ବସ୍-ବାଇକ୍ ଧକ୍କା: ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଲେ ବାଇକ୍ ଚାଳକ ଏବଂ ଯାତ୍ରୀ,

ବସ୍ ସହ ବାଇକ୍ ଧକ୍କା ହେବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ୍ ଚାଳକ। ରବିବାର ପୂର୍ବାହ୍ନ ୮ଟା ସମୟରେ ଜୟପୁର ଠାରୁ ମାଲକାନଗିରିକୁ ଏକ ଘରୋଇ ବସ୍ ଯାଉଥିବା ବେଳେ ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର କୁରୁଲୁଗାଡ ବ୍ରିଜ୍ ନିକଟରେ ଗୋଟିଏ ବାଇକ୍ ବସରେ ପିଟି ହୋଇଯାଇଥିଲା....

Bus-bike collision:  Driver's quick wit saves biker and passenger

Bus-bike collision: Driver's quick wit saves biker and passenger Photograph: (sambad.in)

ବୈପାରିଗୁଡା: ବସ୍ ସହ ବାଇକ୍ ଧକ୍କା ହେବା ଫଳରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାଇକ୍ ଚାଳକ। ରବିବାର ପୂର୍ବାହ୍ନ ୮ଟା ସମୟରେ ଜୟପୁର ଠାରୁ ମାଲକାନଗିରିକୁ ଏକ ଘରୋଇ ବସ୍ ଯାଉଥିବା ବେଳେ ରାଞ୍ଚି ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥର କୁରୁଲୁଗାଡ ବ୍ରିଜ୍ ନିକଟରେ ଗୋଟିଏ ବାଇକ୍ ବସରେ ପିଟି ହୋଇଯାଇଥିଲା।

ବାଇକକୁ ବଞ୍ଚାଇବା ପାଇଁ ବସ୍ ଡ୍ରାଇଭର ନିଜ ଉପସ୍ଥିତ ବୁଦ୍ଧି ଖଟେଇ ବସକୁ ରାସ୍ତା ତଳକୁ ଖସେଇ ଦେଇଥିଲେ। ଫଳରେ ବାଇକ୍ ଚାଳକ ଆହତ ହେବାସହ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ଏହାଛଡ଼ା ବସଟି ରାସ୍ତା କଡ଼ରେ ଥିବା ଏକ ଗଛରେ ଲାଗି ରହି ଯିବାରୁ ୨୦ ଫୁଟ୍ ଗାତ ତଳକୁ ଖସିବାରୁ ବର୍ତ୍ତି ଯାଇଛି।

ଅଧିକ ପଢ଼ନ୍ତୁ: ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣା: ରାଜନୀତି ତେଜିଲା

ଘଟଣା ଅନୁଯାୟୀ, ବୈପାରିଗୁଡା ବ୍ଲକର କଦଳିପଦର ଗ୍ରାମର ତ୍ରିଲୋଚନ ଗୌଡ଼(୨୩) ପୂଜାରୀପୁଟ ଗ୍ରାମରେ ରହୁଥିବା ନିଜ ଭଉଣୀ ଘରକୁ ନିଜ (ଓଡି ୦୭ ଜି ୩୨୬୪) ବାଇକ ଯୋଗେ ଯାଉଥିବାବେଳେ କୁରୁଲୁଗାଡ ବ୍ରିଜ୍ ନିକଟରେ ବସକୁ ଧକ୍କା ଦେଇଥିଲା।ସ୍ଥାନୀୟ ଲୋକେ ଦୁର୍ଘଟଣା ଦେଖି ଆହତ ତ୍ରିଲୋଚନଙ୍କୁ ଉଦ୍ଧାର କରି ବୈପାରିଗୁଡା ମେଡ଼ିକାଲକୁ ପଠାଇଥିଲେ। 

ତ୍ରିଲୋଚନଙ୍କ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଛି। ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବାଇକ୍ ଚାଳକ ଏବଂ ବସରେ ବସିଥିବା ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ରହିଥିବା ଜଣାପଡିଛି। ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ବସ୍। ଦୁର୍ଘଟଣା ଖବର ପାଇ ବୈପାରିଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ଛାତ୍ରୀ ନିଜ ଜୀବନ ନେବାକୁ ଉଦ୍ୟମ କରିବା ଘଟଣା: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

Koraput | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe