଲା ବରଯାତ୍ରୀ ବସ୍: ୧୦ରୁ ଅଧିକ ବରଯାତ୍ରୀ ମେଡିକାଲରେ ଭର୍ତ୍ତି

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ ଏକ ବରଯାତ୍ରୀ ବସ୍ ଘର ଭିତରକୁ ପଶିଯାଇଛି। ତେବେ ୫୦ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୧୦ରୁ ଅଧିକ ବରଯାତ୍ରୀଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି...

bridegroom's bus entered  house

bridegroom's bus entered house Photograph: (sambad.in)

ଖଇରା:  ଏକ ବରଯାତ୍ରୀ ବସ୍ ଘର ଭିତରକୁ ପଶିଯାଇଛି। ତେବେ ୫୦ ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ୧୦ରୁ ଅଧିକ ବରଯାତ୍ରୀଙ୍କୁ  ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। 

ଗତ କାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ମିତ୍ରପୁର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅସିତ ସାହୁ ବିବାହ ପାଇଁ  ଔପଦା ବ୍ଲକ ଅନ୍ତର୍ଗତ ଜହ୍ନିଆପଦା ଗ୍ରାମର ଗୌରାଙ୍ଗ ସାହୁଙ୍କ ଝିଅଙ୍କୁ ବିବାହ କରିବା ପାଇଁ ବରଯାତ୍ରୀଙ୍କୁ ନେଇ ଯାଉଥିଲେ।  ଶ୍ରୀଗଣେଶ ନାମକ ଘରୋଇ ବସ୍‌ରେ ୫୦ରୁ ଅଧିକ ବରଯାତ୍ରୀ ଯାଉଥିଲେ।

ଗଣ୍ଡିବେଡ  ଔପଦା ରାସ୍ତାର ପାଣିସାଉଁଲି ଛକ ନିକଟରେ ବସ୍ ଡ୍ରାଇଭରଙ୍କ ଅସାବଧାନତାରୁ ନିକଟରେ ଥିବା ଏକ ଆଜେବେଷ୍ଟ ଦୋକାନ ଭିତରକୁ ବସ୍‌ଟି ପଶି ଯାଇଥିଲା।

ପ୍ରଚଣ୍ଡ ଶଦ୍ଦ ଶୁଣି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ଘରୁ ବାହାରକୁ ଆସି ଭିତରେଥିବା ବରଯାତ୍ରୀମାନଙ୍କୁ ଉଦ୍ଧାର କରି ଚିକିତ୍ସାଲାଗି ଖଇରା, ସୋର ଓ ଔପଦା ମେଡ଼ିକାଲକୁ ପଠାଇଥିଲେ ।

ଅଧିକ ପଢ଼ନ୍ତୁ: ଆଜିଠାରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଭାରସାମ୍ୟ ହରାଇ ବସ୍‌ଟି ଘରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିଲାଵେଳେ ଖଇରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଅଧିକ ପଢ଼ନ୍ତୁ: ରାଜ୍ୟ ବଜେଟ୍‌ରେ ଜିଲ୍ଲାକୁ ଅଣଦେଖା: ଶିଳ୍ପ ଓ ପର୍ଯ୍ୟଟନର ବିକାଶକୁ ଭୁଲିଗଲେ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe