ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ

ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସୁଭଦ୍ରା ରଥ ଉପ‌ରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ୧୩୮ ପ୍ରକାର ଅଳଙ୍କାରର ସଜ୍ଜିତ ହୋଇଛନ୍ତି। ପ୍ରାୟ ୨୦୮ କିଲୋଗ୍ରାମ୍ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତି ଧାରଣ କରିଛନ୍ତି...

Chaturdhamurti's Sunabesha

Chaturdhamurti's Sunabesha Photograph: (sambad.in)

ପୁରୀ: ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ସୁଭଦ୍ରା ରଥ ଉପ‌ରେ ସୁନା ଅଳଙ୍କାରରେ ସଜ୍ଜିତ ହୋଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ୧୩୮ ପ୍ରକାର ଅଳଙ୍କାରର ସଜ୍ଜିତ ହୋଇଛନ୍ତି। ପ୍ରାୟ ୨୦୮ କିଲୋଗ୍ରାମ୍ ଅଳଙ୍କାର ଚତୁର୍ଦ୍ଧା ମୂର୍ତ୍ତି ଧାରଣ କରିଛନ୍ତି।

ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି।

ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ସୁନାବେଶ ପାଇଁ ପ୍ରବଳ ଜନସମାଗମ ହୋଇଛି।

ଅଧିକ ପଢ଼ନ୍ତୁ: ଧାର୍ଯ୍ୟ ନୀତି ନିର୍ଘଣ୍ଟ ପୂର୍ବରୁ ସୁନାବେଶ

ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତିଟି ଗଳିକୁ ସିଲ୍‌ କରିଦିଆଯାଇଛି। ପାସ୍‌ଧାରୀଙ୍କ ଗାଡ଼ି ବି ଛଡ଼ାଯାଉନି।

ଏକାଧିକ ଜାଗାରେ ବିବାଦ ହେବାରୁ ସହରବାସୀଙ୍କୁ ଗାଡ଼ି ନ କାଢ଼ିବାକୁ ନିବେଦନ କରିଛି ପୁଲିସ।

ରଥ ନିକଟରେ ପ୍ରବଳ ଭିଡ଼ ହୋଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏଣେ ଚନ୍ଦନପୁରରୁ ପୁରୀ ପର୍ଯ୍ୟନ୍ତ ଭୟଙ୍କର ଭିଡ଼ ହୋଇଛି। ଚନ୍ଦନପୁରରୁ ସାକ୍ଷୀଗୋପାଳ ପହଞ୍ଚିବାକୁ ଦେଢ଼ଘଣ୍ଟା ଲାଗୁଛି। ପ୍ରଶାସନ ପ୍ରସ୍ତୁତ କରିଥିବା ସବୁ ପାର୍କଂ ଭର୍ତ୍ତି ହୋଇଯାଇଛି। କୌଣସି ଗାଡ଼ି ମାଳତିପାଟପୁରରୁ ସିଧା ସହର ଭିତରକୁ ଛଡ଼ା ଯାଉ ନାହିଁ।

ଅଧିକ ପଢ଼ନ୍ତୁ: ସୁନାବେଶ ନୀତି ନିର୍ଘଣ୍ଟ

Suna Besha | Rath Yatra 2025 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe