Chief Secretary's task for CDO and BDO Photograph: (sambad.in)
ଭୁବନେଶ୍ବର: ସିଡ଼ିଓ ଏବଂ ବିଡ଼ିଓମାନଙ୍କୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନୂଆ ଟାସ୍କ ଦେଇଛନ୍ତି। ମିଟିଂ କମ୍ କରି ଫିଲ୍ଡ ଭିଜିଟ୍ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି।
ବ୍ଲକ ସ୍ତରରେ ସମନ୍ୱୟ ଆଣିବା, ଲୋକଙ୍କ ପାଖକୁ ଯାଇ ସରକାରୀ ସୁବିଧା ପାଇଛନ୍ତି କି ନାହିଁ ତାହା ବୁଝିବା, ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଜଣେ ଲୋକ ସବୁ ସୁବିଧା ପାଇବା କଥା ତାହା ହୋଇଛି କି ସେ ନେଇ ଅବଗତ ହେବାକୁ ମୁଖ୍ୟ ଶାସନ ସଚିବ ତାଗିଦ୍ କରିଛନ୍ତି।
ଅଭିଯୋଗ ଶୁଣାଣି ଏବଂ ତାର ସମାଧାନକୁ ଗୁରୁତ୍ୱ ଦେବା ଏବଂ ସରକାରଙ୍କ ଭିଜନଙ୍କୁ ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବାକୁ ତଥା ଗ୍ରାଉଣ୍ଡରେ କଣ ଆବଶ୍ୟକ ସେନେଇ ସରକାରଙ୍କୁ ରିପୋର୍ଟ ଆଉ ପ୍ରସ୍ତାବ ଦେବାକୁ ମୁଖ୍ୟ ଶାସନ ସଚିବ ସିଡ଼ିଓ ଏବଂ ବିଡ଼ିଓଙ୍କୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ମୁନ୍ନାଙ୍କ ଇସ୍ତଫା ନେଇ ଚର୍ଚ୍ଚା !: ରାଜନୈତିକ ଉଷ୍ଣତା ବୃଦ୍ଧି
ଭୁବନେଶ୍ୱରରେ ଆୟୋଜିତ ଦୁଇ ଦିନିଆ ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ସିଡ଼ିଓ ଏବଂ ବିଡ଼ିଓଙ୍କୁ ଏଭଳି ଟାସ୍କ ଦେବା ସହିତ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ଏସ୍ଇବିସି ସଂରକ୍ଷଣ ପ୍ରସଙ୍ଗ: ବିଜେପି ସାମାଜିକ ନ୍ୟାୟ ପାଇଁ ପ୍ରତିଶ୍ରୁତିବଦ୍ଧ
Manoj Ahuja
Follow Us