ରିଜର୍ଭ ପୁଲିସ କାର୍ଯ୍ୟାଳୟ କୋଠାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କେନ୍ଦୁଝରରେ ୩.୩୪ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦୁଝର ଟାଉନ୍ ପୁଲିସ ଷ୍ଟେସନର ନୂତନ କୋଠା ଏବଂ ୨.୭୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୁଲିସ କାର୍ଯ୍ୟାଳୟ କୋଠାର ମଧ୍ୟ ଉଦ୍‌ଘାଟନ କରିଛନ୍ତି...

Chief Minister inaugurated the Reserve Police Office building

Chief Minister inaugurated the Reserve Police Office building Photograph: (sambad.in)

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର  କେନ୍ଦୁଝରରେ ୩.୩୪ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦୁଝର ଟାଉନ୍ ପୁଲିସ ଷ୍ଟେସନର ନୂତନ କୋଠା ଏବଂ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କାଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୁଲିସ କାର୍ଯ୍ୟାଳୟ କୋଠାର ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ଏହି ନବନିର୍ମିତ ଥାନାରେ ଦିବ୍ୟାଙ୍ଗଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା, ଅଭ୍ୟର୍ଥନା କେନ୍ଦ୍ର ଏବଂ ମହିଳା ଓ ଶିଶୁ ହେଲ୍‌ପ ଡେସ୍କ୍ ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ  ଶିଶୁସଦନ, ଯାନବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସେ ଜିଲ୍ଲାର ପୁଲିସ କର୍ମଚାରୀଙ୍କ ପାଇଁ ୧୭ଟି ଏସୟୁଭି ଏବଂ ୮୦ଟି ମୋଟର ସାଇକେଲକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।

ଅଧିକ ପଢ଼ନ୍ତୁ: କେନ୍ଦୁଝର ମେଡିକାଲ କଲେଜରେ ଟ୍ରମା କେୟାର ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଗାମୀ ଦିନରେ ସରକାର ରାଜ୍ୟରେ ୩୨,୦୦୦ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରୁଛନ୍ତି। ପୁଲିସ ବିଭାଗରେ ୧୬,୦୦୦ ଖାଲି ପଦବୀ ପୂରଣ ଏବଂ ନୂତନ ଭାବରେ ସୃଷ୍ଟି ହୋଇଥିବା  ୧୬,୦୦୦ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଅଶ୍ଳୀଳ ଦୃଶ୍ୟ ଦେଖାଇ ମାଲାମାଲ ଉଲୁ ଆପ ପ୍ରତିଷ୍ଠାତା

Keonjhar | CM Mohan Charan Majhi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe