ରତ୍ନଭଣ୍ଡାରର ମରାମତି କାମ ତୁରନ୍ତ ହାତକୁ ନିଆଯାଉ: ଅରବିନ୍ଦ ପାଢ଼ୀ

ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିଗତ ଦିନରେ ଏଏସ୍ଆଇ ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଅରବିନ୍ଦ ପାଢ଼ୀ କହିଛନ୍ତି।

Puri

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାମ ହାତକୁ ନେବାକୁ ଏଏସ୍‌.ଆଇ କର୍ତ୍ତୃପକ୍ଷଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଅନୁରୋଧ କରିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ଶ୍ରୀ ପାଢ଼ୀ ଏହି ସୂଚନା ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଓବିସିସି ଜିପିଆର୍‌ ସର୍ଭେ

ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ବିଗତ ଦିନରେ ଏଏସ୍ଆଇ ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ଏଏସ୍ଆଇ.ପକ୍ଷରୁ ଏହି କାର୍ଯ୍ୟ ହାଇଦ୍ରାବାଦସ୍ଥିତ ଏନ୍‌ଜିଆର୍‌ଆଇ ସହାୟତାରେ କରାଯାଇଥିଲା। ଶ୍ରୀମନ୍ଦିରର ସ୍ଥାୟିତ୍ବ ଏବଂ ସୁରକ୍ଷା ପ୍ରତି ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ୍ ରହିଛି। ତେଣୁ ବୈଷୟିକ ରିପୋର୍ଟ ହସ୍ତଗତ ହୋଇସାରିଥିବାରୁ ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି, ରକ୍ଷଣାବେକ୍ଷଣ ତଥା ସଂରକ୍ଷଣ କାର୍ଯ୍ଯ ହାତକୁ ନେବାକୁ ଏଏସ୍‌.ଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛୁ। ଏହି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ। 

ଏହି ଖବର ପଢ଼ନ୍ତୁ: ମହାରାଷ୍ଟ୍ରର ଜନତା ମହାୟୁତି ସରକାର ଉପରେ ପୁଣି ଥରେ ବିଶ୍ବାସ କରିଛନ୍ତି

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅନ୍ୟ କିଛି ଭଣ୍ଡାର କିମ୍ବା ସୁଡ଼ଙ୍ଗ ଅଛି କି ନାହିଁ, ଜାଣିବା ପାଇଁ ଗତ ସେପ୍ଟେମ୍ବର ୨୧ ତାରିଖ ଠାରୁ ଦୁଇ ଦିନ ଯାଏଁ ଜିପିଆର୍‌ ସର୍ଭେ କରାଯାଇଥିଲା। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାନ (ଏଏସ୍‌ଆଇ), କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର୍‌ ଅନୁବନ୍ଧିତ ନ୍ୟାସନାଲ୍‌ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁସନ୍‌ (ଏନ୍‌ଜିଆର୍‌ଆଇ)ର ବୈଜ୍ଞାନିକମାନଙ୍କୁ ନେଇ ଗଠିତ ୧୬ଜଣିଆ ବୈଷୟିକ ଦଳ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। 

ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ଆଲୋଚନା ପରେ ଜିପିଆର୍‌ ସର୍ଭେ ପାଇଁ ନିୟୋଜିତ ୧୬ଜଣିଆ କମିଟି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ଏଏସ୍‌ଆଇ ଓ ଏନ୍‌ଜିଆର୍‌ଆଇର ମୁଖ୍ୟ ଡ.ଆନନ୍ଦ ପାଣ୍ଡେଙ୍କ ସମେତ ୪ଜଣ ବୈଜ୍ଞାନିକଙ୍କୁ ମିଶାଇ ଗଠିତ ଏହି କମିଟି ଜିପିଆର୍‌ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌) ମେସିନ୍‌ ସହ ଅପରାହ୍ଣ ପ୍ରାୟ ୨ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। ଏହି ସମୟରେ ଜଷ୍ଟିସ୍‌ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ଥିଲେ। ବୈଷୟିକ କମିଟି ରତ୍ନଭଣ୍ଡାରର ଚଟାଣ, କାନ୍ଥ ଆଦି ଟିକିନିଖି ଦେଖିଥିଲେ। ରିପୋର୍ଟ ହସ୍ତଗତ ହେବା ପରେ ଏହାର ତର୍ଜମା କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ୍‌ ରଥ କହିଥିଲେ।

ଏହି ଖବର ପଢ଼ନ୍ତୁ: ମହାରାଷ୍ଟ୍ରରେ ବିଜେପି ଏକତରଫା ଐତିହାସିକ ବିଜୟ ମୁହାଁ

ଏନ୍‌ଜିଆର୍‌ଆଇ ମୁଖ୍ୟ ଡ.ପାଣ୍ଡେ କହିଥିଲେ, ରତ୍ନଭଣ୍ଡାର ଜିପିଆର୍‌ ସର୍ଭେ ପାଇଁ ତିନିଟି ଅତ୍ୟାଧୁନିକ ରାଡାର୍‌ ଓ ଗୋଟିଏ କାର୍ଡ ବ୍ୟବହାର କରାଯାଇଛି। ରାଡାର୍‌ ଜରିଆରେ ଆମେ ୧୦ ମିଟର (ପ୍ରାୟ ୩୩ ଫୁଟ୍‌) ପର୍ଯ୍ୟନ୍ତ ମାଟି ତଳେ କ’ଣ ରହିଛି ଜାଣିପାରିବୁ। ରାଡାର୍‌ ଆଣ୍ଟିନାରେ ସଂଯୋଗ ହୋଇଥିବା ତାର ଜରିଆରେ କଣ୍ଟ୍ରୋଲ ୟୁନିଟ୍‌କୁ ସୂଚନା(ଟ୍ରାନ୍ସମିସନ୍‌) ଦେବ। ସେହି ଅନୁସାରେ କଣ୍ଟ୍ରୋଲ ୟୁନିଟ୍‌ ତଥ୍ୟ ଗ୍ରହଣ (ରିସିଭ୍‌) କରିବ। ଫଳରେ ଆମେ ରତ୍ନଭଣ୍ଡାର ଚଟାଣ ତଳେ ଓ କାନ୍ଥ ଭିତରେ କ’ଣ ଅଛି ଜାଣିପାରିବୁ। 

ଏହି ଖବର ପଢ଼ନ୍ତୁ: ମିଳିବ ୩୩ ଫୁଟ୍‌ ତଳର ତଥ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe