CDA: ସିଡିଏର ଜିଆଇଏସ୍‌ ଆପ୍ଲିକେସନ୍‌ ଜମି ଚିହ୍ନଟ, ସିସି କ୍ୟାମେରା ଦୁର୍ନୀତି: ଅଧିକ ଟଙ୍କା ଦାବି କରିଥିବା ସଂସ୍ଥାକୁ ଅଗ୍ରାଧିକାର

Advertisment

ସିଡିଏ ଅଞ୍ଚଳରେ ବିଭିନ୍ନ ସେକ୍ଟରରେ ଜିଆଇଏସ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଜମି ଚିହ୍ନଟ କରାଯିବା କାର୍ଯ୍ୟକୁ ନେଇ ତଞ୍ଚକତା ଅଭିଯୋଗ ହୋଇଛି। ଅଧିକ ମୂଲ୍ୟ ଆକଳନ କରିଥିବା ସଂସ୍ଥାକୁ କାମ ଦିଆଯାଇଥିବା....

ସିଡିଏ ଅଞ୍ଚଳରେ ବିଭିନ୍ନ ସେକ୍ଟରରେ ଜିଆଇଏସ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଜମି ଚିହ୍ନଟ କରାଯିବା କାର୍ଯ୍ୟକୁ ନେଇ ତଞ୍ଚକତା ଅଭିଯୋଗ ହୋଇଛି। ଅଧିକ ମୂଲ୍ୟ ଆକଳନ କରିଥିବା ସଂସ୍ଥାକୁ କାମ ଦିଆଯାଇଥିବା....

CDA

କଟକ: ସିଡିଏ ଅଞ୍ଚଳରେ ବିଭିନ୍ନ ସେକ୍ଟରରେ ଜିଆଇଏସ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଜମି ଚିହ୍ନଟ କରାଯିବା କାର୍ଯ୍ୟକୁ ନେଇ ତଞ୍ଚକତା ଅଭିଯୋଗ ହୋଇଛି। ଅଧିକ ମୂଲ୍ୟ ଆକଳନ କରିଥିବା ସଂସ୍ଥାକୁ କାମ ଦିଆଯାଇଥିବା ବେଳେ ଅନ୍ୟକୁ ସନ୍ତୁଷ୍ଟ କରିବାକୁ ଯାଇ ଗୋଟିଏ ପ୍ରକାର କାମକୁ ଭାଗ ଭାଗ କରି ଦୁଇଟି ସଂସ୍ଥାକୁ ଟେକି ଦିଆଯାଇଛି। କାମ ନେଇଥିବା ସଂସ୍ଥାକୁ ଅଗ୍ରିମ ଭାବେ ୫୦ ପ୍ରତିଶତ ଟଙ୍କା ଦିଆଯାଇଥିଲେ ବି ୪ମାସରେ ଶେଷ ହେବାକୁ ଥିବା କାମ ଏଯାଏଁ ଆରମ୍ଭ ହୋଇପାରି ନାହିଁ। ସିଡିଏର କିଛି ଅଧିକାରୀ ଓ କାମ ନେଇଥିବା ସଂସ୍ଥା ମଧ୍ୟରେ ସଲାସୁତରାରେ ଏଭଳି ବେଆଇନ ଭାବେ କୋଟିକୋଟି ଟଙ୍କା ମୂଲ୍ୟର କାମକୁ ଟେକି ଦିଆଯାଇଥିବା ଅଭିଯୋଗ ହୋଇଛି।

Good News: ଅସହାୟ ବୃଦ୍ଧଙ୍କ ଶବଦାହ କରି ମାନବିକତାର ପରିଚୟ ଦେଲେ ସ୍ବେଚ୍ଛାସେବୀ

 ଜିଆଇଏସ୍‌ କାମ ଓ ୧୦୭ଟି ସିସି କ୍ୟାମେରା ଲଗାଇବା ପାଇଁ କ୍ଷେତ୍ର ଅନୁଧ୍ୟାନ ଓ ବୈଷୟିକ ପ୍ରସ୍ତାବ ଦେବା ପାଇଁ ସିଡିଏ ପକ୍ଷରୁ ୪ଟି ସଂସ୍ଥା ଟିସିଆଇଏଲ୍‌, ଆଇଟିଆଇ ଲିମିଟେଡ୍‌, ସେଣ୍ଟ୍ରାଲ୍‌ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌, ରେଲ୍‌ଟେଲ୍‌ ଲିମିଟେଡ୍‌ଙ୍କଠୁ ଆବେଦନ ଆହ୍ବାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଇଟିଆଇ ଲିମିଟେଡ୍‌ ଓ ସେଣ୍ଟ୍ରାଲ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌ ଆକଳନ ମୂଲ୍ୟ ସହିତ ଆବେଦନ କରିଥିଲେ। ଜିଆଇଏସ୍‌ କାମ ପାଇଁ ଗୋଟିଏ ସଂସ୍ଥା ପାଖାପାଖି ୧୭ କୋଟି ଟଙ୍କାର ଆକଳନ ଦେଇଥିଲା ବେଳେ ଅନ୍ୟ ସଂସ୍ଥାଟି ପାଖାପାଖି ୨୩ଲକ୍ଷ ଟଙ୍କାର ଆକଳନ ଦେଇଥିଲା। କିନ୍ତୁ ଅଧିକ ମୂଲ୍ୟ ଦେଇଥିବା କମ୍ପାନିକୁ କାମ ହସ୍ତାନ୍ତର କରାଯାଇଥିଲା।

ଅଭିଯୋଗ ପରେ ଦୁର୍ନୀତି ଲୁଚାଇବାକୁ ମନଇଚ୍ଛା କାର୍ଯ୍ୟ ବଣ୍ଟନ 
୫୦ ପ୍ରତିଶତ ଅଗ୍ରିମ ନେଇ ବି କାମ କରୁନି ସଂସ୍ଥା

ଜିଆଇଏସ୍‌ କାମ ପାଇପାରି ନଥିବା ସଂସ୍ଥା ଅଭିଯୋଗ କରିବା ପରେ ମାମଲାକୁ ଚପାଇବା ପାଇଁ ଏହି ସଂସ୍ଥାକୁ ବାରଙ୍ଗ ଅଞ୍ଚଳରେ ହେଉଥିବା ନୂଆ ପ୍ରକଳ୍ପର ଜିଆଇଏସ୍‌ କାମକୁ ୬କୋଟି ଟଙ୍କାରେ ଦିଆଯାଇଛି। ସେହିପରି ସିସି କ୍ୟାମେରା ସର୍ଭେ ପାଇଁ ଗୋଟିଏ ସଂସ୍ଥା ୨୫ କୋଟି ଟଙ୍କାର ଆକଳନ ଦେଇଥିଲା ବେଳେ ଅନ୍ୟ ସଂସ୍ଥା ୪୫ କୋଟି ଟଙ୍କାର ଆକଳନ ଦେଇ କାର୍ଯ୍ୟ ହାତେଇଥିଲା। ପରବର୍ତ୍ତୀ ସମୟରେ ଟ୍ରାଫିକ୍‌ ଲାଇଟ୍‌ ଲଗାଇବା ଭଳି ଅତିରିକ୍ତ କାମକୁ ଯୋଡ଼ି କାମ ନିଆଯାଇଥିବା ମୂଲ୍ୟକୁ ବେଆଇନ ଭାବେ ୪୯ କୋଟି ଟଙ୍କାକୁ ବଢ଼େଇ ଦିଆଯାଇଛି। ଯାହାକି ସିଡିଏ ପକ୍ଷରୁ ଦରଖାସ୍ତ ଆହ୍ବାନ ବେଳେ ଦର୍ଶାଯାଇ ନଥିଲା। ଏହି ସଂସ୍ଥାକୁ ସିଡିଏ ପକ୍ଷରୁ ଅଗ୍ରିମ ଆକାରରେ ୫୦ ପ୍ରତିଶତ ଅର୍ଥ ବି ଦେଇ ଦିଆଯାଇଛି।

Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍‌ଆଇଭି ପଜିଟିଭ୍‌

ଗତବର୍ଷ ମେ’ ମାସରୁ ସଂପୃକ୍ତ ସଂସ୍ଥା କାମ ହାତେଇଥିଲା ବେଳେ ଜୁନ୍‌ ୯ରେ ଚୁକ୍ତି ସ୍ବାକ୍ଷର ହୋଇଥିଲା। କାମଗୁଡ଼ିକୁ ୪ ମାସ ମଧ୍ୟରେ ଶେଷ କରିବାକୁ ସର୍ତ୍ତ ରଖାଯାଇଥିଲା। ହେଲେ କାମ ନେଇଥିବା ସଂସ୍ଥା ଏପର୍ଯ୍ୟନ୍ତ କାମ କରି ନଥିବା ଅଭିଯୋଗ ହୋଇଛି। ସିଡିଏ ପ୍ଲାନିଂ କମିଟି ସଦସ୍ୟ ବିଷ୍ଣୁପ୍ରସାଦ ସାହୁ କାମ ଆରମ୍ଭ ହୋଇଥିବା କହିଥିଲା ବେଳେ କାର୍ଯ୍ୟ ବିଳମ୍ବ ହେବା ବାବଦରେ କିଛି କହି ନାହାନ୍ତି। ଘଟଣା ସଂପର୍କରେ କିଛି ଘରୋଇ ସଂସ୍ଥା ସିଡିଏ ଉପାଧ୍ୟକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe