Chief Minister launched trauma care services at Keonjhar Medical College Photograph: (sambad.in)
କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କେନ୍ଦୁଝରର ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଇନ-ପେସେଣ୍ଟ ଏବଂ ଟ୍ରମା କେୟାର ସେବାର ଶୁଭାରମ୍ଭ କରିଛନ୍ତି।
ସ୍ୱାଧୀନତା ସଂଗ୍ରାମୀ ଧରଣୀଧର ନାୟକଙ୍କ ଜନ୍ମବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ଏହି ସେବାର ଶୁଭାରମ୍ଭ କରିଛନ୍ତି।
ସେ କହିଛନ୍ତି ଯେ, ଦେଶରେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବହୁତ ଅଧିକ। କେଉଁଝର ଭଳି ଜିଲ୍ଲାଗୁଡ଼ିକରେ ଖଣି କାର୍ଯ୍ୟ ପାଇଁ ବହୁ ସଂଖ୍ୟକ ଯାନବାହାନ ଚଳାଚଳ ହେଉଛି। ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା ହେବ ଏବଂ ଭିତ୍ତିଭୂମି ବିକାଶ କରାଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ଖୁବ୍ ଶୀଘ୍ର ଆଉ ଚାରୋଟି ନୂତନ ମେଡିକାଲ କଲେଜ ପ୍ରତିଷ୍ଠା ହେବ।
ଅଧିକ ପଢ଼ନ୍ତୁ: ପରୀକ୍ଷାରେ ବିଫଳ ହୋଇଥିବା ପୁଅକୁ ଆଲିଙ୍ଗନ କରି ବାପା ଓ ମା’ ଦେଲେ ଏଭଳି ପ୍ରତିକ୍ରିୟା
Keonjhar | CM Mohan Charan Majhi
Follow Us