ସାଂସଦ ହେଲେ ଆଚରଣ, ଉଚ୍ଚାରଣ ଏବଂ ସ୍ବଭାବରେ ପରିବର୍ତ୍ତନ ଜରୁରୀ: ମନମୋହନ ସାମଲ

ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କଂଗ୍ରେସର ଏଭଳି କାର୍ଯ୍ୟ ଅଣସାମ୍ବିଧାନିକ। ରାହୁଲ ଏଭଳି କରିବା ଅତ୍ୟନ୍ତ ନିନ୍ଦନୀୟ। ଜଣେ ସାଂସଦ ହେଲେ ଆଚରଣ, ଉଚ୍ଚାରଣ ଏବଂ ସ୍ବଭାବରେ ପରିବର୍ତ୍ତନ ଜରୁରୀ ହୋଇ ପଡ଼ିଥାଏ...

Manmohan Samal BJP

ଭୁବନେଶ୍ବର: ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କଂଗ୍ରେସର ଏଭଳି କାର୍ଯ୍ୟ ଅଣସାମ୍ବିଧାନିକ। ରାହୁଲ ଏଭଳି କରିବା ଅତ୍ୟନ୍ତ ନିନ୍ଦନୀୟ।

ଗଣତନ୍ତ୍ରରେ କଂଗ୍ରେସର ଏଭଳି ଗୁଣ୍ଡାଗର୍ଦ୍ଦିକୁ ସହ୍ୟ କରାଯିବ ନାହିଁ। ଜଣେ ସାଂସଦ ହେଲେ ଆଚରଣ, ଉଚ୍ଚାରଣ ଏବଂ ସ୍ବଭାବରେ ପରିବର୍ତ୍ତନ ଜରୁରୀ ହୋଇ ପଡ଼ିଥାଏ ବୋଲି ମନମୋହନ ସାମଲ କହିଛନ୍ତି।

ସୂଚନା‌ଯୋଗ୍ୟ, ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।

ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ହୋଇଥିଲେ । 

ଅଧିକ ପଢ଼ନ୍ତୁ: ବିନାଶ କାଳେ ବିପରୀତ ବୁଦ୍ଧି: ରୁଦ୍ର ପାଣି

ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲି ଦେବାରୁ ମୁଁ ତଳେ ପଡ଼ି ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଲୋକସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ। 

ଅଧିକ ପଢ଼ନ୍ତୁ: ଗୋଚାଲାଣ ବେଳେ ମାଡ଼ିବସିଲା ପୁଲିସ, ମୁର୍ମୁଷ ଅବସ୍ଥାରେ ୨ଷଣ୍ଡ ଉଦ୍ଧାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe