Chief Minister expresses condolences over Human Sagar's demise Photograph: (sambad.in)
ଭୁବନେଶ୍ବର: ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଘଟିଛି। ହ୍ୟୁମାନ ସାଗର ଭେଣ୍ଟିଲେଟରରେ ଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଥିଲା। ତାଙ୍କୁ ୭୨ ଘଣ୍ଟା ଅବଜରଭେସନରେ ରଖାଯାଇଥିଲା।
ହ୍ୟୁମାନ ସାଗରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।
ଆହୁରି ପଢ଼ନ୍ତୁ: Human Sagar Passes Away: ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ
ଲିଭର୍-କିଡ୍ନି ଖରାପ ହୋଇଯାଇଥିଲା
ତାଙ୍କର ଲିଭର୍ ଖରାପ ଥିବାବେଳେ କିଡ୍ନି ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।ଏହା ସହିତ ଅନ୍ୟ ମଧ୍ୟ ଅଙ୍ଗ ପ୍ରଭାବିତ ହୋଇ ଯାଇଥିଲା। ତାଙ୍କୁ ଭୁବନେଶ୍ବର ଏମ୍ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଶନିବାର ହ୍ୟୁମାନ୍ ସାଗରଙ୍କ ମା’ କହିଥିଲେ, ତାର ଅଙ୍ଗ କାମ କରୁନି। ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ଲାଗି ଚିନ୍ତା କରୁଛନ୍ତି। ଏଥିଲାଗି ରାଜ୍ୟ ସରକାର ତାଙ୍କୁ ସହାୟତା କରିବାକୁ ନିବେଦନ କରିଥିଲେ।
ଏମ୍ସରେ ଚିକିତ୍ସାଧୀନ ଓଲିଉଡ୍ ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପଚାରି ବୁଝିଥିଲେ। ହ୍ୟୁମାନ ସାଗର କେମିତ ଅଛନ୍ତି, ସେନେଇ ଜାଣିବା ପାଇଁ ଡାକ୍ତରୀ ଟିମ୍ଙ୍କ ସହିତ ସେ କଥା ହୋଇଥିଲେ। ହ୍ୟୁମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆଣିବା ପାଇଁ ଉଦ୍ୟମ ଜାରି ରଖିବାକୁ କହିଥିଲେ।
ଜନ୍ମଦିନର ୮ ଦିନ ପୂର୍ବରୁ ଫେରିଗଲେ
ସୂଚନାଯୋଗ୍ୟ, ୧୯୯୦ ନଭେମ୍ବର ୨୫ରେ ସେ ବଳାଙ୍ଗୀରରେ ହ୍ୟୁମାନ୍ ସାଗର ଜନ୍ମଗ୍ରହଣ କରିଥିଲେ। ତେବେ ଜନ୍ମ ଦିନର ମାତ୍ର ୮ ଦିନ ପୂର୍ବରୁ ୩୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି।
ଆହୁରି ପଢ଼ନ୍ତୁ:BDO Demanding PC: ବହଳଦା ବିଡ଼ିଓଙ୍କ ବିରୋଧରେ ସରପଞ୍ଚମାନଙ୍କ ସଙ୍ଗୀନ ଅଭିଯୋଗ
Follow Us