Vigilance Department: ଭିଜିଲାନ୍‌ସ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଦୁର୍ନୀତିମୁକ୍ତ ଅଭିଯାନ ଜାରି ରଖ

Advertisment

ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବାର ସମୟ ଆସିଯାଇଛି। ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କର, ଯେପରି ସରକାରୀ କର୍ମଚାରୀ ଦୁର୍ନୀତି ରାସ୍ତାରୁ ନିବୃତ୍ତ ରହିବେ।

ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବାର ସମୟ ଆସିଯାଇଛି। ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କର, ଯେପରି ସରକାରୀ କର୍ମଚାରୀ ଦୁର୍ନୀତି ରାସ୍ତାରୁ ନିବୃତ୍ତ ରହିବେ।

fhshhfshfs

ଭୁବନେଶ୍ବର: ଓଡିଶାକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବାର ସମୟ ଆସିଯାଇଛି। ଦୁର୍ନୀତିଖୋରଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କର, ଯେପରି ସରକାରୀ କର୍ମଚାରୀ ଦୁର୍ନୀତି ରାସ୍ତାରୁ ନିବୃତ୍ତ ରହିବେ। ଲୋକସେବା ଭବନରେ ଅନୁଷ୍ଠିତ ଭିଜିଲାନ୍ସ ବିଭାଗର ସମୀକ୍ଷା ବୈଠକରେ ଏଭଳି କଡ଼ା ସନ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଭାଗକୁ ସଶକ୍ତ କରିବା ପାଇଁ ମାନବସମ୍ବଳ ଠାରୁ ଟେକ୍ନୋଲୋଜି ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସହାୟତା ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।  

Indian Railways: ମୁମ୍ବାଇରୁ ଅହମଦାବାଦକୁ ବୁଲେଟ୍‌ ଟ୍ରେନରେ ୧ ଘଣ୍ଟା ୫୮ ମିନିଟ୍‌ ସମୟ ଲାଗିବ: କେନ୍ଦ୍ରମନ୍ତ୍ରୀ

୨୦ ବର୍ଷର ଇତିହାସରେ ସର୍ବାଧିକ ସଫଳତା 
୯ ମାସରେ ୪୮୮ଟି କେସ୍‌ର ଫଇସଲା 
ମିଳିଲା ଆଇଏସ୍‌ଓ ସାର୍ଟିଫିକେଟ୍‌

ସମୀକ୍ଷା ବୈଠକ ସମୟରେ ବିଭାଗ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଅବଗତ କରାଯାଇଥିଲା। ଯାହାକି ଗତ ୨୦ ବର୍ଷର ଇତିହାସକୁ ପଛରେ ପକାଇ ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିଛି। ୨୦୨୫ ଏପ୍ରିଲ ପହିଲାରୁ ଡିସେମ୍ୱର ୩୧ ମଧ୍ୟରେ ରାଜ୍ୟ ସରକାର ଭିଜିଲାନ୍‌ସକୁ ୧୨୫ଟି ମାମଲାର ତଦନ୍ତ  ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକି ଏକ ରେକର୍ଡ। ପୂର୍ବରୁ ଏହି ୯ ମାସର ସମୟ ଅବଧି ମଧ୍ୟରେ ରାଜ୍ୟ ସରକାର କେବେ ବି ଏତେ ସଂଖ୍ୟକ କେସ୍‌ ତଦନ୍ତ କରିବା ପାଇଁ ଦେଇ ନାହାନ୍ତି। ଏଥି ସହିତ ୨୦୨୫ ମସିହାରେ ସମୁଦାୟ ୪୮୮ଟି କେସ୍‌ର ଫଇସଲା ହୋଇଛି। ସର୍ବାଧିକ ୧୭୩ଟି ଆୟ ବହିର୍ଭୂତ ସମ୍ପତ୍ତିଠୁଳଜନିତ କେସ୍‌ର ଫଇସଲା ହୋଇଛି। ଏହା ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସର୍ବକାଳୀନ ରେକର୍ଡ। ଭିଜିଲାନ୍‌ସ ଚଢ଼ଉ କରି ସରକାରୀ କର୍ମଚାରୀଙ୍କର ୧୧୯୯ଟି ଦୁର୍ନୀତିଗ୍ରସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଛି। ୧୫୩ଟି ବିଲ୍‌ଡିଂ, ୧୮.୩ କିଲୋଗ୍ରାମର ସୁନା, ୪୧୭ଟି ପ୍ଲଟ, ୧୨ଟି ଫାର୍ମ ହାଉସ ଜବତ କରାଯାଇଛି।

IKKISH: ହିଟ ହେବା ପାଇଁ 'ଇକୀସ'କୁ ଏତିକି ଟଙ୍କା ଆୟ କରିବାକୁ ପଡିବ

ଏଥିସହିତ ୩୬.୬୯ କୋଟି ଟଙ୍କାର ଜମାରାଶି ଓ ୮.୮ କୋଟି ଗଚ୍ଛିତ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଅନ୍ୟପଟେ ଭିତ୍ତିଭୂମିର ଉନ୍ନତି ଓ ଗୁଣାତ୍ମକ ପ୍ରଶିକ୍ଷଣ ପାଇଁ ରାଜ୍ୟ ଭିଜିଲାନ୍‌ସ ଏକାଡେମୀକୁ ଆଇଏସ୍‌ଆଇଓ ସାର୍ଟିଫିକେଟ୍ ମିଳିଛି। ଏହି ସାର୍ଟିଫିକେଟ୍‌ ଏକାଡେମୀକୁ ଆସନ୍ତା ତିନି ବର୍ଷ ପାଇଁ ମିଳିଛି। ଏହି ସାର୍ଟିଫିକେଟ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭିଜିଲାନ୍‌ସ ଏକାଡେମୀ ଓ ରାଜ୍ୟ ଭିଜିଲାନ୍‌ସ ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଭିଜିଲାନ୍‌ସ ବିଭାଗ ନିର୍ଦ୍ଦେଶକ ଯଶୱନ୍ତ କୁମାର ଜେଠୱା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଭିଜିଲାନ୍‌ସ ଅସିତ୍‌ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe