Bus Ran Over Pedestrian: ମର୍ଣ୍ଣିଂୱାକ୍‌ କରୁଥିବା ବେଳେ ବସ୍ ଧକ୍କା ଦେଲା: ୪ ଗୁରୁତର, ଟାୟାର ଜାଳି ରାସ୍ତା ରୋକ କଲେ ଉତ୍ୟକ୍ତ ଲୋକେ

ଯାଜପୁର ଜିଲ୍ଲା ସଦର ଥାନା ଧୋବାଗଳି ଛକ ନିକଟରେ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍‌ କରୁଥିବା ସମୟରେ ୪ ଜଣଙ୍କ ଉପରେ ଯାତ୍ରୀବାହୀ ବସ୍ ମାଡ଼ି ଯାଇଛି। ଏଥିରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଉଦ୍ଧାର କରିଛନ୍ତି...

Bus hits while on morning walk

Bus hits while on morning walk Photograph: (sambad.in)

ଯାଜପୁର : ଯାଜପୁର ଜିଲ୍ଲା ସଦର ଥାନା ଧୋବାଗଳି ଛକ ନିକଟରେ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍‌ କରୁଥିବା ସମୟରେ ୪ ଜଣଙ୍କ ଉପରେ ଯାତ୍ରୀବାହୀ ବସ୍  ମାଡ଼ି ଯାଇଛି। ଏଥିରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି  ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରାଯାଇଛି । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନନ୍ତର କରାଯାଇଛି ।  ସେମାନେ ହେଉଛନ୍ତି, କଟକର ରାକେଶ ଯେନା, ଚିଣ୍ଟୁ ଯେନା,ମନୁ ଯେନା ଏକଂ ବାଦଲ ଯେନା।

ମର୍ଣ୍ଣିଂୱାକ ହେଲା କାଳ

ଖବର ଅନୁଯାୟୀ, ଯାଜପୁର ସଦର ଥାନା ବରୁଆଁ ଓ ବରୀକୁ ସଂଯୋଗ କରୁଥିବା ଧୋବାଗଳି ଛକ ନିକଟରେ ରବିବାର ସକାଳୁ ସକାଳୁ କିଛି ଲୋକ ମର୍ଣ୍ଣିଂୱାକ୍‌  କରୁଥିଲେ । ଏହି ସମୟରେ ଦ୍ରୁତଗାମୀ ଯାତ୍ରୀବାହୀ ହରଗେୀରୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଚାଲୁଥିବା ଲୋକଙ୍କୁ ଧକ୍କା ଦେଇଥିଲା । ବସ୍ ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି। ତେବେ ମର୍ଣ୍ଣିଂ ୱାକ୍ କରୁଥିବା ଲୋକଙ୍କ ଉପରେ ବସ୍ ଚଢ଼ିୀ ଯାଇଥିଲା।

ଆହୁରି ପଢ଼ନ୍ତୁ:Encounter: ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର: ପାଞ୍ଚ ଗିରଫ, ତିନି ପିସ୍ତଲ ଓ ବାଇକ ଜବତ

ପୁଲିସ ତଦନ୍ତ ଆରମ୍ଭ

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରି ଥାନାକୁ ଆଣିଛି । ତେବେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା କୁହାଯାଉଛି। ଏନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଉତ୍ୟକ୍ତ ଲୋକେ ଏନେଇ ଟାୟ‌ାର ଜାଳି ରାସ୍ତା ରୋକ କରିଛନ୍ତି। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ହୋଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ପୁଲିସ ପକ୍ଷରୁ କଡ଼ ାନେଜର ରଖାଯାଇଛି।

ଆହୁରି ପଢ଼ନ୍ତୁ:Ajit Pawar Threatens Voters: ତୁମ ପାଖରେ ଭୋଟ ଅଛି ତ ମୋ ପାଖରେ ଟଙ୍କା: ଭୋଟରଙ୍କୁ ଅଜିତ ପାୱାରଙ୍କ ଧମକ ଭରା ମନ୍ତବ୍ୟ ନେଇ ବିବାଦ ସୃଷ୍ଟି

ଅନିଲ କୁମାର ପଣ୍ଡା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe