Caught without insurance at tollgate:, fine and jail Photograph: (sambad.in)
ଭୁବନେଶ୍ବର: ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି। ଗାଡ଼ି ବୀମା ନଥିଲେ ଟୋଲ୍ଗେଟ୍ରେ ଜଣାପଡ଼ିବା ସହିତ ଉଲ୍ଲଂଘନକାରୀଙ୍କୁ ଧରାଯିବ। ସ୍ବୟଂକ୍ରିୟ ପ୍ରଣାଳୀରେ ଏହା ଧରାଯିବ।
ଗାଡ଼ି ମାଲିକଙ୍କ ପାଖକୁ ଇ-ଚାଲାଣ ଯିବ। ଇ-ଡିଟେକସନ୍ ପ୍ରକ୍ରିୟାରେ ଏହା କାର୍ଯ୍ୟ ହେବ। ରାଜ୍ୟର ୨୨ଟି ଟୋଲ୍ଗେଟ୍ରେ ଏହା କାର୍ଯ୍ୟକାରୀ ହେବ। ପ୍ରଥମ ଧରାପଡ଼ିଲେ ୨ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ।
ଅଧିକ ପଢ଼ନ୍ତୁ: ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ସେହିପରି ଦ୍ବିତୀୟ ଥର ପାଇଁ ଧରାପଡ଼ିଲେ ୪ ହଜାର ଟଙ୍କା ଜରିମାନା ଅବା ୩ ମାସ ଜେଲ୍ ଦଣ୍ଡାଦେଶ କରାଯିବ। ଉଭୟ ଦଣ୍ଡାଦେଶ ଏକା ସହିତ ମଧ୍ୟ କାର୍ଯ୍ୟକାରୀ କରାଯାଇ ପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଟୋଲ୍ଗେଟ୍ରେ ପରମିଟ୍, ଫିଟନେସ୍ ଏବଂ ଟିକସ ଧରା ଯାଉଥିଲା। ଏବେ ସେଥିରେ ବୀମାକୁ ଯୋଡ଼ା ଯାଇଛି।
ଅଧିକ ପଢ଼ନ୍ତୁ: ଶିକ୍ଷକ ବଦଳିକୁ ବିରୋଧ: ରିଆମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କଲେ ଅଭିଭାବକ
Follow Us