ବିଶ୍ରାମଗାରକୁ ଧକ୍କା ଦେଲା ବସ୍: ଡ୍ରାଇଭରଙ୍କ ସମେତ ୨ ଜଣଙ୍କ ମୃତ୍ୟୁ

Advertisment

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ସୀମା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ପଥଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି....

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ସୀମା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ପଥଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି....

Bus hits rest house: 2 people including driver killed

Bus hits rest house: 2 people including driver killed Photograph: (sambad.in )

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ସୀମା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ଛକରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଜଣେ ପଥଚାରୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ମୃତକଙ୍କ ନାମ ଜଙ୍କିଆର ଦିବାକର ବେହେରା ଏବଂ ହେଲ୍ପର ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ସୂଚନା ଅନୁଯାୟୀ, ବୀଣାପାଣି ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ଆସୁଥିଲା। ବସ୍‌ଟି ତୁରୁବୁଡିର ଶେଷ ଷ୍ଟପେଜରେ ପହଞ୍ଚିଥାନ୍ତା ତେଣୁ ଏଥିରେ କୌଣସି ଯାତ୍ରୀ ନଥିଲେ। ବସ୍ ଡ୍ରାଇଭର ନିୟନ୍ତ୍ରଣ ହରାଇ ସେହି ଅଞ୍ଚଳର ଏକ ବିଶ୍ରାମଗାରରେ ପିଟି ହୋଇଯାଇଥିଲା।

ଅଧିକ ପଢ଼ନ୍ତୁ: ଅଧିକ ଯୌନକର୍ମୀ ଥିବା ୧୨ ରାଜ୍ୟ ମଧ୍ୟରେ ଓଡ଼ିଶା: ନାକୋ ରିପୋର୍ଟ

ବସ୍‌ଟି ବିଶ୍ରାମଗାର ପାଖଦେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଧକ୍କା ପରେ ଡ୍ରାଇଭର ଏବଂ ସେହି ବାଟ ଦେଇ ଯାଉଥିବା ବ୍ୟକ୍ତି ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଗାଡି ଭିତରେ ଫସି ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚିଥିଲା। ଆହତ ଏବଂ ମୃତକଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ପଠାଯାଇଥିଲା। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ପରିବେଶ ଦିବସରେ ପ୍ରତିଜ୍ଞା: ପ୍ଲାଷ୍ଟିକକୁ କୁହନ୍ତୁ ନା ... ନହେଲେ ଭୋଗିବେ ଭୟଙ୍କର ପରିଣାମ, ମାଡ଼ି ଆସିବ ଏସବୁ ରୋଗ

ganjam | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe