Accident: ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

Advertisment

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓଳିଆ ପାଟଣା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଏକ ଲରି ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍ ବିନାୟକ ଧକ୍କା ଦେଇଛି...

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓଳିଆ ପାଟଣା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଏକ ଲରି ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍ ବିନାୟକ ଧକ୍କା ଦେଇଛି...

Bus hits truck from behind

Bus hits truck from behind Photograph: (sambad.in)

ଖନ୍ତାପଡ଼ା: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଓଳିଆ ପାଟଣା ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଏକ  ଲରି ଟ୍ରକକୁ ପଛପଟୁ ଯାତ୍ରୀବାହୀ ବସ୍  ବିନାୟକ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ବସ୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ମୁତାବକ ବିନାୟକ ବସ(ଓଡି-୧୫ଏଲ-୩୮୮୮)ଯାତ୍ରୀଙ୍କୁ ନେଇ ବାଲେଶ୍ଵରରୁ ଯାଜପୁର ଟାଉନ ଅଭିମୁଖେ ଯାଉଥିଲା। ଓଳିଆ ପାଟଣା ନିକଟରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପ୍‌କୁ ଏକ ଲରିଟ୍ରକ(ଏଚଆର-୬୯ଇ-୧୦୪୨)ତେଲ ପକାଇବା ପାଇଁ ଯାଉଥିବା ବେଳେ ପଛପଟୁ ବସ୍ ଧକ୍କା ଦେଇଥିଲା। 

ଆହୁରି ପଢ଼ନ୍ତୁ:Mamata Target Modi-Shah: ପହଲଗାମ ଆକ୍ରମଣ କେନ୍ଦ୍ର ସରକାର କରାଇଛନ୍ତି କି? ମୋଦୀ-ଶାହାଙ୍କୁ ଦୁର୍ଯ୍ୟୋଧନ-ଦୁଃଶାସନଙ୍କୁ କହିଲେ ମମତା ଦିଦି

ଫଳରେ ବସରେ ସମ୍ମୁଖରେ ବସିଥିବା ୫ ଜଣ ଯାତ୍ରୀ ଆହତ ହୋଇଥିଲେ। ସମସ୍ତ ଆହତ ଯାତ୍ରୀମାନଙ୍କୁ ଜାତୀୟ ତାଜପଥ ପୁଲିସ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। 

ଡ୍ରାଇଭର-ହେଲ୍‌ପର ଘଟଣା ସ୍ଥଳରୁ ଚମ୍ପଟ

ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ୟ ବସ୍ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଧକ୍କା ପରେ ବସ୍‌ର ଡ୍ରାଇଭର ଏବଂ ହେଲ୍‌ପର ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ:Shimla Doctor Patient Fight: ଝଗଡ଼ାର ହେଲା ସମାଧାନ, ପରସ୍ପରକୁ କ୍ଷମା ମାଗି କଲେ ଆଲିଙ୍ଗନ

ରିପୋର୍ଟ: ବିନୋଦ ବାରିକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe