Budget 2026-27: ବଜେଟ୍‌ ୨୦୨୬-୨୭: ପ୍ରତି ଓଡ଼ିଆଙ୍କ ମୁଣ୍ଡରେ ୨୭,୬୨୫ ଟଙ୍କା ଋଣ

Advertisment

ବର୍ଷକୁ ବର୍ଷ ରାଜ୍ୟର ଋଣ ଭାର ବଢ଼ିବାରେ ଲାଗିଛି। ତା’ ସହିତ ପ୍ରତିିଟି ଓଡ଼ିଆଙ୍କ ଉପରେ ମଧ୍ୟ ଋଣ ବୋଝ ବଢ଼ୁଛି। ୨୦୨୬-୨୭ ବଜେଟ୍‌ କହୁଛି ଯେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡରେ ୨୭,୬୨୫ ଟଙ୍କାର ଋଣ।

ବର୍ଷକୁ ବର୍ଷ ରାଜ୍ୟର ଋଣ ଭାର ବଢ଼ିବାରେ ଲାଗିଛି। ତା’ ସହିତ ପ୍ରତିିଟି ଓଡ଼ିଆଙ୍କ ଉପରେ ମଧ୍ୟ ଋଣ ବୋଝ ବଢ଼ୁଛି। ୨୦୨୬-୨୭ ବଜେଟ୍‌ କହୁଛି ଯେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡରେ ୨୭,୬୨୫ ଟଙ୍କାର ଋଣ।

BUDGET

BUDGET Photograph: (sambad.in)

ଭୁବନେଶ୍ବର: ବର୍ଷକୁ ବର୍ଷ ରାଜ୍ୟର ଋଣ ଭାର ବଢ଼ିବାରେ ଲାଗିଛି। ତା’ ସହିତ ପ୍ରତିିଟି ଓଡ଼ିଆଙ୍କ ଉପରେ ମଧ୍ୟ ଋଣ ବୋଝ ବଢ଼ୁଛି। ୨୦୨୬-୨୭ ବଜେଟ୍‌ କହୁଛି ଯେ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ମୁଣ୍ଡରେ ୨୭,୬୨୫ ଟଙ୍କାର ଋଣ। ଗତ ଆର୍ଥିକ ବର୍ଷ ରାଜ୍ୟରେ ମୁଣ୍ଡପିଛା ଋଣ ଥିଲା ୨୫,୬୬୮ ଟଙ୍କା। ୨୦୨୬-୨୭ରେ ରାଜ୍ୟ ସରକାର ୬୦,୮୦୦ କୋଟି ଟଙ୍କାର ଋଣ କରିବେ। ତାହା ୨୦୨୪-୨୫ର  ୩୪,୪୯୫ କୋଟି ଟଙ୍କା ଓ ୨୦୨୫-୨୬ର ୪୭,୪୦୦ କୋଟି ଟଙ୍କା ଋଣଠାରୁୁ ଢ଼େର ଅଧିକ। ୨୦୨୫-୨୬ ତୁଳନାରେ ୨୦୨୬-୨୭ ଆର୍ଥିକ ବର୍ଷରେ ସରକାର ୨୭.୮୪ ପ୍ରତିଶତ ଅଧିକ ଋଣ ଆଣିବେ। ବଜେଟ୍‌ ଅନୁସାରେ ରାଜ୍ୟ ସରକାର ୪୦ ପ୍ରତିଶତ ଋଣ ଖୋଲା ବଜାରରୁ ଉଠାଇବେ। ଏହା ବ୍ୟତୀତ ସରକାରୀ ଖାତାରୁ ୨୨ ପ୍ରତିଶତ, ଏସ୍‌ଏଏସ୍‌ସିଆଇରୁ ୧୫ ପ୍ରତିଶତ, ନାବାର୍ଡ ଓ ଆର୍‌ଇସିରୁ ୧୩ ପ୍ରତିଶତ, ଓମ୍‌ବାଡ୍‌ସି ଓ କାମ୍ବାରୁ ୮ ପ୍ରତିଶତ ଏବଂ ସରକାରଙ୍କଠାରୁ ୨ ପ୍ରତିଶତ ଋଣ ଆଣିବେ।

AFC Women’s: ଏଏଫ୍‌ସି ମହିଳା ଏସୀୟ କପ୍‌ ଦଳରେ ଓଡ଼ିଶାରୁ ପ୍ୟାରୀ, ଯଶୋଦା, ଜୁଲି

୬୧ ହଜାର କୋଟି ଋଣ କରିବେ
ମୋଟ୍‌ ଋଣ ୧.୫୫ ଲକ୍ଷ କୋଟି ଟପିବ

ରାଜ୍ୟର ମୋଟ୍‌ ଋଣ ପରିମାଣ ୧,୫୫,୭୧୦ କୋଟି ଟଙ୍କାକୁ ବୃଦ୍ଧି ପାଇବ ବୋଲି ବଜେଟ୍‌ରେ ଆକଳନ କରାଯାଇଛି। ତାହା ହେଉଛି ରାଜ୍ୟ ମୋଟ୍‌ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ୧୪.୧ ପ୍ରତିଶତ। ଗତ ଆର୍ଥିକ ବର୍ଷରେ ଏହି ହାର ୧୨.୭ ପ୍ରତିଶତ ଥିଲା। ରାଜ୍ୟ ଜିଡିପିକୁ ଋଣର ଭାଗ ପ୍ରତିବର୍ଷ ବଢ଼ିବାରେ ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟର ମୋଟ୍‌ ଋଣ ୧,୨୫,୫୫୦ କୋଟି ଟଙ୍କା ଥିଲା। ୨୦୨୫-୨୬ରେ ତାହା ୧,୩୪,୯୧୪ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଆସନ୍ତା ଆର୍ଥିକ ବର୍ଷରେ ତାହା ଦେଢ଼ ଲକ୍ଷ କୋଟି ଟଙ୍କା ଟପିଯିବ ବୋଲି ବଜେଟ୍‌ରେ ଆକଳନ କରାଯାଇଛି। 

Protest: ଛତ୍ରପୁର ପୌରପାଲିକାରେ ମିଶ୍ରଣକୁ ବିରୋଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଜେଟ୍‌ ଅନୁସାରେ ରାଜ୍ୟ ସରକାର ସୁଧ ବାବଦରେ ୮୨୦୦ କୋଟି ଟଙ୍କା ପ୍ରଦାନ କରିବେ, ଯାହା ଜିଏସ୍‌ଡିପିର ୩.୩ ପ୍ରତିଶତ। ବିତ୍ତୀୟ ନିଅଣ୍ଟ ୩୮,୮୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହା ଜିଏସ୍‌ଡିପିର ୩.୫ ପ୍ରତିଶତ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ୩୪,୨୦୦ କୋଟି ଟଙ୍କା ଥିଲା, ଯାହା ଜିଏସ୍‌ଡିପିର ୩.୨ ପ୍ରତିଶତ। ତେବେ ରାଜ୍ୟ ସରକାର ବିତ୍ତୀୟ ଉତ୍ତରଦାୟିତ୍ବ ଓ ବଜେଟ୍‌ ପରିଚାଳନା (ଏଫ୍‌ଆର୍‌ବିଏମ୍‌) ନିୟମକୁ ଠିକ୍‌ ଭାବେ ପାଳନ କରିଥିବା ବଜେଟ୍‌ରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe