୮ ମାସରେ ମୁଖ୍ୟମନ୍ତ୍ରୀ ୮ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି

ବିଗତ ୮ ମାସରେ ମୁଖ୍ୟମନ୍ତ୍ରୀ ସମୁଦାୟ ୮ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ ୮୭୩୭ ଜଣଙ୍କ ଅଭିଯୋଗ ଶୁଣିଛନ୍ତି। ସେମାନଙ୍କ ମଧ୍ୟରୁ ୭୩୭୧ ଜଣଙ୍କ ସମସ୍ୟାର ଫଇସଲା ହୋଇସାରିଛି ଏବଂ ୧୩୬୬ ଜଣଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି...

Chief Minister has visited the grievance cell 8 times in 8 months.

Chief Minister has visited the grievance cell 8 times in 8 months. Photograph: (sambad.in)

ଭୁବନେଶ୍ବର: ବିଗତ ୮ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ମାସରେ କେତେଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ କେତେ ଜଣଙ୍କ ଅଭିଯୋଗ ଶୁଣିଛନ୍ତି, ମୁଖ୍ୟମନ୍ତ୍ରୀ ଯେଉଁମାନଙ୍କ ଅଭିଯୋଗ ଶୁଣିଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣଙ୍କ ସମସ୍ୟାର ସମାଧାନ ହୋଇସାରିଛି ଏବଂ କେତେଜଣଙ୍କ ସମସ୍ୟା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ।

ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଗତ ୮ ମାସରେ ମୁଖ୍ୟମନ୍ତ୍ରୀ ସମୁଦାୟ ୮ ଥର ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଏବଂ ପ୍ରତ୍ୟକ୍ଷ ଭାବରେ ୮୭୩୭ ଜଣଙ୍କ ଅଭିଯୋଗ ଶୁଣିଛନ୍ତି। 

ଅଧିକ ପଢ଼ନ୍ତୁ: ୨ ବର୍ଷରେ ସାଇବର ଠକଙ୍କଠାରୁ ୩.୫ କୋଟିରୁ ଅଧିକ ଜବତ: ମୁଖ୍ୟମନ୍ତ୍ରୀ

ତାରିଖ                ଅଭିଯୋଗ ସଂଖ୍ୟା    ଫଇସଲା     ବିଚାରାଧିନ
୦୧.୦୭.୨୦୨୪     ୧୪୨୦                    ୧୩୧୫          ୧୦୫
୧୫.୦୭.୨୦୨୪     ୧୬୩୨                    ୧୪୬୧            ୧୭୧
୦୫.୦୮.୨୦୨୪     ୨୩୪୯                   ୨୧୧୦           ୨୩୯
୨୩.୦୯.୨୦୨୪     ୭୨୭                      ୬୫୨             ୭୫
୨୧.୧୦.୨୦୨୪       ୭୧୪                      ୬୪୦             ୭୪
୧୬.୧୨.୨୦୨୪       ୫୦୩                    ୩୮୭            ୧୧୬
୩୦.୧୨.୨୦୨୪      ୬୮୬                     ୫୦୧              ୧୮୫
୦୩.୦୨.୨୦୨୫       ୭୦୬                   ୩୦୫             ୪୦୧

ସେମାନଙ୍କ ମଧ୍ୟରୁ ୭୩୭୧ ଜଣଙ୍କ ସମସ୍ୟାର ଫଇସଲା ହୋଇସାରିଛି ଏବଂ ୧୩୬୬ ଜଣଙ୍କ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

ଅଧିକ ପଢ଼ନ୍ତୁ: ଔଷଧ ସେବନ କଲେ ଉପଶମ ହେଉନି ରୋଗ: ବଜାରରେ ନକଲି ଔଷଧ ରାକେଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe